ସେଲଟର ହୋମ୍‌ରେ ନିର୍ଯାତନାକୁ ନେଇ ସାଂଘାତିକ ଅଭିଯୋଗ

1208 0

ଢେଙ୍କାନାଳ : ବେଲଟିକିରି ସେଲଟର୍ ହୋମ୍‌ ନିର୍ଯାତନା ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଗୁଡ୍ ନ୍ୟୁଜ୍ ଇଣ୍ଡିଅା ସଂସ୍ଥା ନାଁରେ ସାଂଘାତିକ ଅଭିଯୋଗ ଅାଣିଛନ୍ତି ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା। ସେଲ୍‌ଟର ହାଉସ୍ ପାଇଁ କଡ଼ା ନିୟମ ଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଖାମଖିଅାଲି ପାଇଁ ବେଧଢ଼କ ଭାବେ ସଂସ୍ଥା ତା କାୟା ବିସ୍ତାର କରିଛି।

ଅାଶ୍ରୟ ଗୃହ ନାଁରେ ଅାଦିବାସୀଙ୍କୁ ଠକି ଧର୍ମ ପରିବର୍ତ୍ତନ କରାଯାଉଛି। ଅାଦିବାସୀ ବହୁଳ ଅଞ୍ଚଳରେ ଏହାର ପରିମାଣ ଅଧିକ ଥିବା କହିଛନ୍ତି ପ୍ରଭାତୀ। କେବଳ ଯେ ଝିଅ ନୁହଁନ୍ତି, ଛୋଟ ବୟସର ପୁଅଙ୍କୁ ବି ନିର୍ଯାତନା ଦିଅାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଖାଲି ଏତିକି ନୁହଁ, ବେଲଟିକିରି ସେଲଟର୍ ହୋମ୍‌ରୁ ବିଦେଶକୁ ନାବାଳିକା ଚାଲାଣ ହେଉଥିବା ନେଇ ସେ ସନ୍ଦେହ ପ୍ରକଟ କରିଛନ୍ତି। ଏହାଛଡ଼ା ଭଦ୍ରକ ନନ୍ଦପୁର ସେଲ୍‌ଟର ହୋମ୍‌କୁ ସରକାର ସ୍ୱୀକୃତି ଦେଇଛନ୍ତି। ହେଲେ ଏନେଇ କିପରି ମନ୍ତ୍ରୀ ମନା କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେ।

ଘଟଣାକୁ ନେଇ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରଭାତୀ। ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରଫୁଲ ସାମଲ। ମୁଖ୍ୟମନ୍ତ୍ରୀ ଚାହିଁଲେ ସେ ଇସ୍ତଫା ଦେବେ। ଏହାକୁ ନେଇ ରାଜନୀତିକରଣ କରାଯାଉଥିବା ସେ କହିଛନ୍ତି।

ସେପଟେ ସେଲଟର ହୋମ୍ ଘଟଣା ପରେ ପ୍ରଶାସନ ତତ୍ପର ହୋଇଉଠିଛି। ବିଭିନ୍ନ ସ୍ଥାନରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଅାର ଶାଖାରେ ଚଢ଼ାଉ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ନନ୍ଦପୁର ସେଲ୍‌ଟର୍ ହୋମ୍‌ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଉପଜିଲ୍ଲାପାଳ ସୁଚାରୁ ବଳ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଡ୍ରିମ୍ ସେଲ୍‌ଟର୍‌ରେ ଚଢ଼ାଉ କରି ଅନ୍ତେବାସୀଙ୍କୁ ପଚରା ଉଚରା କରିଛି।

ଏହି ଅାଶ୍ରମରେ ଏବେ ୧୬୪ ଜଣ ଅନ୍ତେବାସୀ ରହୁଛନ୍ତି। ସେମାନଙ୍କ ମଧ୍ୟରେ ୭୯ ଜଣ ଝିଅ ହୋଇଥିବା ବେଳେ ୮୫ ଜଣ ପୁଅ ଅଛନ୍ତି। ସେହିପରି ମୟୂରଭଂଜ ଜିଲ୍ଲା ଉଦଳା ବ୍ଲକ ଚୁଳିଅା ପୋଷିରେ ଥିବା ଗୁଡ୍ ନ୍ୟୁଜ୍ ଡ୍ରିମ୍ ହାଉସ୍ ସେଲ୍‌ଟର ହୋମ୍‌ରେ ମଧ୍ୟ ରେଡ୍ କରିଛି ଜିଲ୍ଲା ପ୍ରଶାସନ। ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୫ ଜଣିଅା ଟିମ୍ ରେଡ୍ କରି ଅନ୍ତେବାସୀଙ୍କୁ ପଚରା ଉଚରା କରିଛନ୍ତି। ଏହି ସେଲ୍‌ଟରର ହୋମ୍‌ରେ ୬୧ ଜଣ ଅନ୍ତେବାସୀ ରହୁଛନ୍ତି। ଏହାର ମଂଜୁରୀ ଅବଧି ୮ ମାସ ତଳୁ ଶେଷ ହୋଇଥିବା ଜଣାପଡ଼ିଛି। ସେହିପରି ରାଇରଙ୍ଗପୁର ସେଲ୍‌ଟର୍ ହୋମ୍‌ରେ ମଧ୍ୟ ରେଡ୍ ହୋଇଛି।

