ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଥିବା ତଥା ଆଗାମୀ ଦିନରେ ହେବାକୁ ଥିବା ନୂତନ କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଟିଟିଲାଗଡ଼ର ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ, ଟିଟିଲାଗଡର ବିଧାୟିକା ତଥା ବାଣିଜ୍ୟ, ପରିବହନ, ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଏସଟିଏସସି ଡେଭଲପମେଣ୍ଟ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରଣା, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ ଉପସ୍ଥିତ ରହି ପ୍ରଥମେ ମୂଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଧବଳେଶ୍ବର ମନ୍ଦିରର ଉନ୍ନତି କରଣର ଭିତ୍ତି ପ୍ରସ୍ତର ସ୍ଥାପନ, ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୁମୁଡା ପାହାଡ ପାର୍କର ଉଦଘାଟନ କରିଥିଲେ।
ତାପରେ ୱାର୍ଡ ନମ୍ବର ୧୦ ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ,ଏସୟୁଏଚ ବିଲଡିଂ, ମିଶନ ଶକ୍ତି ଗୃହ, ଦେଶିଲ ଠାରେ ଦୁଇ କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏସଇ ଟିପି, ବୁର୍ଡି ପଡା ଠାରେ ୩୦ ଏକର ଜମିରେ ନଗର ବନ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଏହାପରେ ଏକ ନମ୍ବର ୱାର୍ଡ ରେ ନୂତନ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ, ୧.୨ କୋଟି ବ୍ୟୟ ଅଟକଳରେ ପିଇବା ପାଣି ଜଳ ପ୍ରକଳ୍ପର ଉଦଘାଟନ, ୬୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଗୋପବନ୍ଧୁ ପାର୍କ, ପାର୍କ ପାଖରେ ନିର୍ମିତ ହୋଇଥିବା ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପାର୍କିଂ ଷ୍ଟାଣ୍ଡର ଉଦଘାଟନ, ସ୍ଵାଧୀନ ପଡା ବିଲ୍ଡିଂ ଠାରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଲାଇବ୍ରେରୀ ହଲର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଅନ୍ୟ ମାନଙ୍କ ମଧ୍ୟରେ ଟିଟିଲାଗଡ଼ ପୌର ପରିଷଦର ପୌରନିର୍ବାହୀ ଅଧିକାରୀ ଶ୍ରୀ ବିପିନ ଦୀପ , ଏସ ଏଚ ଜି ମହିଳା, ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଆଜିର ଏହି ସବୁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଟିଟିଲାଗଡ ସହରରେ ଦଶ ଦିନ ପରେ ପିଇବା ପାଣି ଲୋକେ ପାଇଲେ,ସହରରେ ଗୋଟିଏ ଚର୍ଚ୍ଚା ଯେ ବିକାଶ କାର୍ଯ୍ୟର ଉଦଘାଟନ ଯେପରି ହେଉଛି ଯେ ସମସ୍ୟା ରହିବା କଥା ନୁହେଁ ଯେପରିକି ୨୫ କୋଟି ବ୍ୟୟ ଅଟକଳରେ ଟିଟିଲାଗଡ ସହରରେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ ଚାଲୁଛି କିନ୍ତୁ ଖରା ଦିନ ଭଳି ଏବେ ବି ପିଇବା ପାଣିର ସମସ୍ୟା ଲାଗି ରହିଛି। କାମ ସମ୍ପୂର୍ଣ ହେବାକୁ ଆଉ କିଛି ଦିନ ଲାଗିବ କିନ୍ତୁ ଏହାର ବିକଳ୍ପ ବ୍ୟବସ୍ଥା ନ କରି ବିକାଶ କାର୍ଯ୍ୟ କେତେ ଦୂର ଯଥାର୍ଥ ପ୍ରଶାସନ ତଥା ନେତା ମନ୍ତ୍ରୀ ବିଚାର କରନ୍ତୁ। ସେଥିପାଇଁ ବିଭାଗୀୟ ଅଧିକାରୀ ମାନେ କଣ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।