୨୩ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆ ରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା

437 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା ୨୩ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆ ରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ପୁସ୍ତକ ମେଳା । ଯାଜପୁର ଜିଲା ପ୍ରଶାସନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ଅନନ୍ୟା ସାହିତ୍ୟ ସଂସଦ ର ମିଳିତ ଉଦ୍ୟମରେ ହେବାକୁ ଥିବା ଏହି ପୁସ୍ତକ ମେଳା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ପୁସ୍ତକମେଳା କୁ ସରସ ସୁନ୍ଦର କରିବା ପାଇଁ ଜିଲାପାଳଙ୍କ ସମିଳନୀ କକ୍ଷରେ ଏକ ସାମ୍ୱାଦିକ ସମିଳନୀ ଆୟୋଜନ କରାଯାଇଥିଲା । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁସ୍ତକମେଳାରେ ୯୦ଟି ଷ୍ଟଲ ଖୋଲାଯିବାର ସୂଚନା ମିଳିଛି । ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରକାଶକ ଏବଂ ବିତରକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଏଥିସହ ପ୍ରତ୍ୟେହ ସଂଧ୍ୟାରେ ଆୟୋଜିତ ହେବ ସାହିତ୍ୟ ଆଲୋଚନା ଚକ୍ର,ପୁସ୍ତକ ଉନ୍ମୋଚନ,ନୃତ୍ୟ,ଚିତ୍ରଙ୍କନ ପ୍ରତିଯୋଗିତା ଓ କୁଇଜ କାର୍ଯ୍ୟକ୍ରମ। ରାଜ୍ୟର ପ୍ରତିଷ୍ଠିତ ସାହିତ୍ୟିକ ଓ ବୁଦ୍ଧିଜିବି ମାନେ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ କୁମାର ନନ୍ଦ, ସମ୍ପାଦକ କାନହୁ ଚରଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।ପୁ

Facebook Notice for EU! You need to login to view and post FB Comments!

Related Post

କତାବଗା ଗ୍ରାମରେ କୁରାଲ ପଞ୍ଚମି ଉତ୍ସବ ପାଳିତ

Posted by - December 9, 2021 0
ବରଗଡ/ଅତାବିରା:ଆଜି ହେଉଛି ପବିତ୍ର ମାର୍ଗଶିର ମାସ ।କୁମ୍ଭାର ସମ୍ପ୍ରଦାୟ ର ଲୋକମାନେ ଏହି ମାସରେ ଆଜିର ଦିନରେ ଗାଁ ମାନଙ୍କରେ ପାଲନ କରିଥାନ୍ତି କୁରାଲ ପଞ୍ଚମି ଉତ୍ସବ।ଏହି…

ମରୁଡି ଘୋଷଣା ଦାବିନେଇ ତହସିଲ ଅଫିସ ଘେରିଲେ ଭାରତୀୟ କିଷାନ ସଂଘ

Posted by - August 29, 2021 0
ବୌଦ୍ଧ୨୮/୮(ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁ ସଂପୂର୍ଣ ମରୁଡି ଘୋଷଣା ଦାବି ନେଇ ଗତକାଲି ଭାରତୀୟ କିଷାନ ସଂଘ ପକ୍ଷରୁ ହରଭଙ୍ଗା ତହସିଲ…

ବିଜେପିରୁ ଜିତିଥିବା ୨ ଜିଲ୍ଲା ପରିଷଦ ସଦସ୍ୟ ଯୋଗ ଦେଲେ ବିଜେଡିରେ

Posted by - January 29, 2019 320
ଯାଜପୁର ଜିଲ୍ଲାର ଦୁଇଜଣ ବିଜେପି ଜିଲ୍ଲାପରିଷଦ ସଦସ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ମାମିନା ମଲିକ ଓ ଶ୍ରବଣ କୁମାର ଜେନାଙ୍କ ସହ ଏକାଧିକ…

ପୁରୁଣା କଟକ ରେ ୯୯ ଜଣଙ୍କୁ ଭୀମ ଭୋଇ ଭିନ୍ନକ୍ଷମ ପ୍ରମାଣ ପତ୍ର ବଣ୍ଟନ

Posted by - December 24, 2021 0
ବୌଦ୍ଧ:( ଚିତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି…

ଭୁବନେଶ୍ୱର ରେ ମହିଳା ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣ କୁ ଯାଜପୁରରେ ବିରୋଧ

Posted by - December 30, 2019 0
ଯାଜପୁର:( ଆନନ୍ଦ ଚନ୍ଦ୍ର  ସାହୁ) ଭୁବନେଶ୍ୱର ରେ ମହିଳା ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଯାଜପୁରରେ ବିରୋଧବିଭିନ୍ନ ସାମ୍ବାଦିକ ପ୍ରତିନିଧି ମାନଙ୍କ ପାକ୍ଷରୁ ଗାନ୍ଧିଛକ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଆକ୍ରମଣକାରୀଙ୍କୁ ଗିରପଂ କରିବା ସହିତ ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ  କରିବା ପାଇଁ ନାରା ଦିଆଯାଇଥିଲାଏହି ପ୍ରତିବାଦ ଶୋଭାଯାତ୍ରା ଯାଜପୁର ଜିଲାପାଳ ଅପିଂସ ରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲାରାଜ୍ୟରେ ବାରମ୍ବାର ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏ ନେଇ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବୀ କରାଯାଇଥିଲା । Facebook Notice for EU! You need to login to view and post FB Comments!

Leave a comment

Your email address will not be published.