Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବିଜେପି ବୌଦ୍ଧ ଜିଲ୍ଲା ଗ୍ରାମୀଣ ମଣ୍ଡଳ ପକ୍ଷରୁ ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ବିକ୍ଷୋଭ ପ୍ରଦର୍ଶନ

47 0

ବୌଦ୍ଧ :୨୬/୮: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ବିଜେପି ର ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଠାରେ ଶନିବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଧାରଣା ଦେବା ସହିତ ଘେରାଉ କରିବା ଓ ବିକ୍ଷୋଭ ପ୍ରଦର୍ଶନ କରି ସ୍ଥାନୀୟ ସରପଞ୍ଚ ଙ୍କ ଜରିଆରେ ମାନ୍ୟବର ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ମଣ୍ଡଳ ସଭାପତି ଶ୍ରୀ ନବୀନ କୁମାର ହୋତାଙ୍କ ନେତୃତ୍ବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ଭାରତୀ ପୁରୋହିତଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଥିଲା ।

ଆଜିର ଏହି କାର୍ଯ୍ୟକ୍ରମ ରେ ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନରେ ଅନିୟମିତତା ଓ ଦୁର୍ନୀତି, ପଞ୍ଚାୟତକୁ ବିଗତ ବର୍ଷ ମାନଙ୍କରେ ଆସିଥିବା ଅନୁଦାନ ଦୁର୍ନୀତିର ତଦନ୍ତ ,ସହିତ ପାଇଖାନା ଦୁର୍ନୀତି, ମନରେଗା ଯୋଜନାରେ ହେରାଫେରି ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର,
କେନ୍ଦ୍ର ସରକାରଙ୍କ ଜନହିତକ।ରୀ ସବୁ ଯୋଜନା ରେ ଦୁର୍ନୀତି ଅଭିଯୋଗ ଓ ପ୍ରିୟା ପ୍ରୀତି ତୋଷଣ ହେଉଥିବା ଉପରେ ଉପସ୍ଥିତ ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ ।

ଏଥି ସହିତ ନୂଆ ଭୋଟର୍ ମାନଙ୍କୁ ପଞ୍ଜିକରଣ ଓ ଭୁଲ ସଂଶୋଧନ କରିବା ସହିତ , ବ।ଦ ପ୍ରକିୟା, ସବୁ ବୁଥ ସ୍ତରୀୟ କମିଟି ପକ୍ଷରୁ ବି ଏଲ ଓ ମାନେ ଘର କୁ ଘର ବୁଲି ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସମସ୍ତ ବୁଥ ମାନଙ୍କର ତଥ୍ୟ ନିର୍ଭୁଲ ଭାବରେ କରିବା ପାଇଁ ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ ବିଧାନସଭା ସଂଯୋଜକ ଯୁଗଲ କିଶୋର ସାମଲ, ମଣ୍ଡଳ ସଭାପତି ନବୀନ କୁମାର ହୋତା , ସୂର୍ଯୟନାରାୟଣ ମହାପାତ୍ର , ଶମ୍ଭୁ ପ୍ରଧାନ, ସୁଦାମ ଚରଣ ମେହେର , ସୁଶାନ୍ତ ବହିଦାର , ନାରାୟଣ ମେହେର ,ପବିତ୍ର ମେହେର , ବୁଧ ଦେବା ମହାକୁଡ ଧର୍ମାନ୍ଦ ମେହେର , ଶ୍ରୀମତୀ ସସ୍ମିତା ପଟେଲ, କୌଶଲ୍ୟା ମେହେର ,ପ୍ରେମସିଲା ମେହେର, ସସ୍ମିତା ମେହେର , ମମତା ମେହେର , ସୌଭାଗ୍ୟ ବତି ମେହେର ପ୍ରଭୁତି ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ।ଆଗକୁ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ପଞ୍ଚାୟତ ରେ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Related Post

ନୂଆଗାଁ ପଂଚାୟତ ରେ ବିଜେଡ଼ି ର ମିଶ୍ରଣ ପର୍ବ

Posted by - November 21, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଲକ ନୂଆଗାଁ ପଞ୍ଚାୟତ ରେ ବିଜେଡ଼ି ର ମିଶ୍ରଣ ପର୍ବ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକ ଙ୍କ ଅଧକ୍ଷତାରେ…

ପଦ୍ମ ଧରିଲେ ପୂର୍ବତନ କଂଗ୍ରେସ ବିଧାୟକ କୁମରମଣୀ ଶବର

Posted by - February 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ତ୍ରି ସ୍ତରୀୟ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପତିଆରା ବୃଦ୍ଧି ପାଇଁ ଉଦ୍ୟମ…

ଯାଜପୁର ଜିଲ୍ଳା କଂଗ୍ରେସ ପକ୍ଷରୁ ଜିଲ୍ଳାପାଳଙ୍କୁ ଦାବୀପତ୍ର ପ୍ରଦାନ

Posted by - September 5, 2020 0
ଯାଜପୁର ଅଫିସ :ଚଳିତ ପ୍ରଳୟଙ୍କରୀ ବନ୍ୟା ଯାଜପୁର ଜିଲ୍ଲାକୁ ସଂପୂର୍ଣ୍ଣ ପ୍ରଭାବିତ କରିବା ସହ ଭୟଙ୍କର ବିଭିଷୀକା ଓ କ୍ଷୟକ୍ଷତି ସୃଷ୍ଟି କରିଛି । ଜିଲ୍ଲାର ବୈତରଣୀ,…

ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ

Posted by - July 29, 2021 0
ସୋନପୁର;( ଅଜିତ କୁମାର ପୁଝାରୀ ) ଓଡିଶା ସରକାରଙ୍କ ରାଜନୈତିକ ଅବହେଳା ଓ ବୈମାତୃକ ଆଭିମୁଖ୍ୟ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ପଶ୍ଚିମ ଓଡ଼ିଶାର…