Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ରାତି ଅଧିଆ ବେଆଇନ ମାଟି ଖୋଳି ଚାଲିଛି ବସ ଷ୍ଟାଣ୍ଡ କାମ

52 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣା କଟକ ଠାରେ ନିର୍ମାଣ ଧୀନ ଥିବା ନୂତନ ବସ ଷ୍ଟାଣ୍ଡ କାର୍ଯ୍ୟ ରେ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ କୁ ସ୍ଥାନୀୟ ଅଞ୍ଚଳ ଜନସାଧାରଣ ଙ୍କ ଭିତରେ ଅସୋନ୍ତଷ ବୃଦ୍ଧି ପାଉଛି l ପୁରୁଣାକଟକ ଗ୍ରାମ ର ସ୍ମଶାନ ଘାଟ ନିକଟ ରୁ ରାତି ଅଧିଆ ମାଟି ଖୋଳି ବେଆଇନ୍ ଭାବେ 6 ଫୁଟ୍ ଗଭିର ର ଗର୍ତ କରାଯାଇଥିବାବେଳେ ଗ୍ରାମବାସୀ ଠିକାଦାର ଙ୍କ ଏଭଳି ବେଆଇନ କାର୍ଯ୍ୟ ବିରୋଧ କରିଥିଲେ l

ଏପରିକି ଠିକା ସଂସ୍ଥା ର ଜେସିବି ମସିନ୍ ( OD 27 A 9313 )କୁ ଅଟକ୍ ରଖିବା ସହ ବସ ଷ୍ଟାଣ୍ଡ କାର୍ଯ୍ୟ ରେ କାହା ଅନୁମତି ନେଇ କିପରି ଭାବ ରେ ମାଟି ଖୋଳି ରାତି ଅଧିଆ ନିମ୍ନ ମାନର କାର୍ଯ୍ୟ କରାଯଉଛି ବୋଲି ଠିକା ସଂସ୍ଥା କୁ ପ୍ରଶ୍ନ କରିଥିଲେ । ଅନ୍ୟପଟେ ଏପରିକି ଘଟଣା କୁ ନେଇ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବାରୁ ଠିକାଦାର ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ଦିନ ସ୍ଥାନିୟ ରାଜସ୍ଵ ନିରୀକ୍ଷକ ସୁଶ୍ରୀ ଲଖ୍ମିପ୍ରିୟା ସାହୁ ଙ୍କ ଜରିଆରେ ତହସିଲଦାର ଙ୍କୁ ଏକ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି l

ଦାବି ପତ୍ର ପ୍ରଦାନ ସମୟ ରେ ହରଭଙ୍ଗା ବ୍ଲକ ସରପଞ୍ଚ ସଙ୍ଘ ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚ ଅଶୋକ ସେଠି, ପୁରୁଣା କଟକ ଉନ୍ନୟନ କମିଟି ସମ୍ପଦକ ଦୀପ୍ତି ପ୍ରକାଶ ସାହୁ ଙ୍କ ସମେତ ଶୁବେନ୍ଧୁ ଭୋକ୍ତା, ସରୋଜ୍ ସାହୁ, ସ୍ରବଣ ଆପଟ, ଅଭିମନ୍ୟୁ କର୍ମି, ରାଜ୍କିଶ୍ହୋର୍ ଅମାତ, ଶ୍ରି ବୁଢା ଦନାୟକ, ଶ୍ରି ରକେଶ ପ୍ରଧାନ୍, ପ୍ରମୁଖ ଉପସ୍ଥିତ ଥିଲେ।

Related Post

ବାଇକକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ ଜଣେ ଗୁରୁତର।

Posted by - October 13, 2019 0
ଅନୁଗୁଳ:(ମହେଶ ଭୋମରାଜ)ବଅଁରପାଳ ବ୍ଲକ ମହିଧରପୁର ହାଟ ନିକଟରେ ଏକ ଦୁର୍ଘଟଣା ହୋଇଛି। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।…

ଟିଟିଲାଗଡ ବ୍ରାହ୍ମଣ ସମାଜର ରୌପ୍ୟ ଜୟନ୍ତୀ ପାଳନ ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ବୈଠକ

Posted by - August 21, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବ୍ରାହ୍ମଣ ସମାଜର ସାଧାରଣ ବୈଠକ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ସଭାପତି ଶ୍ରୀ ବିଶ୍ବରାମଠାକୁରଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଭାକାର୍ଯ୍ଯ…

୨୦ ଫୁଟ କୂପ ରୁ ବୁଲା ଷଣ୍ଡ ଉଦ୍ଧାର

Posted by - July 4, 2023 0
ହରଭଙ୍ଗା :୪/୭(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ହରଭଙ୍ଗା ମେଡିକାଲ ଛକ ନିକଟରେ ଥିବା ଏକ ଖୋଲା କୂପ ରୁ ବୁଲା ଷଣ୍ଢ କୁ ଉଦ୍ଧାର କରାଯାଇଛି!ଘଟଣା ଅନୁସାରେ ମଙ୍ଗଳବାର…

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ କୋଭିଡ ୧୯ ଫଣ୍ଡକୁ ଅର୍ଥ ଦାନ

Posted by - April 25, 2020 6
ବଡ଼ବିଲ:(ସୀତାରାମ ଦୀକ୍ଷିତ) ଆଦିବାସୀ ବିକାଶ ସମିତି ଜେନେରାଲ ବଡି କମିଟି ତରଫରୁ ୫୦,୦୦୦ ହଜାର ଟଙ୍କା ଚେକ ପ୍ରଦାନ ।ବୈଷୟିକ ମହାମାରୀ କରୋନାର ଭୟାବହତା ସାରା ବିଶ୍ବକୁ…

ବେଲଗୁଣ୍ଠାରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ

Posted by - May 15, 2022 0
ବେଲଗୁଣ୍ଠା: ବେଲଗୁଣ୍ଠା ଅଞ୍ଚଳର ଆରାଧ୍ୟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠରେ ନୃସିଂହ ଜନ୍ମ ମହୋତ୍ସବ ତଥା ନୃସିଂହ ଚତୁର୍ଦ୍ଦଶୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।ସକାଳ ୫…