Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

5ଟି ସ୍କୁଲ ର ବିକଳ ଚିତ୍ର, ବିଦ୍ୟାଳୟ ପରିସର ରେ ନର୍ଦ୍ଦମା ପୋଖରୀ

72 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ସରକାର ସ୍ୱଚ୍ଛ ନିର୍ମଳ ପରିବେଶ ପାଇଁ ଛାତ୍ରଛାତ୍ରୀ ଙ୍କୁ ଅନେକ ସଚେତନତା ବାର୍ତା ବାଣ୍ଟୁଛନ୍ତି l ଏପରିକି ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ଗୁଡିକ ରେ ଉତ୍ତମ ପରିବେଶ, ସୁସ୍ଥ ସମାଜ ପାଇଁ ଦିଆ ଯାଉଛି ଶିକ୍ଷା l କିନ୍ତୁ ଖୋଦ ବିଦ୍ୟାଳୟ ପରିସର ରେ ଥିବା ନାଳ ନର୍ଦମା ଆବର୍ଜନା ରେ ପରିପୂର୍ଣ ପୋଖରୀ ଟି ଏହି ଶିକ୍ଷାସଚେତନତା କୁ ଏକ ଚ୍ୟାଲେଞ୍ଜ ସଦୃଶ ଭଳି ଠିଆ ହୋଇଥିବା ବେଳେ ଶିକ୍ଷା ବିଭାଗ ଠୁ ଆରମ୍ବ କରି ପ୍ରଶାସନ ର ପର୍ଯ୍ୟନ୍ତ ସ୍କୁଲ ପରିସର ସ୍ୱଚ୍ଛ ପରିବେଶ ଉପରେ କେତେ ତତ୍ପର ଥିବେ ଚିତ୍ର ହିଁ ତାର ପ୍ରଥମେ ବୟାନ କରୁଛି l ଏହା ପୁଣି ସରକାର ଙ୍କ 5ଟି ସ୍କୁଲ, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ହାଇସ୍କୁଲ ର ସମସ୍ୟା l

ସୂଚନା ଥାଉକି ସ୍କୁଲ ଟି ଅତି ପୁରାତନ, କିନ୍ତୁ ପରବର୍ତୀ ସମୟ ସରକାର ଙ୍କ ପକ୍ଷରୁ 2020/21 ରେ 5ଟି ସ୍କୁଲ ରେ ପରିଣତ ହୋଇଥିଲା lବିଦ୍ୟାଳୟଶ୍ରେଣୀ କୋଠରୀ ଠୁ ଆରମ୍ଭ କରି ଚତୃପାର୍ଶ୍ଵର ଉନ୍ନତି କ୍ଷେତ୍ର ,ରେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା l କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ସଳସୂତାର ସହ ପ୍ରଶାସନ ର ଅବହେଳା ପାଇଁ 5ଟି ସ୍କୁଲ ଭିତରେ ଥିବା ନର୍ଦମା ପୋଖରୀ କୁ ମାଟି ପକାଇ ପୋତି ଦିଆଯାଇ ପାରିନଥିଲା l ଫଳରେ 5ଟି ସ୍କୁଲ ପାଇଁ ଆସୁଥିବା ଅନୁଦାନ କେଉଁ କେଉଁ ଦିଗରେ ଖର୍ଚ୍ଚ କରାଯାଉଛି ବୋଲି ସାଧରଣ ରେ ଏକ କାର୍ଯ୍ୟ ପ୍ରତି ବିସ୍ମୟ ସୃଷ୍ଟି କରୁଛି l ଅନ୍ୟପଟେ ବିଦ୍ୟାଳୟ ଭିତରେ ରେ ଖୋଲା ପରିତ୍ୟକ୍ତ ପୋଖରୀ ଥିବା ବେଳେ,ନାଳ ନର୍ଦମା ସୃଷ୍ଟି ହୋଇ ବିଭିନ୍ନ ସମୟ ରେ ମଶା, ମାଛି, ବେଙ୍ଗ ଏପରିକି ବିଭିନ୍ନ ସମୟ ରେ ବିଷଧର ସାପ ମଧ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଭିତରେ ସାମ୍ନା କରିବାକୁ ପଡୁଛି ବୋଲି ଅଭିଯୋଗ ହେଉଛି l

