ଭୁବନେଶ୍ୱର : ରାଜ୍ୟର ସମସ୍ତ ମହାନଗର ନିଗମରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ଦାବି କରିଛି ଓଡ଼ିଶା ବସ୍ତି ସଂଘର୍ଷ ସମିତି। ଏନେଇ ରାଜଧାନୀର ଗାନ୍ଧି ମାର୍ଗରେ ସମିତ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ସରକାର ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଅବହେଳା କରି ମ୍ୟୁନିସିପାଲିଟି ଏବଂ ଏନ୍ଏସିରେ ରହୁଥିବା ବସ୍ତିବାଲିନ୍ଦାଙ୍କୁ ଜମିପଟ୍ଟା ଦେଉଛନ୍ତି। ଏହାକୁ ବିରୋଧ କରିଛି ବସ୍ତି ସଂଘର୍ଷ ସମିତି।ଏହା ସହ ଓଡ଼ିଶା ବସ୍ତିବାସିନ୍ଦା କଲ୍ୟାଣ ନିଗମ ଗଠନ କରାଯିବା ସହ ଓଡ଼ିଶା ବସ୍ତି ବାସିନ୍ଦା ଭୂ-ଅଧିକାର ଅାଇନ୍ ୨୦୧୭କୁ ସଂଶୋଧନ କରି ୫ଟି ମହାନଗରକୁ ଏହା ମଧ୍ୟରେ ଅନ୍ତର୍ଭୁକ୍ତ କରିବା, ରାଜ୍ୟର ସମସ୍ତ ମହାନଗରରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଯୋଗାଇଦେବା, ପ୍ରଧାନମନ୍ତ୍ରୀ ଅାବାସ ଯୋଜନା ମାଧ୍ୟମରେ ଗୃହନିର୍ମାଣ ପାଇଁ ଅାର୍ଥିକ ସହାୟତା ଯୋଗାଇବା ଭଳି ପ୍ରମୁଖ ଦାବି କରିଛି ସମିତି।
