୨୩ତମ ବିଜୁ ଜନତାଦଳର ପ୍ରତିଷ୍ଠା ଦିବସ ପାଳନ ।

789 0

ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ) ଆଜି ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିରଜା କଲ୍ୟାଣ ମଣ୍ଡପରେ ଯାଜପୁର ବିଜେଡି ପକ୍ଷରୁ ୨୩ତମ ବିଜେଡି ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ଦଳର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଆଜିର ଏହି ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶାର ସାଢେ ଚାରିକୋଟି ଜନତାଙ୍କ ପ୍ରତିଥିବା ଆବେଗ ଏବଂ ନୂତନ ଓଡିଶା ଗଡ଼ିବାର ସ୍ୱପ୍ନ ସମ୍ପର୍କରେ କହିବା ସହ ଯାଜପୁର ଜିଲ୍ଲାକୁ ଏକ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବାର ସ୍ୱପ୍ନକୁ ସାକାର କରିବାର ସଂକଳ୍ପ କରାଯାଇଥିଲା।

ବିଧାୟକ ପ୍ରଣବ ପ୍ରକାଶ ପ୍ରତିଷ୍ଠା ଦିବସ ଅବସରରେ ଯାଜପୁର ବାସୀଙ୍କ ସ୍ୱପ୍ନକୁ ସାକାର କରିବା ସହ ଯୁବ ପିଢୀଙ୍କ ରୋଜଗାର କ୍ଷମ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପରି ଅନେକ ଯୋଜନା ଆରମ୍ଭ କରିବାର ଆଜି ସଂକଳ୍ପ ନେଇଛନ୍ତି । ଏହି ଅବସରରେ ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ନେତା ଏବଂ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।ଯାଜପୁରରୁ ଆନନ୍ଦ ଚନ୍ଦ୍ର ସାହୁ ।

Facebook Notice for EU! You need to login to view and post FB Comments!

Related Post

ପାଟକୁରା ନିର୍ବାଚନ :ବିଜେଡିର ବାଜିମାତ,ବିଜୟ ମହାପାତ୍ର ଏବେ କରିବେ କଣ?

Posted by - July 25, 2019 0
ଭୁବନେଶ୍ୱର :ପ୍ରଶ୍ନ ଉଠୁଛି ବିଜୟ କରିବେ କଣ । କଣ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲାଗିଯିବ । କଣ ବିଜୟ ମହାପାତ୍ର ରାଜନୀତିରୁ…

ସାମ୍ବାଦିକ ଭବନ ଠାରେ ବିଜୟ ଭାରତ ଓଡିଶା ର ସାମ୍ବାଦିକ ସମ୍ମିଳନୀ

Posted by - October 12, 2019 0
ଭୂବନେଶ୍ୱର,ତା.୧୧.୧୦.୧୯, ଭୂବନେଶ୍ୱର ୟୁନିଟ୍ – ୩ ସ୍ଥିତ ଉତ୍କଳ ସାମ୍ବାଦିକ ଭବନ ଠାରେ ବିଜୟ ଭାରତ ଓଡିଶା ର ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ସଂସ୍ଥାର…

ବ୍ୟାଙ୍କ ଘରୋଇ କରଣ ବିରୋଧ ରେ ବ୍ୟାଙ୍କ୍ ଧର୍ମଘଟ ଯୋଗୁଁ, ଓଡିଶା ରେ ବ୍ୟାଙ୍କ୍ ସେବା ସମ୍ପୂର୍ଣ୍ଣ ବ୍ୟାହତ

Posted by - March 15, 2021 0
ଭୁବନେଶ୍ୱର:କେନ୍ଦ୍ର ସରକାର ଓ ନୀତି ଆୟୋଗ ର ନିଷ୍ପତ୍ତି କ୍ରମେ, ରାଷ୍ଟ୍ରାୟତ ବ୍ୟାଙ୍କ ର ଘରୋଇ କରଣ କରି, ଏହି ବ୍ୟାଙ୍କ୍ ବ୍ୟବସ୍ଥା କୁ ଧ୍ଵଂସ କରି…

Leave a comment

Your email address will not be published.