ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଙ୍କ ନିର୍ଦେଶ କ୍ରମେ ଜ଼ିଲ୍ଲା ଆଇନସେବା ପ୍ରାଧିକରଣ ସୁବର୍ଣ୍ଣପୁର ତରଫରୁ ଜ଼ିଲ୍ଲା ଆଇନସେବା ପ୍ରାଧିକରଣ ର ସମ୍ମିଳନୀ କକ୍ଷ ଠାରେ ପ୍ୟାନେଲ ଆଇନଜୀବୀ ମାନଙ୍କ ଦୁଇ ଦିନିଆ ତାଲିମ ଶିବିର ଉଦ୍ଘାଟନ ହୋଇ ଯାଇଛି I ଏହି ଉଦ୍ଘାଟନୀ ଶିବିରରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ପ୍ରିୟରଞ୍ଜନ ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ I
ଏହି ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ସିଭିଲ କାୖର୍ଟ ରେଜିଷ୍ଟ୍ରାର ଶ୍ରୀମତୀ ସଦ୍ୟସ୍ନାତା ପତି, ବରିଷ୍ଟ ଦେବନି ଜଜ ଅମିତାଭ ପଣ୍ଡା, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମିସ ସ୍ୱଦେଶନା ପଟ୍ଟନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମିସ ମନସ୍ବିନୀ ମହାପାତ୍ର ଯୋଗ ଦେଇ ଥିଲେ I ଏହି ଶିବିର କୁ ଜ଼ିଲ୍ଲା ଆଇନସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସଚିବ ମିସ କୁମୁଦିନୀ ମୁଦୁଲି ପରିଚାଳନା କରିଥିଲେ I
ଏହି ଶିବିରରେ ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଙ୍କ ପ୍ରସ୍ତୁତ ମୋଡ଼ୁଲ ଅନୁଯାଇ ତାଲିମ ପ୍ରଦାନ କର ଯାଇ ଥିଲା I ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମିସ ସ୍ୱଦେଶନା ପଟ୍ଟନାୟକ Law of Maintenance & PWDV Act ଏବଂ ବରିଷ୍ଟ ଦେବନି ଜଜ ଅମିତାଭ ପଣ୍ଡା Property Rights of Women ବିଷୟ ଉପରେ ଆଇନଜୀବୀ ମାନଙ୍କୁ ତାଲିମ ପ୍ରଦାନ କରି ଥିଲେ I