କଳାହାଣ୍ଡି:(ନରେନ୍ଦ୍ର ନେଗୀ)ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ବିୟୋଗ କୁ ନେଇ ଶୋକସଭା ଆଜି ଜିଲ୍ଲା ବିଜେଡି ପକ୍ଷରୁ ଭବାନୀପାଟଣା ଠାରେ ଥିବା ଦଳୀୟ କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ହୋଇଥିଲା।
ଅନୁଷ୍ଟିତ ସଭାରେ ପୌରଧ୍ୟକ୍ଷା ସଂଯୁକ୍ତା ବେହେରା, ବିଜୁ ମହିଳା ଜନତା ଦଳ ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ, ପୂର୍ବତନ ବିଧାୟକ ଅନାମ ନାଏକ,ପୂର୍ବତନ ବିଧାୟକ ଶିବାଜି ମାଝୀ,ଭବାନୀପାଟଣା ପୌର ପରିଷଦ ୨୦ ନମ୍ବର ୱାର୍ଡ କାଉନ ସିଲର ପ୍ରମିତ ସିଂ,୧୭ ନମ୍ବର ୱାର୍ଡ କାଉନ ସିଲର କ୍ଷୀର ସିନ୍ଧୁ ନାଏକ, ଜିଲ୍ଲା ଉପ ସଭାପତି ଜିତେନ୍ଦ୍ର ମହାନ୍ତି,ପ୍ରଦୀପ ମୁଣ୍ଡ,ସାମନ୍ତ ଖାମରି,ଅଶେଶ୍ୱର ବାଗ,ସେନାପତି ନାଏକ, ରାଜୀବ ସତପଥି, ଚକ୍ରଧର ସେଠି, ସମିତା ନାଏକ,କାର୍ଯ୍ୟାଳୟ ସମ୍ପାଦକ ଧର୍ମେନ୍ଦ୍ର ନାଏକ,ଖମାରି,ଯୁବ ଜନତା ଦଳ କଳାହାଣ୍ଡି ସଭାପତି ଆଦିତ୍ୟ ନନ୍ଦ, ନଗର କମିଟି ଯୁବ ସଭାପତି ପୀତବାସ ବେହେରା ଙ୍କ ସମେତ ଦଳର ସମସ୍ତ କର୍ମୀ ଓ ନେତା ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅମର୍ ଆତ୍ମାର ସଦ୍ଗତି କାମନା କରିଛନ୍ତି ସମସ୍ତ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