ଏହି ବିଦ୍ୟାଳୟ କୁ ଅନେକ ଥର ବୌଦ୍ଧ ଜିଲ୍ଲା ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପରିଦର୍ଶନ ରେ ଆସି ପୋଖରୀ ର ଉନ୍ନତି କରଣକରି ସୁଇମିଙ୍ଗପୁଲ ନିର୍ମାଣ କରିବା ପାଇଁ ନିର୍ଦେଶ ଦେଇଥିଲେ l କିନ୍ତୁ ତାହାମଧ୍ୟ କାର୍ଯ୍ୟକାରି ହୋଇପାରିଲା ନାହିଁ ପରବର୍ତୀ ସମୟ ରେ ମିଶ୍ର ଙ୍କ ଅବସର ପରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ମଧ୍ୟ ଆସି ବିଦ୍ୟାଳୟ ର ଭିତ୍ତିଭୂମି ଅବସ୍ଥା ଦେଖିବା ସହ ପରିତ୍ୟକ୍ତ ପୋଖରୀ ରେ ମାଟି ପକାଇ ତାରି ଉପରେ ମନୋରମ ଗାର୍ଡେନ କରିବା ପାଇଁ ନିର୍ଦେଶ ଦେଇଥିଲେ l କିନ୍ତୁ ଦୁଇ ଦୁଇ ଜିଲ୍ଲାପାଳ ଙ୍କ କାର୍ଯ୍ୟ ରୁ ଅବସର ନେଇ ସାରିଥିଲେ ମଧ୍ୟ ଉକ୍ତ ପରିତ୍ୟକ୍ତ ପୋଖରୀ ର କୌଣସି ଉଦ୍ଧାର କାର୍ଯ୍ୟ ହୋଇପାରିଲା ନାହିଁ l

ଯାହା ଫଳ ରେ ମଇଳା ଆବର୍ଜନା, ପାଣି ଜମି ଆଶ୍ବସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମଶା,ମାଛି, ବେଙ୍ଗ ପାଦ୍ରୁଭାବ ବଢ଼ୁଥିବା ବେଳେ ଶ୍ରେଣୀ କୋଠରୀ ରେ ବିଭିନ୍ନ ସମୟ ରେ ସାପ ମଧ୍ୟ ଦେଖିବାକୁ ମିଳିଛି ବୋଲି ଛାତ୍ରଛାତ୍ରୀ ଓ ଅଭିଵାବକ ଙ୍କ ଭିତରେ ଦାବୀ ହେଉଛି l ଏଭଳି ସମସ୍ୟା କୁ ନେଇ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ମଣ୍ଡଳ ଙ୍କୁ ପଚାରିବାରୁ ପରିତ୍ୟକ୍ତ ପୋଖରୀ ଉନ୍ନତି କରଣ ପାଇଁ ଆମେ ବହୁ ଥର ଉପରିସ୍ତ ଅଧିକାରୀ ଙ୍କୁ ଜଣାଇ ଆସିଚୁ l ଜିଲ୍ଲାପାଳ ମଧ୍ୟ ଆସି ସମସ୍ୟା ପରିଦର୍ଶନ ଫେରି ଯାଇଛନ୍ତି ଏପଟେ ପରିତ୍ୟକ୍ତ ପୋଖରୀ ପାଇଁ ମଶା ମାଛି ବୃଦ୍ଧି ପାଉଛି ଓ କେତେକ ସମୟ ରେ ଶ୍ରେଣୀ କୋଠରୀ ଭିତରୁ ସାପ, ବିଛା ମଧ୍ୟ ଦେଖିବାକୁ ମିଳିଛି ବୋଲି ପ୍ରକାଶ କରିଥିବା ବେଳେ ବିଦ୍ୟାଳୟ ପରିସର ଭିତରେ ଥିବା ନର୍ଦମା ପୋଖରୀ ର ଉନ୍ନତି କରଣ ପାଇଁ ଛାତ୍ରଛାତ୍ରୀ ଅବିଭାବକ ଓ ସ୍ଥନୀୟ ଅଞ୍ଚଳ ର ବୁଦ୍ଧିଜୀବୀ ଙ୍କ ଭିତରେ ଦାବୀ ହେଉଛି l