Related Post

ଟିଟିଲାଗଡର ପୁର୍ବତନ ନଗରପାଳ ତଥା ବିଶିଷ୍ଟ ସମାଜସେବୀ ପ୍ରଦୀପ ମହାରଣାଙ୍କ ଦେହାନ୍ତ, ଅଞ୍ଚଳରେ ଶୋକାକୁଳ ପରିବେଶ

Posted by - April 2, 2023 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ର ପୂର୍ବତନ ନଗରପାଳ ଶ୍ରୀ ପ୍ରଦୀପ ମହାରଣାଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ଘଟିଛି। ତାଙ୍କର ବିୟୋଗ ଟିଟିଲାଗଡ ଅଞ୍ଚଳ…

ନିସନ୍ତାନ ଦମ୍ପତି ଆଇନ୍‌ଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରୋତ୍ସାହିତ କରିବା ଉଚିତ

Posted by - November 20, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ପ୍ରତ୍ୟେକ ଶିଶୁ ପାଇଁ ପରିବାର ଟିଏ ଓ ପ୍ରତି ପରିବାର ପାଇଁ ଶିଶୁଟିଏ ଖୁସି ଦେଇଥାଏ । ତେଣୁ ଅସୁବିଧା ବସତଃ…

ସାମାଜିକ ଦୁରତ୍ଵ ନ ରଖିଲେ ବଜାର ହେବ ବନ୍ଦ – ଜିଲ୍ଲାପାଳ ଓ ଏସ.ପି. କଲେ ତାଗିଦ

Posted by - April 7, 2020 339
.ଅନୁଗୋଳ :(ମହେଶ ଭୋମରାଜ)ଧୀରେ ଧୀରେ ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଯାହା କି ବେଶ ଚିନ୍ତାର ବିଷୟ ପାଲଟିଛି । ତେବେ…

ଆରମ୍ଭ ହୋଇଛି ଧନ ଧାନ୍ୟର ଦେବୀ ମା ଲକ୍ଷ୍ମୀଙ୍କ ପୂଜା 

Posted by - October 13, 2022 0
ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ଧନ ଧାନ୍ୟର ଦେବୀ ମା ଗଜଲକ୍ଷ୍ମୀଙ୍କ ପୂଜା ଯାଜପୁର ବ୍ଲକ ଖଇରାବାଦ ଗ୍ରାମରେ ବେଶ ଧୂମଧାମରେ ପୂଜାପାଉଛନ୍ତି ମା ଗଜଲକ୍ଷ୍ମୀ  ମା’ଙ୍କ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ପ୍ରବଳ ଜନଗହଳି ଏଥିପାଇଁ ପ୍ରତ୍ୟେକ ପୂଜା ମଣ୍ଡପ ଆଲୋକ ସୁସଜୀତ ହୋଇଥିବାବେଳେ ମା’ଙ୍କ ମୃମୟୀମୃତୀ ଗୁଡ଼ିକ ବେଶ ଆକର୍ଷଣୀୟ ହୋଇଛି । କରୋନା କଟକଣା ପାଇଁ ଗତ ଦୁଇବର୍ଷ ନିରାଡମ୍ବର ଭାବେ ପୁଜା ପାଳିତ ହୋଇଥିବାରୁ ଚଳିତ ବର୍ଷ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି  ଏହି ପୂଜା ଅବସରରେ ରଙ୍ଗାରଙ୍ଗ ସଂସ୍କୃତି କାର୍ଯ୍ୟକ୍ରମ ସହିତ ବିଭିନ୍ନ ମିନାବଜାର ଓ ଚଟପଟା ଖାଦ୍ୟର ମଜା ଉଠାଉଛନ୍ତି ଦର୍ଶକ ।ଏହି ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜାମଣ୍ଡ ମଣ୍ଡପରେ ଡ୍ରାମା ଓ ମେଲୋଡ଼ିର ଆୟୋଜନ କରାଯାଇଛି ।

ଆଗାମା ପଞ୍ଚାୟତ ନିର୍ବାଚନ ବିଜେପି ପାଇଁ ସମ୍ମାନ ର ପ୍ରଶ୍ନ ଫେରି ପାଇବ କି ବିଜେଡି ପୁରୁଣା ଗଡ ??? ଚର୍ଚ୍ଚାରେ ଯୁବନେତା ଉତ୍ତମ

Posted by - December 9, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରେଙ୍ଗାଲି ଅଞ୍ଚଳରେ ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି । ଗତ ପଞ୍ଚାୟତ ନିର୍ବାଚନ…

Leave a comment

Your email address will not be published.