ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ଗସ୍ତ

53 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଉପଖଣ୍ଡରେ ଅବସ୍ଥିତ ପୁରାତନ କୀର୍ତ୍ତିରାଜି ଓ ପର୍ଯ୍ୟଟନସ୍ଥଳୀ କୁମୁଡା ପାହାଡ, ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵର ମନ୍ଦିର ଭିତ୍ତିଭୂମିର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ ପର୍ଯ୍ୟଟନ ବିଭାଗ ତରଫରୁ ଏକ ବିଶେଷଜ୍ଞ ଦଳ ପରିଦର୍ଶନ କରିଛନ୍ତି । ଏହି ବିଶେଷଜ୍ଞ ମନ୍ଦିର ମୁଖଶାଳା, ମନ୍ଦିର ଚତୁପାର୍ଶ୍ୱରେ ରହିଥିବା ଛୋଟ ଛୋଟ ମନ୍ଦିରର ଉନ୍ନତି, ଧବଳେଶ୍ଵର ମନ୍ଦିର ପରିସରରେ ଆୟୁର୍ବେଦ ଔଷଧୀୟ ବଗିଚା ନିର୍ମାଣ, କୁମୁଡା ପାହାଡ ଉପରେ ଥିବା ପୋଖରୀର ସୌନ୍ଦର୍ଯ୍ୟକରଣ,ମନ୍ଦିର ପାଦଦେଶରେ ଥିବା ପୋଖରୀର ଉନ୍ନତିକରଣ, ପ୍ରମୋଦ ଉଦ୍ୟାନ ନିର୍ମାଣ, ସଂଗ୍ରହାଳୟ ନିର୍ମାଣ, ଦୂରଦୁରାନ୍ତ ରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ପାନ୍ଥ ନିବାସ ନିର୍ମାଣ ଓ ସୁଲଭ ଶୌଚାଳୟ ନିର୍ମାଣ, ମିଶନ ଶକ୍ତି ତରଫରୁ ଏକ କାଫେ ନିର୍ମାଣ, ପର୍ଯ୍ୟଟନଙ୍କୁ ଆକୃଷ୍ଟ କଲାଭଳି ହେରିଟେଜ ଗ୍ୟାଲେରୀ ନିର୍ମାଣ ପ୍ରଭୃତି ରୂପରେଖା ନିମନ୍ତେ ବାବା ଧବଳେଶ୍ଵର ମନ୍ଦିର ପରିଚାଳନା କମିଟିର ସଭାପତି ଏବଂ ସଦସ୍ୟମାନେ ବିଶେଷଜ୍ଞ ଦଳ ସହ ପୁଙ୍ଖାନୁପୁଙ୍ଗ ଭାବେ ଆଲୋଚନା କରିଥିଲେ ।

