ଡ୍ରେଗନ୍ ଫଳ ଚାଷ କରି ସଫଳତା ହାସଲ କଲେ ଦୁର୍ଯ୍ୟୋଧନ ସାହୁ

44 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ବଜାରରେ ନୂତନ ଫଳ ତଥା ନୂଆ ନୂଆ ପନିପରିବା ଚାଷୀ ଉତ୍ପାଦନ କରି ବଜାରରେ ବିକ୍ରି କରିବା ସହ ନିଜେ ରୋଜଗାରକ୍ଷମ ହୋଇ ପାରୁଛନ୍ତି। ସେମିତିବି ଇଛା ଶକ୍ତି ଓ ପରିଶ୍ରମ ବଳରେ ସବୁ କିଛି ସମ୍ଭବ ହୋଇ ପାରେ ବୋଲି ପ୍ରମାଣିତ କରିଛନ୍ତି ଟିଟିଲାଗଡ଼ର ଦୁର୍ଯ୍ୟୋଧନ ସାହୁ।

ଟିଟିଲାଗଡ ସର୍ଗିଗୁଡା ନିବାସୀ ଶ୍ରୀ ଦୁର୍ଯ୍ୟୋଧନ ସାହୁ ଗୁଲ୍ମୀ ନିକଟସ୍ଥ ସିଆଲ୍ ଯୁଡ଼ୁଙ୍ଗି ଗ୍ରାମରେ ଥିବା ନିଜର ଦେଢ଼ ଏକର ଜମି ଭିତରୁ ପ୍ରାୟ ଅଧା ଏକର ଜମିରେ ଏକ ବର୍ଷ ପୂର୍ବେ ଡ୍ରେଗନ ଫ୍ରୁଟ ଚାରା ପଡୋଶୀ ରାଜ୍ୟ ୱେଷ୍ଟ ବେଙ୍ଗଲ ଓ ଆସାନସୋଲରୁ ନିଜର ଜମିରେ ଲଗାଇଥିଲେ। ଏବେ ଦୁଇ ମାସ ଲଗାଇଥିବା ଗଛରେ ଫଳ ବାହାରିବାରେ ଲାଗିଛି। ୩୨ ପ୍ରକାର ଡ୍ରେଗାନ ଫ୍ରୁଟ୍ ଗଛ ଥିବା ବେଳେ ତାଙ୍କ ଜମିରେ ଚାରି ପ୍ରକାର ଗଛ ଲଗାଇଛନ୍ତି।

ଡ୍ରେଗନ ଫ୍ରୁଟର ରଙ୍ଗ ଯେପରି ଗୋଲାପି ହୋଇ ସୁନ୍ଦର ଦିଶୁଛି ସେହିପରି ଫଳ ଅତି ସୁସ୍ୱାଦୁ ମଧ୍ୟ ହୋଇଛି। ବଜାରରେ କିଲୋଗ୍ରାମ ପିଛା ୨୫୦ ଟଙ୍କାରୁ ଉର୍ଦ୍ଧ୍ବ ଦରରେ ବିକ୍ରୀ ହେଉଥିବା ବେଳେ ଶ୍ରୀ ସାହୁ ଏହାକୁ ୧୫୦ ଟଙ୍କାରେ ବଜାରରେ ଉପଲବ୍ଧ କରାଉଛନ୍ତି, ଫୋନ କଲେ ହୋମ ଡେଲିଭରି ସୁବିଧା ମଧ୍ଯ ଯୋଗାଉଥିବା ସେ କହିଛନ୍ତି। ନୂତନ ଯୁଗରେ ନୂତନ ପ୍ରଣାଳୀରେ ଏହି ଚାଷ କରି ଏବେ ସଫଳତାର ସ୍ଵାଦ ଚାଖିବା ସହ ନିଜ ଅଞ୍ଚଳରେ କମ ଦରରେ ବିକ୍ରୀ କରିବା ଗ୍ରାହକଙ୍କ ପାଇଁ ଖୁସିର ଖବର।

Related Post

ସୁଧୀର ଧଙ୍ଗଡ଼ାମାଝୀଙ୍କ ‘ଖଂଗାର୍‌’ ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍ ପୁରସ୍କାର ପାଇଁ ମନୋନୀତ

Posted by - December 12, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ପକ୍ଷରୁ ସର୍ବାଧିକ ବିକ୍ରିତ ପୁସ୍ତକକୁ ପ୍ରଦାନ କରାଯାଉଥିବା ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍ ପୁରସ୍କାର ପାଇଁ କଳାହାଣ୍ଡିର ଯୁବଲେଖକ ସୁଧୀର…

ଯୁବସଂଗଠକ ଙ୍କ ପ୍ରଶଂସନୀୟ କାର୍ଯ୍ୟ ,ନିଜ ଖର୍ଚ୍ଚ ରେ ରାସ୍ତା ମରାମତି କରି ଚର୍ଚ୍ଚାରେ

Posted by - May 18, 2023 0
କେସିଙ୍ଗା:(ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ସହର କୁ ସଂଯୋଗ କରୁଥିବା ରାସ୍ତାର କେସିଙ୍ଗା ପଟୁ ଗୋଟିଏ କଲ ଭ ଟ ଉପରେ…

ସଂକୃତି ଓ ପରମ୍ପରାରେ ବନ୍ଧା ହିନ୍ଦୁ,ଜାଣନ୍ତୁ କେଉଠି ହୁଏ ଚମ୍ପା ଚଢେଇର ଲଢେଇ

Posted by - January 18, 2022 0
ମୁନିଗୁଡା:(ରମାକାନ୍ତ ପୋଢାଳ) ପବିତ୍ର ପୁଷ ପୁନେଇଁ , ଓଡ଼ିଶାରେ ବସବାସ କରୁଥିବା ହିନ୍ଦୁ ମାନଙ୍କ ବାରମାସ ରେ ତେର ପର୍ବ । ଏଇ ପୁଷ ପୁନେଇଁ ଅବସରରେ…

ରବିବାର କରନ୍ତୁ ଏହି ଉପାୟ : ଦୂର ହେବ ଅନେକ ସମସ୍ୟା

Posted by - September 6, 2019 69
ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ସୋରିଷ ନିଶ୍ଚିତ ରୂପେ ଉପଲବ୍ଧ। ଏହା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହେବା ସହ ଜୀବନର ଅନେକ ସମସ୍ୟା ଦୂର କରିବାରେ ମଧ୍ୟ…

ଲାଦେରପାଲିରେ ନିଆରା ପରମ୍ପରା ବୃଦ୍ଧବୃଦ୍ଧା ବନ୍ଧୁମିଲନ ଅନୁଷ୍ଠିତ

Posted by - January 3, 2022 0
ବରଗଡ/ଅତାବିରା:ଦିନେ ନାଟ୍ୟଜଗତରେ ପଶ୍ଚିମ ଓଡିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି କଲା ସଂସ୍କୃତି କୁ ବଜାୟ ରଖି ବରଗଡ ସମ୍ବଲପୁର ମଝିରେ ଭଗବାନ ଶ୍ରୀ ହନୁମାନଙ୍କ…