ବୌଦ୍ଧରେ କଂଗ୍ରେସର ଜନଜାଗରଣ

29 0

ବୌଦ୍ଧ:୩/୯(ଚିତ୍ତ ରଞ୍ଜନ ସିଂ)ଆଜି ବୌଦ୍ଧଜିଲ୍ଲା କଂଗ୍ରେସ ନେତୃବୃନ୍ଦ ଓ ହଜାର ହଜାର କର୍ମୀ ଏକତ୍ରିତ ହୋଇ ଚାରିଛକଠାରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ବାହାରି ବୁଟୁପାଲିସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପଠାରେ ପହଁଚିଥିଲେ । ସେଠାରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ଜନଜାଗରଣ ସଭା ଅନୁଷ୍ଠିତ ହୋଇଥିଲା ।

ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ରାଜଗାଙ୍ଗପୁର ବିଧାୟକ ରଞ୍ଜନ ନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ବୌଦ୍ଧ ଜିଲ୍ଲା ପ୍ରଭାରୀ ଜାନକୀ ପଟ୍ଟନାୟକ, ଏସସିସେଲ୍‌ ରାଜ୍ୟ ସଭାପତି ବାଂଛାନିଧି ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗପଣିଆ, ଦରଦାମ ବୃଦ୍ଧି ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ବର୍ଷିଥିଲେ । କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡ଼ି ସରକାରକୁ ଭର୍ତ୍ସନା କରିବାସହ ଆଉ ଏ ମିଛ ରାଜନୀତି ଚଳିବ ନାହିଁ ।

କଂଗ୍ରେସ ପାରିବାରକୁ ସଶକ୍ତ, ସଙ୍ଗଠିତ ଓ ସଫଳ କରିବା ପାଇଁ ଏହି ଜନଜାଗରଣ ସଭା କରାଯାଇଛି । ନବୀନ ବାବୁ ନିଜକୁ ସ୍ୱଚ୍ଛ ଶାସକ କହୁଛନ୍ତି ହେଲେ ଓଡିଶାର ସମସ୍ତ କାମ ଲାଞ୍ଚ଼ ନେଲେହିଁ ହୋଇଥାଏ । ଜନତା କାହାକୁ ଏହାର ଅଭିଯୋଗ କରିବେ ବୋଲି ଜାଣିପାରୁନାହାନ୍ତି । ରାଜ୍ୟରେ ଅଫିସର ମନମୁଖି ଶାସନ କରୁଛନ୍ତି, ଓଡିଶା ବାହାର ଲୋକ ଓଡିଶାକୁ ଲୁଟି ଚାଲିଛନ୍ତି, ମହିଳା ସଶକ୍ତିକରଣ କଥା କହୁଥିବା ବିଜେଡି ମଣିପୁର ଲୋମହର୍ଷଣକାରୀ ଘଟଣାରେ ବିଜେପିକୁ ସମର୍ଥନ କରି ନିଜର ଅସଲ ଚେହେରା ସାମନାକୁ ଆଣିଛି । କଂଗ୍ରେସ ଦଳ ଏକତା ଓ ଦୃଢତାର ସହ ଏହି ଅଗଣତାନ୍ତ୍ରିକ ସରକାରଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିବ । ଜନତା ଆଗାମୀ ନିର୍ବାଚନରେ ଅଗଣତାନ୍ତ୍ରିକ ସରକାରକୁ ଉଚିତ ଜବାବ ଦେବେ ଆଗାମୀ ସାଧାରଣ ନିର୍ବାଚନରେ ବୋଲି ରାଜ୍ୟ ସଭାପତି ଶରତ ପଟ୍ଟନାୟକ କହିଥିଲେ ।

୨୦୨୪ରେ ବୌଦ୍ଧରୁ ପ୍ରଥମ ବିଜୟ ଆରମ୍ଭ ହେବ ବୋଲି ମଧ୍ୟ କହିଥିଲେ । ମୁଖ୍ୟ ଅତିଥି ଚେଲ୍ଲା କୁମାର ଏହି ସଭାରେ ପ୍ରଥମେ କଂଗ୍ରେସ ସରକାର ମନରେଗା ଯୋଜନା ଆରମ୍ଭ କରିଥିଲା ଶ୍ରମିକଙ୍କ ପାଇଁ କିନ୍ତୁ ଏବେ ରାଜ୍ୟସରକାର ଶ୍ରମିକ ବଦଳରେ ମେସିନରେ କାମକରାଉଥିବାରୁ ଶ୍ରମିକମାନେ ଦାଦନ ଖଟିବାକୁ ବାହାରକୁ ଯାଉଥିବା କହି କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟସରକାର ବେକାରୀ ସମସ୍ୟା ଦୂରପାଇଁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ତାହା କାର୍କ୍ୟକାରୀ କରିନଥିବାରୁ ମଧ୍ୟ ସମାଲୋଚନା କରାଯାଇଥିଲା ।

ଶେଷରେ କଂଗ୍ରେସର ମିଶ୍ରଣ ପର୍ବରେ ୧୮ ଜଣ ଅନ୍ୟଦଳର ନେତା ଓ କର୍ମୀ ସାମିଲ ହୋଇଥିଲେ । ଅତିଥିମାନେ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ନିଜଦଳରେ ସାମିଲ କରିଥିଲେ । ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସାହୁ, ଜିଲ୍ଲା କଂଗ୍ରେସର ମୁଖପାତ୍ର ଶାନ୍ତନୁ ମହାପାତ୍ର, ସୋମରେଶ ମିଶ୍ର, ଗଣେଶ ଅଗ୍ରୱାଲଙ୍କ ସମେତ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ ସମେତ ଜିଲ୍ଲାର ବହୁ ସଂଖ୍ୟାରେ ନେତା ଓ କର୍ମୀ ଯୋଗଦେଇଥିଲେ ।

Related Post

କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ଜିଲ୍ଲା କର୍ମକର୍ତ୍ତା, ବ୍ଳକ ସଭାପତି ଏବଂ ଡିଜିଟାଲ ସଂଯୋଜକ ମାନଙ୍କର ବୈଠକ

Posted by - April 8, 2023 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ)ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ଜିଲ୍ଲା କର୍ମକର୍ତ୍ତା, ବ୍ଳକ ସଭାପତି ଏବଂ ଡିଜିଟାଲ ସଂଯୋଜକ ମାନଙ୍କର ଏକ…

କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 9, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବିଜୁ ଜନତା ଦଳ ଆସନ୍ତା ଡିସେମ୍ବର ୨୬ ତାରିଖରେ ତାର ୨୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି।…

ଜୟପୁର ରେ ମୋଦିଙ୍କ ନିର୍ବାଚନୀ ପ୍ରଚାର, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

Posted by - March 29, 2019 377
ଜୟପୁର ୨୯|୩ : କୋରାପୁଟ ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ ।…

ଥାଲକୁଡି ପଂଚାୟତରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ

Posted by - April 8, 2023 0
ଯାଜପୁର:ଯାଜପୁର ଦଶରଥପୁର ବ୍ଳକ ଥାଲକୁଡି ପଂଚାୟତରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ଜନହିତକର ଯୋଜନା ତଥା ରାଜସ୍ବ…

ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ହରଡ଼ଘଣାରେ ବିଜୟୀ ସରପଞ୍ଚ

Posted by - March 10, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଚଂଚକତା କରି ଜାତିଗତ ପ୍ରମାଣ ପତ୍ର ଦାଖଲ କରି ବିଜୟୀ ହୋଇଥିବା ଅଭିଯୋଗ ହୋଇଛି।ଏହାରି…