Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଓଡିଶା ପୁନର୍ଗଠନ ପାଇଁ ରାଜ୍ୟ ସ୍ତରୀୟ ଯୁବ ଶିବିର ଉଦଯାପିତ

20 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଯୁବ ଶିବିର ସୋମବାର ଉଦଯାପିତ ହୋଇଯାଇଛି । ତୋଫାନପରି ଫାଉଣ୍ଡେସନ ଓ ଜାତୀୟ ଯୁବ ପ୍ରକଳ୍ପ ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ଓଡିଶା ପୁନର୍ଗଠନ ପାଇଁ ସ୍ୱଚ୍ଛ ଗାଁ ସବୁଜ ଗାଁ, ସ୍ୱଭାଲମ୍ବନ ଗାଁ, ସଦ ଭାବନା ଗାଁ ଓ ସ୍ୱଭାମାନି ଗାଁର ଏକ ନିଖୁଣ ଚିତ୍ର ଅଙ୍କିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଖସଡ଼ା ତିଆରି କରାଯାଇଛି ।ସମସ୍ତ ସିବିରଥୀ ମାନଙ୍କୁ 10ଟି ଦଳ ଗଠନ କରାଯାଇ ପୁଙ୍ଖାନୁପୁଙ୍ଖ ଭାବେ ଚର୍ଚ୍ଚା କରି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ଯଥା ନିଜ ଗାଁକୁ ସଫା ସୁତୁରା କରିବା, ଗାଁ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟ ଆଗେଇ ନେବା ,ଗ୍ରାମ ମାନଙ୍କରେ କୁଟୀର ଶିଳ୍ପ ର ବିକାଶ,ଅନକୁସଲି ଲୋକଙ୍କୁ କୁଶଳୀ କରିବା,ସରକାରୀ ଜୋଜନା ସହିତ ଯୁବ ପିଢିଙ୍କୁ ସମ୍ପୃକ୍ତ କରେଇବା ଓ ଗ୍ରାମରେ ଲୋକଙ୍କୁ ଶାନ୍ତି ସଦ ଭାବନା କରିବା ସହିତ ହିଂସା ମୁକ୍ତ,ନିଶାମୁକ୍ତ ବେକାରି ମୁକ୍ତ ଗାଁ ର ପରିକଳ୍ପନା କରି ଗ୍ରାମ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପରିକଳ୍ପନା କରାଯାଇଥିଲା । ଏହା ସହିତ ଅଗାମୀ ୨୦୪୭ ରେ ଏକ ବିକଶିତ ଭାରତର ପୁନର୍ଗଠନ ପାଇଁ ଯୁବକଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା ।ତିନିଦିନ ଧରି ତାଲିମ ଦାଦା ଭାବେ ଡ଼ ପ୍ରବୀର କୁମାର ଦାସ, ସଂଗ୍ରାମ କେଶରୀ ସାମନ୍ତ ରାୟ,ରାନୁ ରଂଜିତା ମହାନ୍ତି, ଶ୍ରୀ ସୋମ ଭାଇ, ଅମୃତା ସିଂ, ସୁମନ୍ତ କେର୍କେଟା ପ୍ରମୁଖ ବିଶିଷ୍ଟ ତାଲିମ ଦାତା ଭାବେ ତାଲିମ ପ୍ରଦାନ କରିଥିଲେ ।