ଏହି ବିଶେଷଜ୍ଞ ଦଳରେ ଥିଲେ ଶ୍ରୀ ରବୀନ୍ଦ୍ର କୁମାର ଦଳାଇ, ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗ, ଶ୍ରୀ ସତ୍ୟମ ପଲାଇ, ପି.ଏମ.ୟୁ. ପର୍ଯ୍ୟଟନ ବିଭାଗ, ଭୁବନେଶ୍ଵର, ଶ୍ରୀ ବିଶ୍ଵଜିତ ମହାରଣା, କନିଷ୍ଠ ଯନ୍ତ୍ରୀ, ଓଟିଡ଼ିସି, ଓଡିଶା ଏବଂ ବାବା ଧବଳେଶ୍ଵର ମନ୍ଦିର କମିଟିର ସଭାପତି ତଥା ଉପଜିଲ୍ଲାପାଳ ଶ୍ରୀ ଦୟାମୟ ପାଢୀ, ଶ୍ରୀ ବିପିନ ବିହାରୀ ଦୀପ, ନିର୍ବାହୀ ଅଧିକାରୀ, ପୌରପରିଷଦ, ଟିଟିଲାଗଡ, ଶ୍ରୀ ଲିଙ୍ଗରାଜ ଭୋଇ, ରେଞ୍ଜ ଅଧିକାରୀ, ବନ ବିଭାଗ, ଟିଟିଲାଗଡ, ଶ୍ରୀ ରାଜେନ୍ଦ୍ର ନାରାୟଣ ମିଶ୍ର, ଶ୍ରୀ ଅରୁଣ ମିଶ୍ର, ଶ୍ରୀ ଅଲେଖ ଦଳବେହେରା, ଶ୍ରୀ ସଂଜୀବ କୁମାର ପାଢୀ, ଶ୍ରୀ ମାନସ ରଞ୍ଜନ ମହାନ୍ତି, ଶ୍ରୀ ଅଶୋକ ତ୍ରିପାଠୀ, ଶ୍ରୀ ସୀତାରାମ ସାହୁ, ଶ୍ରୀ ତ୍ରିନାଥ ସରାଫ, ଶ୍ରୀ ପ୍ରେମଚାନ୍ଦ ଜୈନ, ଶ୍ରୀ ସୀତାରାମ ସାହୁ, ଶ୍ରୀ ଧବଳେଶ୍ଵର ଦଳବେହେରା, ଶ୍ରୀ କମଳା କାନ୍ତ ସାହୁ, ଶ୍ରୀ ଅଶୋକ ପାଢୀ, ଶ୍ରୀ ପଙ୍କଜ ଅଗ୍ରୱାଲ, ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଶ୍ରୀ ପଞ୍ଚା ପାଢୀ, ଶ୍ରୀ ସୁନୀଲ କୁମାର ପଣ୍ଡା, ଶ୍ରୀ ଅରୁଣ ବାଗ, ଶ୍ରୀ ଭୂପତି ବାରିକ, ଶ୍ରୀ ଦୁର୍ଯ୍ୟଧନ ସାହୁ କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Related Post

କଡାକଡି ହେଲା ସୁବର୍ଣ୍ଣପୁର ଜିଲ୍ଲା ବିଦ୍ୟୁତ ବିଭାଗ ଆଇନ

Posted by - December 16, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ଆଇନକୁ କଡାକଡି ଲାଗୁ କରାଯାଇଛି ।ବିଦ୍ୟୁତ ଚୋରୀ ତଥା ବୈଦ୍ୟୁତିକ ଦୁର୍ଘଟଣାକୁ ରୋକିବା ପାଇଁ…

ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବୀ ପତ୍ର

Posted by - November 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ । ମଂଗଳପୁର ପୁର ଥାନା ଦୁଦୁରାଂଟା…

ଓଭସା ବୌଦ୍ଧ ପକ୍ଷରୁ ସମ୍ବର୍ଦ୍ଧନା ସଭା

Posted by - August 12, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ଓଡ଼ିଶା ଭେଟିରିନାରୀ ସର୍ଭିସେସ ଆସୋସିଏସନ୍ ବୌଦ୍ଧ ଶାଖା ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ,ବୌଦ୍ଧ ଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା…

ଯାଜପୁର ଜିଲ୍ଲାରେ ଅମ୍ପାଂନ ବାତ୍ୟା ବିଶେଷ ପ୍ରଭାବ ପକାଇପାରିନାହିଁ

Posted by - May 21, 2020 0
ଯାଜପୁର : ୨୧ ।୫: ଅମ୍ପାଂନ ବାତ୍ୟାରେ ଜିଲ୍ଲାର ବିଶେଷ କ୍ଷୟକ୍ଷତି ହୋଇ ନାହିଁ ବୋଲି ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ…

ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ ଠାରେ ଆର୍ଥିକ ସାକ୍ଷରତା ଉପରେ ସଚେତନତା କାର୍ଯ୍ୟକ୍ରମ

Posted by - December 30, 2022 0
ନବରଙ୍ଗପୁର:୩୦/୧୨(ବେଣୁ ଗୋପାଳ ରାଓ)ଆର୍ଥିକ ସାକ୍ଷରତା ଉପରେ ସଚେତନତା ଶିବିର ନବରଙ୍ଗପୁର ଜିଲ୍ଲାର ପ୍ରତିଟି ଗ୍ରାମରେ ଷ୍ଟେଟ ବ୍ୟାଙ୍କ ଏବଂ ଧାନଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଆସୁଛି…