ସମ୍ବଲପୁର:୧୨/୦୭ (ରମାକାନ୍ତ ବିଶ୍ବାଳ)ଆଜି ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ନୂତନ କମିଶନର ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଆଜି ମହାନଗର ନିଗମ କାର୍ଯ୍ୟାଳୟରେ ନୂତନ କମିଶନର ଶ୍ରୀ ବେଦଭୁଷଣ ବିଦାୟୀ କମିସନର ପ୍ରଦୀପ କୁମାର ସାହୁ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ ମହାନଗର ନିଗମ କମିଶନର ପ୍ରଦିପ ସାହୁ ଙ୍କ ବଦଳି ହେବାପରେ ଶ୍ରୀ ବେଦଭୁଷଣ ନୂତନ କମିସନର ଭାବରେ କାର୍ଯ୍ୟ ରେ ଯୋଗଦାନ କରିଛନ୍ତି।