Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଅସମ୍ପୂର୍ଣ ନୂଆପଡା ପୋଲ, ବର୍ଷା ଆସିଲେ ଚିନ୍ତାରେ ଗ୍ରାମବାସୀ

93 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ଉପାନ୍ତ ଅଞ୍ଚଳ କୁହାଯାଉଥିବା ହରଭଙ୍ଗା ବ୍ଲକର ମହାଳିକପଡା ପଞ୍ଚାୟତ ନୂଆପଡା ଗ୍ରାମକୁ ବର୍ଷା ଦିନେ ଯିବାକୁ ହେଲେ ବାଧକ ସାଜିଥାଏ ଅସମ୍ପୂର୍ଣ୍ଣ ପୋଲ l କେବଳ ଏଥିପାଇଁ ଜନସାଧାରଣ ହିଁ ଅସୁବିଧା ରେ ସମ୍ମୁଖୀନ ହେଉଥିବେ ତାହା ନୁହେଁ ବର୍ଷା ଦିନ ରେ ଅଳ୍ପ ଟିକିଏ ବର୍ଷା ହେଲେ ପାହାଡ଼ ପର୍ବତ ର ପାଣି ନାଳରେ ମାଡି ଆସିଥାଏ ଯାହାକି ଉକ୍ତ ଗ୍ରାମର ପିଲାମାନେ ବିଦ୍ୟାଳୟ କୁ ଯିବା ପୁରା ବନ୍ଦ ହୋଇଥାଏ l ବେଳେ ବେଳେ ବିପଦ ଅବସ୍ଥାରେ ନାଳ ଅତିକ୍ରମ କରି ଯିବାକୁ ପଡ଼େ ବୋଲି ଅଭିଭାବକ ମାନେ ପ୍ରକାଶ କରନ୍ତି।

ସେହିପରି ଗତବର୍ଷ ଲଗାଣ ବର୍ଷା ରେ ଗ୍ରାମର ଏକ ଲୋକ ଭାସି ଯାଇ ମୃତ୍ୟୁ ବରଣ କରିଥିବା ଗ୍ରାମବାସୀ କହନ୍ତି l ସୂଚନା ଥାଉକି ଗ୍ରାମକୁ ଯିବାକୁ ହେଲେ ଉକ୍ତ ନାଳ ବାଧକ ସାଜୁଥିବାରୁ୨୦୦୯  ମସିହା ରେ ୧୦ ଲକ୍ଷ୍ ଟଙ୍କା ଅନୁଦାନ ରାଶି ପୋଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା l କିନ୍ତୁ ଠିକାଦାର ଓ ଯନ୍ତ୍ରୀ ମାଲେମାଲ ହୋଇ ସରକାରୀ ଅର୍ଥ କୁ ବାଟ ମାରଣ କରି ପୋଲ କାମ ସମ୍ପୂର୍ଣ କାର୍ଯ୍ୟ ନକରି ତାହା ଅସମ୍ପୂର୍ଣ୍ଣ ଭାବେ ଛାଡି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ପଡି ରହିଛି l

ଏପରିକି ଉକ୍ତ ପୋଲ ର ସମ୍ପୂର୍ଣ ପାଇଁ ଗ୍ରାମବାସୀ ବହୁ ଥର ପ୍ରଶାସନ ଆଗରେ ଗୁହାରି କରିଛନ୍ତି l କିନ୍ତୁ କୌଣସି ସୁଫଳ ମିଳି ପାରିନାହିଁ l ଯାହାକି ବର୍ଷା ଦିନ ଆସିଗଲେ ଗ୍ରାମବାସୀ ମାନେ ବିଭିନ୍ନ କ୍ଷେତ୍ର ରେ ସମସ୍ୟା ସମ୍ମୁଖୀନ ହେଉଥିବା ବେଳେ ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ଯିବା ଏକ ପ୍ରକାର ଠପ ହୋଇଯାଏ l ତେଣୁ ଅସମ୍ପୂର୍ଣ୍ଣ ପୋଲ କୁ ସମ୍ପୂର୍ଣ୍ଣ କାମ କରିବାକୁ ଗ୍ରାମର ମହେନ୍ଦ୍ର ନାଏକ, ବଜେନ୍ଦ୍ର ଗୁରୁ,ପ୍ରଦୀପ ଗୁରୁ ୱର୍ଡମେମ୍ବର, ବିଜୟ ନାଏକ, ପ୍ରମୁଖ ଅଭିