ବରାହଙ୍କ ସ୍ୱନକ୍ଷତ୍ର ଦିବସ ପାଳିତ

463 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଆଜି ପବିତ୍ର ବକୁଳ ଅମାବାସ୍ୟା । ଏହି ତିଥିରେ ଯାଜପୁର ପୂଣ୍ୟତୋୟା ବୈତରଣୀ ତଟରେ ଥିବା ଶ୍ରୀ ଶ୍ରୀ ଯଜ୍ଞ ବରାହ ଦେବଙ୍କ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହେଉଛି । ଆଜି ସୂର୍ଯ୍ୟପରାଗ ପାଇଁ ପ୍ରଭୁଙ୍କ ମହାସ୍ନାନ ବିଳମ୍ବରେ ତଥା ୧୧ଟା୩୦ମି ରେ ଅନୁଷ୍ଠିତ ହୋଇଥିଲା । ଏହା ପରେ ରୀତିନୀତି ଅନୁଯାୟୀ ପୂଜା ହୋମ, ବିଷ୍ଣୁ ଶହସ୍ର ନାମ, ଗୀତା ପାଠ ଓ ସଂକୀର୍ତନ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ପ୍ରତିବର୍ଷ ଭଳି ଏହି ଉତ୍ସବରେ ଶହଶହ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ବରାହ ଜୀଉଙ୍କ ଦର୍ଶନ କରିବା ସହିତ ପୂଜାର୍ଘ୍ୟ ବାଢ଼ିଛନ୍ତି । ପାରମ୍ପରିତ ରୀତିନୀତି ଅନୁସାରେ ଯଜ୍ଞ ବରାହଙ୍କୁ ପୂଜା କରାଯିବା ସହିତ ମନ୍ଦିର ଉପରେ ଧ୍ୱଜା ରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାମ ସଂକୀର୍ତନ ଅନୁଷ୍ଠିତ ହେଉଛି । ଏହି ବକୁଳ ଅମାବାସ୍ୟା ଉପଲକ୍ଷେ ବକୁଳ କଢ଼ି ଠାକୁରଙ୍କୁ ପୂଜା କରି ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଛି । ସନ୍ଧ୍ୟାରେ ମଧ୍ୟ ଘରେ ଘରେ ଗଇଁଠା ପିଠା ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ନୈବିଦ୍ୟ ପ୍ରଦାନ କରାଯାଇଥାଏ । ଶ୍ରୀ ବରାହଜୀଉ ଉନ୍ନୟନ କମିଟିର ଓ ମନ୍ଦିରର ଟ୍ରଷ୍ଠି ତଥା ସ୍ଥାନୀୟ ତହସିଲଦାର ସୁନୀଲ ମେହେର ସମସ୍ତ କାର୍ଯ୍ୟକୁ ତଦାରଖ କରିଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ସାବିତ୍ରୀ ବ୍ରତ ପାଇଁ ଫଳ ମୂଳ ଦୋକାନରେ ଜମିଛି ଭିଡ଼ ଫଳ ମୂଳ ଆକାଶ ଛୁଆଁ ଦର

Posted by - May 29, 2022 0
ବଙ୍ଗୋମୁଣ୍ଡା::(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧେକେଲା ବଙ୍ଗୋମୁଣ୍ଡା ଅଞ୍ଚଳରେ ସାବେତ୍ରୀ ବ୍ରତ ପାଇଁ ଫଳ ମୂଳ କିଣା ବିକା ଦୋକାନ ମାନଙ୍କରେ ଭିଡ଼ ଫଳ ମୂଳ…

ଅନ୍ବେଷଣ ଥିଏଟର ଗ୍ରୁପ ପକ୍ଷରୁ ନିଆରା ଢଙ୍ଗରେ ଜନ୍ମ ଦିନ ପାଳିତ

Posted by - June 24, 2021 0
ଯାଜପୁର:ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଅନ୍ବେଷଣ ଥିଏଟର ଗ୍ରୁପ ର ସଦସ୍ୟ ଧନଜୟ ନାୟକ ଙ୍କ ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳିତ ହୋଇଅଛି।ସଂଗଠନ ର ସଭାପତି…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

Posted by - November 27, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନଭେମ୍ବର ୨୬ ତାରିଖ ୭୨ ତମ ସମ୍ବିଧାନ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ।କଲେଜ…

ଗମ୍ଭାରି ଗାଁ ର ଗ୍ରାମ୍ୟ କବି ରତ୍ନ ଚୂଡ଼ାମଣି ପାଣିଗ୍ରାହୀ ଙ୍କ ବିଯୋଗ

Posted by - December 16, 2021 0
ପାଟଣାଗଡ଼ ୧୫/୧୨(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଗମ୍ଭରି ଗାଁ ର ଅବସର ଶିକ୍ଷକ ତଥା ଗ୍ରାମ୍ୟ କବିରତ୍ନ ଚୂଡ଼ାମଣି ପାଣିଗ୍ରାହି (୭୧) ଙ୍କ…

YCDA ର ପଂଚାୟତ ସ୍ତରୀୟ ଦିନିକିଆ ଶିଶୁସୁରକ୍ଷା କର୍ମଶାଳା ବୈଠକ

Posted by - September 23, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରିଖ ଆଜି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ YCDA ର Early childhood Intervetion programme ଚଳୁଥିବା ବୌଦ୍ଧ ବ୍ଲକ ର ମୁଣ୍ଡlପଡ଼ା ଗ୍ରାମପଂଚାୟତ ର ପଂଚାୟତ…

Leave a comment

Your email address will not be published.