ଉଦଯାପନି ଦିବସରେ ସକାଳୁ ଏକ ସଦଦ୍ଭାବନା ପଦଯାତ୍ରା କଲେଜ ପରିସରରୁ ବାହାରି ଭୈରବୀ ମନ୍ଦିର ପର୍ଯ୍ୟନ୍ତ ଯାଇ ଲୋକଙ୍କ ବାର୍ତ୍ତା ପ୍ରଦାନ କରିଥିଲେ ।ଏହାପରେ ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ତୋଫାନପରି ଫାଉଣ୍ଡେସନ ର ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ,ଅନ୍ୟତମ ସଂମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଯୁଗଳ ସାମଲ,ଜାତୀୟ ଯୁବ ପ୍ରକଳ୍ପ ର ରାଜ୍ୟ ସଂଯୋଜକ ମଧୁସୂଦନ ଦାସ, ଅଖିଳ ଭାରତୀୟ ମାରବାଡି ଯୁବ ମଂଚର ସାଧାରଣ ସମ୍ପାଦକ ସୁନ୍ଦର ପ୍ରକାଶ ଅଗ୍ରୱାଲ ,ଫାଉଣ୍ଡେସନ ଉପଦେଷ୍ଟା ମନୋଜ ପ୍ରଧାନ, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ରମେଶ ଚନ୍ଦ୍ର ତାରେନିଆ, ଜାତୀୟ ଯୁବ ପ୍ରକଳ୍ପ ର ବୌଦ୍ଧ ଜିଲ୍ଲା ସଂଯୋଜକ ସୀତାକାନ୍ତ ସିଂହ,ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଭୋଇପ୍ରମୁଖ ମଂଚ।ସିଂନ ରହି ଓଡିଶା ପୁନର୍ଗଠନ ଉପରେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ଏଥିରେ
ଓଡ଼ିଶାର ସମସ୍ତ ଜିଲ୍ଲାର କୋଣ ଅନୁକୋଣରୁ ନିଜସ୍ଵ ଖର୍ଚ୍ଚରେ ୧୮୦  ଜଣ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ ବିକଶିତ ଓଡିଶା ପୁନର୍ଗଠନରେ ସଂକଳ୍ପ ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ,ଶଙ୍କର୍ଷଣ ମହାନ୍ତି,ଶ୍ରଦ୍ଧାଞ୍ଜଳି ରାଉତରାୟ,ଚନ୍ଦନ ମେହେର, ଇଂମଟ୍ୟାଜ ଖାଁଆଶିଷ ପାତ୍ର ,ପ୍ରତ୍ୟସ ଦାବୀ, ସୁପ୍ରିୟା ଦେହୁରୀ, ସତ୍ୟାବାନ ମେହେର,ରଶ୍ମିତା ପ୍ରଧାନ, ଅମରେଶ୍ଵର ମହାକୁଳ,ଧରଣୀ ବିଭାର,ମନୋଜ ଭୁକ୍ତା, ସୁଧୀର ଦୀପ, ଯସ୍ମୀନ କୌଶର,ସୁନିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ମଧ୍ୟ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସମ୍ପାଦକ ତୋଫାନ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଶେଷରେ ଆସମାନ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ଯୁବ ରେଡ଼କ୍ରୋସ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା ।ଏହାକୁ ଜିଲ୍ଲା ଯୁବ ରେଡ଼କ୍ରୋସ ସଂଯୋଜକ ସୁରେଶ୍ଵର ଯୋଶୀ ପରିଚାଳନା କରିଥିଲେ ।

Related Post

ଗାଁ କଲ୍ୟାଣ ସମିତି ଚୁଲିକୁ ଗଲା, ଅସବରପ୍ରାପ୍ତ ଯବାନ କରି ଦେଖାଇଲା

Posted by - August 27, 2023 0
ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ) : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଗାଁ ରେ ଗାଁ କଲ୍ୟାଣ ସମିତି ହେଇଛି ବାଟବଣା l ଗାଁ ର…

ହରଭଙ୍ଗା ବ୍ଲକ ରେ ୧୨୨ ବରିଷ୍ଠ ଶିକ୍ଷକଙ୍କୁ କାଉନସେଲିଂ ମାଧ୍ୟମରେ ପଦୋନ୍ନତି

Posted by - November 16, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଆଜି ୧୨୨ ଜଣ ବରିଷ୍ଠ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ପଦବୀକୁ କାଉନସେଲିଂ କରାଯାଇ ପ୍ରଦାନ କରାଯାଇ ନିଯୁକ୍ତିପତ୍ର…

ସୁବର୍ଣ୍ଣପୁର ଜିଲ୍ଲା ଗାଁସାଥୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Posted by - September 5, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ମନରେଗାରେ କାର୍ଯ୍ୟରତ ଗାଁ ସାଥୀ(ମେଟ)ଙ୍କ ପ୍ରତି ଅବିଚାର ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଗାଁସାଥୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି I…

୨୦ ଫୁଟ କୂପ ରୁ ବୁଲା ଷଣ୍ଡ ଉଦ୍ଧାର

Posted by - July 4, 2023 0
ହରଭଙ୍ଗା :୪/୭(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ହରଭଙ୍ଗା ମେଡିକାଲ ଛକ ନିକଟରେ ଥିବା ଏକ ଖୋଲା କୂପ ରୁ ବୁଲା ଷଣ୍ଢ କୁ ଉଦ୍ଧାର କରାଯାଇଛି!ଘଟଣା ଅନୁସାରେ ମଙ୍ଗଳବାର…