Related Post

୧୯୬୮ ମେଟ୍ରିକ ଛାତ୍ରଙ୍କର ବନ୍ଧୁ ମିଳନ

Posted by - January 17, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୋନପୁର ସହର ମହାନଦୀ ପଠା ରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ ମହାରାଜା ହାଇସ୍କୁଲ ୧୯୬୮ ମସିହା ମେଟ୍ରିକ ବ୍ୟାଚ ଛାତ୍ର ମାନଙ୍କ ବନ୍ଧୁ…

ଜଗନ୍ନାଥ ସଡ଼କ ଶୋଚନୀୟ,ଅଭିନଵ ଉପାୟରେ ପ୍ରତିବାଦ,ରାସ୍ତା ରେ ଲଗାଇଲେ ଧାନ ଓ କାଦୁଅ ରେ ବସିଲେ ଜନତା

Posted by - September 6, 2023 0
ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବହୁପୁରାତନ ଜଗନ୍ନାଥ ସଡ଼କ ଏବେ ଶୋଚନୀୟ!ନୂତନ ନିର୍ମାଣ ଧୀନ ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ କୁ ସଂଯୋଗ କରୁଥିବା ଅପ୍ରୋଚ ରାସ୍ତା…

ବନବିଭାଗ ର ପେଟ୍ରୋଲିଂ ବେଳେ ଦୁର୍ବୃତ୍ତ ଙ୍କ ଗୁଳିମାଡରେ ୨ ଫରେଷ୍ଟ ଗାର୍ଡ ଆହତ

Posted by - March 29, 2023 0
ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ)ଗତ କାଲି ବିଳମ୍ବିତ ରାତ୍ରିରେ ବନବିଭାଗ ର କର୍ମଚାରୀ ମାନେ ପେଟ୍ରାଲିଂ କରୁଥିବା ବେଳେ ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା ପଂଚାୟତ ର…

କୁମଝର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ତାଲା ଠୂକିଲେ ଗ୍ରାମ ବାସୀ

Posted by - January 12, 2023 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ବ୍ଲକ ସିନ୍ଧିଗାଁ ଗ୍ରାମପଞ୍ଚାୟତ କୁମଝର ରେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମ ବାସୀ ଙ୍କ ଦ୍ୱାରା ବିଦ୍ୟାଳୟ ରେ ତାଲା ଦେଇ ଧାରଣା…

୫୭ ନମ୍ବର ଜାତୀୟ ରାଜପଥ ଦେଇ ଦୈନିକ ଶହ ଶହ ଗୋରୁ ଚାଲାଣ , ପ୍ରଶାସନ ଓ ପୋଲିସ ନୀରବ ଦ୍ରଷ୍ଟା

Posted by - June 13, 2023 0
ଗୋରୁ ଚାଲାଣ ବନ୍ଦ ପାଇଁ ଥାନା ରେ ଅଭିଯୋଗ କଲା ଶ୍ରୀରାମ ସେନା ହରଭଙ୍ଗା: ୧୨/୦୬ (ଚିତ୍ତରଞ୍ଜନ ସିଂହ) ବର୍ତମାନ ଅସହ୍ୟ ତାତି, ଲୋକେ ଦିନ ଆଠଟା…