Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ନୂଆବର୍ଷରେ ଧାରଣାରେ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ, ବାଲେଶ୍ୱର ମେଡିକାଲ ସମସ୍ୟା ନେଇ ଦେଇଛନ୍ତି ଧାରଣା

572 0

ବାଲେଶ୍ୱର ୧।୧:ବାଲେଶ୍ୱର ମେଡିକାଲରେ ଅବ୍ୟବସ୍ଥା ଅଭିଯୋଗ ପ୍ରତିବାଦରେ ଧାରଣାରେ ବସିଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମେଡିକାଲ ପରିସରରେ ଶତାଧିକ କର୍ମୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧାରଣାରେ ବସିଥିବା ଜଣାପଡିଛି ।

ଦୀର୍ଘ ବର୍ଷ ହେବ ବିପର୍ଯ୍ୟୟ ଅବସ୍ଥାରେ ପଡିରହିଛି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ନା ଠିକ୍ ସମୟରେ ଡାକ୍ତର ଆସୁଛନ୍ତି, ନା ଭଲ ଭାବେ ରୋଗୀସେବା ହେଉଛି । ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିବା ପାଇଁ ପୂର୍ବରୁ ଅନେକ ଥର ମେଡିକାଲକୁ ଅଚାନକ ଗସ୍ତରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମେଡିକାଲରେ କେମିତି ଚାଲିଛି ସ୍ୱାସ୍ଥ୍ୟସେବା, ସେନେଇ ସ୍ଥିତି ପରଖିବା ସହ ହସ୍ପିଟାଲର ବିଭିନ୍ନ ଅସୁବିଧା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ।

ହେଲେ କୌଣସି କାର୍ଯ୍ୟନୁଷ୍ଠାନ ନିଆନଯିବାରୁ ଆଜି ରାତି ପାଖାପାଖି ୯ଟା ୩୦ ମିନିଟରୁ ମେଡିକାଲ ପରିସରରେ ଧାରଣାରେ ବସିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।ଧାରଣା ସମ୍ପର୍କରେ ଖବର ପାଇବା ପରେ ମେଡିକାଲକୁ ଯାଇ ତାଙ୍କୁ ଭେଟିଥିଲେ ଜିଲ୍ଲାପାଳ । ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପୁନର୍ବାର ଧାରଣା ଜାରି ରଖିଥିବା ସୂଚନା ମିଳିଛି ।

Facebook Notice for EU! You need to login to view and post FB Comments!

Related Post

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାରର୍ପିତ ହେଲା ଓମଫେଡ ଡାଇରି ପ୍ଲାଣ୍ଟ

Posted by - November 11, 2021 0
ବାରଙ୍ଗ:(ସନ୍ତୋଷ ରାଉତ)କଟକ ଜିଲ୍ଲା ଅରିଲୋ ଠାରେ ଦୋଇନିକ ୫ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଓମଫେଡ୍ ଡାଇରୀ ପ୍ଲାଣ୍ଟ କୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଏହାକୁ…

ଟିକା ପ୍ରମାଣପତ୍ର ଦୋକନରେ ନ ଲଗେଇଲେ ଖୋଲିପାରିବେନି ଦୋକାନ

Posted by - June 22, 2021 0
ଗଞ୍ଜାମ:କୋଭିଡର ତୃତୀୟ ଲହର ରୁ ବଞ୍ଚିବା ପାଇଁ ଟିକାକରଣ ଜରୁରୀ ଅଟେ । ଏବେ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଇଛି । ଦୋକାନୀମାନେ…

Leave a comment

Your email address will not be published.