ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଦୋଗଡାସ୍ଥିତ ଭେକେଟେଶ୍ୱର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୩ୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରିନ୍ସପାଲ ଅଭିନ୍ନ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପ୍ରଫେସର ଶଶି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଶ୍ରୀକାନ୍ତ ପଣ୍ଡା ,ପୂର୍ବତନ ପୌରପାଳ ଭବପ୍ରସାଦ ଦାସ ଏବଂ ପ୍ରଫେସର ସନ୍ଦିପ ପଣ୍ଡା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ମାନସିକ ବିକାଶ ଓ ଚରିତ୍ର ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଶେଷରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ତତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ କ୍ଷୁଦ୍ର ଦେଶାତ୍ମବୋଧକ ନାଟକ ମଂଚସ୍ଥ ହୋଇଥିଲା । କୁନି କୁନି ଛାତ୍ର ଛାତ୍ରୀ ମାନେ ନୃତ୍ୟ ସଂଗୀତର ତାଳେ ତାଳେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ।
Facebook Notice for EU!
You need to login to view and post FB Comments!