ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ଠାରେ ବାଉଁଶ କାରିଗରମାନଙ୍କୁ ସମ୍ବର୍ଦ୍ଧିତ କଲେ ବନଖଣ୍ଡ ଅଧିକାରୀ

22 0

ବୌଦ୍ଧ: (ଚିତ୍ତ ରଞ୍ଜନ ସିଂହ)ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ଠାରେ ବାଉଁଶ କାରିଗରମାନଙ୍କୁ ବନଖଣ୍ଡ ଅଧିକାରୀ ଦେବପ୍ରୀୟ କମ୍ପ ସମ୍ବର୍ଦ୍ଧିତ କରିଛନ୍ତି । ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ଗ୍ରାମ ବନ ସୁରକ୍ଷା ସମିତି ର ସଦସ୍ୟ ଚିନ୍ତାମଣି ନାଏକ, ସୁରେନ୍ଦ୍ର ପ୍ରଧାନ, ଯଶୋଦା ପ୍ରଧାନ, ବେଦଭୁମି ନାଏକ ବାଉଁଶ କାରିଗରି କାମ କରି ବେଶ ପ୍ରଶଂସିତ ହୋଇଛନ୍ତି । ସିନ୍ଦୁରପଙ୍କ ଗ୍ରାମ ର ବାଉଁଶ କାରିଗରମାନଙ୍କ ଉତ୍ପାଦିତ ସାମଗ୍ରୀ ସବୁ ବିଭିନ୍ନ ପ୍ରଦର୍ଶନୀରେ ପ୍ରଦର୍ଶିତ ଓ ବିକ୍ରୟ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।

ଏବେ ଏହି ବାଉଁଶ କାରିଗରମାନଙ୍କ ଏକ ୪ ଜଣିଆ ଦଳ ଅଧିକ ତାଲିମ ଓ କାରିଗରି କୌଶଳର ବିନିମୟ ଉଦେଶ୍ୟରେ ଆସାମର ଜୋରହାଟକୁ ଦଶ ଦିନିଆ ଟ୍ରେନିଙ୍ଗରେ ଯାଉଛନ୍ତି । ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ଉତ୍ସବରେ ବାଉଁଶ କାରିଗରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଏ. ସି. ଏଫ. ଆଶିଷ କୁମାର କଁହର ଏବଂ ଜିଲ୍ଲା ବନ ଖଣ୍ଡ ଅଧିକାରୀ ଦେବପ୍ରୀୟ କମ୍ପ କାରିଗର ମାନଙ୍କ ଉଦ୍ଦେଶ୍ୟ ରେ ଶୁଭେଚ୍ଛା ବାର୍ତ୍ତା ରଖି ତାଙ୍କୁ ଉତ୍ସାହିତ କରିଥିଲେ l

ଏ.ସି.ଏଫ୍ ମିନାକ୍ଷି କୁମରା ଶୁଭେଚ୍ଛା ବାର୍ତ୍ତା ଦେବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ବିଷୟ ବସ୍ତୁ ବିଶେଷଜ୍ଞ, ଜୀବନ ଜୀବିକା ସଞ୍ଜୟ କୁମାର ପଟ୍ଟନାୟକ ଏବଂ ତଥ୍ୟ ଅଧିକାରୀ ଏମ. ଆଇ. ଏସ ଶିବଦତ୍ତ ଅଗସ୍ତି power point ମାଧ୍ୟମ ରେ କାରିଗରୀ କୌଶଳ ର ନମୁନା ଉପସ୍ଥାପନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସିନିୟର ଆସିଷ୍ଟାଣ୍ଟ ସତ୍ୟନାରାୟଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ମାଧପୁର ରେଞ୍ଜ ର ଡେପୁଟି ରେଞ୍ଜର ଆଶିଷ କୁମାର ଦିଗାଲ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ, ବୌଦ୍ଧ ର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି, ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି କାରିଗର ମାନଙ୍କୁ ଉତ୍ସାହିତ କରିଥିଲେ l

Related Post

ମର୍ମନ୍ତୁଦ ଦୁର୍ଘଟଣା, ହାଇଭା ସହ ଇନୋଭା ମୁହାଁମୁହିଁ ଧକ୍କା, ୧ ମୃତ ୭ ଗୁରୁତର

Posted by - July 1, 2020 1,097
ବଡ଼ବିଲ:(ସୀତାରାମ ଦୀକ୍ଷିତ)ଏନ ଏଚ୍ ୫୨୦ ନାରଦପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଭା ସହ ଇନୋଭା ମୁହାଁମୁହିଁ ଧକ୍କା। ଇନୋଭା ଗାଡ଼ି ଭିତରେ ଚାପିହୋଇ ଡ୍ରାଇଭର ମୃତ…

୧୯ ଦିନରେ ପହଞ୍ଚିଲା “ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ” ଗଣଧାରଣା

Posted by - September 15, 2023 0
କୋକସରା ବ୍ଲକ ସମିତି ବୈଠକରେ ରେଜୁଲେସନ୍ ପାସ୍ କରି ସମର୍ଥନରେ ବସିଲେ କୋକସରା ବ୍ଲକ ନିର୍ବାଚିତ ପ୍ରତିନିଧି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବୀ ନେଇ…

ସରସ୍ୱତୀ ଶିଶୁ ମନ୍ଦିରରେ ସ୍ୱାଗତ ସମ୍ବର୍ଦ୍ଧନା

Posted by - July 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଲକ ଛତ୍ରଙ୍ଗ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ସୁନିଲ ଗୁରୁଙ୍କ ସଭାପତିତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଛି…