Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବୁଣାକାର ପରିବାରର ଡାକ୍ତର ପୁଅକୁ ବୟନିକାରେ ସମ୍ବର୍ଦ୍ଧନା

159 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂ) ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିବା ଶତୃଘ୍ନ କୋରାପୁଟ ଜିଲ୍ଲାର ନାରାୟଣପାଟଣା ସିଏଚସି(ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର)ରେ ସ୍ବାସ୍ଥ୍ୟ ଅଧିକାରୀ ରୂପେ ଯୋଗଦେଇଛନ୍ତି। ଏହି ଯୁବ ଡାକ୍ତରଙ୍କୁ ଆଜି ଭୁବନେଶ୍ୱର ବୟନିକାର ମୂଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ହସ୍ତତନ୍ତ ବିଭାଗର ଉପଦେଷ୍ଟା, ବୌଦ୍ଧ ଜିଲ୍ଲା ବିଜଦ ପ୍ରଭାରୀ ତଥା ଯୁବ ନେତା ସୌଭାଗ୍ୟ ନାୟକ ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର ତଥା ବୟନିକାର ଅଧିକାରୀଙ୍କ ଉପସ୍ଥିତିରେ ଏହି ଯୁବ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଯୁବ ଡାକ୍ତରଙ୍କ ପିତା ଜଗବନ୍ଧୁ ପରମାଣିକ ଜଣେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବୁଣାକାର, ମାଁ ଜୟନ୍ତୀ ଦେବୀ ବୟନିକାର ଅନ୍ଯତମା ନିର୍ଦେଶିକା। ନଦୀ ନାଳ ପରିବେଷ୍ଟିତ ଯାଜପୁର ଜିଲ୍ଲାର ଯୋଗାଯୋଗ ବିହୀନ ବୋଦୁଅ ଗ୍ରାମରେ ଡାକ୍ତର ଶତୃଘ୍ନଙ୍କ ଜନ୍ମ। ବ୍ୟାପକ ବାଧାବିଘ୍ନ ସତ୍ତ୍ଵେ ସେ ଶିକ୍ଷା ସମାପ୍ତ କରି ସେ ଆୟୁଷ ଡାକ୍ତର ହେବାକୁ ସକ୍ଷମ ହୋଇଛନ୍ତି। ସର୍ବନିମ୍ନ ସ୍ବାସ୍ଥ୍ୟ ସେବାରୁ ବଂଚିତ ଅନୁନ୍ନତ ସାଧାରଣ ଜନତାଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

Related Post

ଅହମଦାବାଦସ୍ଥିତ ସୂତାକଳରେ ଅଗ୍ନିକାଣ୍ଡ ଘଟି କାର୍ଯ୍ୟରତ ୩ଓଡ଼ିଆ ଶ୍ରମିକ ମୃତ୍ୟୁ

Posted by - February 23, 2020 6,919
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଗୁଜୁରାଟର ଅହମଦାବାଦସ୍ଥିତ ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି କାର୍ଯ୍ୟରତ ୩ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ…

୩୭ତମ ଜିଲାସ୍ତରୀୟ ବିଜ୍ଞାନ,ପରିବେଶ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଉଦଯାପିତ

Posted by - December 18, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବିରଜା ବିଦ୍ୟାଳୟ ପରିସରରେ ୩୭ତମ ଜିଲାସ୍ତରୀୟ ବିଜ୍ଞାନ,ପରିବେଶ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି…

ଡକାୟତ ଦଳ ର ମୁଖ୍ୟ ସୂତ୍ରଧର କୁ ବାନ୍ଧିଲା ପୋଲିସ

Posted by - September 14, 2022 0
ଧର୍ମଗଡ:  (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଅଞ୍ଚଳରେ ବିଗତ ଦିନରେ ହୋଇଥିବା ବିଭିନ୍ନ ଡ଼କାୟତି ମାମଲାରେ କଳାହାଣ୍ଡି ପୋଲିସ ୧୦ ଜଣ ଙ୍କୁ…