ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ) : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଗାଁ ରେ ଗାଁ କଲ୍ୟାଣ ସମିତି ହେଇଛି ବାଟବଣା l ଗାଁ ର ପରିବେଶ ସ୍ୱଚ୍ଛତା ସହ ବିଭିନ୍ନ କଲ୍ୟାଣ ନିମନ୍ତେ ସରକାର ଗାଁ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ l ମାତ୍ର ଗୁଣ୍ଡୁରୀସାହିରେ ଗାଁ କଲ୍ୟାଣ କେବଳ ନାମ ମାତ୍ର ଓ ଖାତା କଲମ ଭିତରେ ହିଁ ସୀମିତ ରହିଛି l
ନା ଡ୍ରେନ ସଫା ହେଉଛି, ନା କୂଅରୁ ପାଣି ନିଷ୍କାସନ ହେଉଛି l ନା କେଉଁଠି ଆବର୍ଜନା କୁଣ୍ଡ ଅଛି ନା କାହାକୁ ଅପାତକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଆର୍ଥିକ ସହାୟତା ଦିଆଯାଉଛି l କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ l ଦୀର୍ଘଦିନ ହେବ ଗାଁ ମୁଣ୍ଡରେ ନଳକୂପ ଓ ଅନ୍ୟାନ୍ୟ ଆବର୍ଜନାକୁ ସଫା କରିବା ନିମନ୍ତେ ମନ ବଳାଇଲେ l
ତେବେ ଗାଁ କଲ୍ୟାଣ ସମିତିର ସହାୟତା ଓ କାର୍ଯ୍ୟକ୍ରମ କୁ ଅପେକ୍ଷା ନକରି ପରିବେଶ ସ୍ୱଚ୍ଛତା ପାଇଁ 2021 ମସିହାରେ ଅବସର ନେଇଥିବା ଗାଁ ର BSF ଯବାନ ପ୍ରଦୀପ କୁମାର ମଲ୍ଲିକ ନିଜସ୍ୱ ଉଦ୍ୟମରେ ସେହି ନଳକୂପ ଓ ଅନ୍ୟାନ୍ୟ ଆବର୍ଜନାକୁ ନିଜ ହାତରେ ସଫା କରି ଯୁବ ପିଢ଼ିଙ୍କ ପାଇଁ ଏକ ପ୍ରେରଣା ସହ ଗାଁ ଲୋକଙ୍କ ପାଇଁ ସେବାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି l ଏ ଖବର ପ୍ରସାରଣ ହେବା ପରେ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହେଇଛି l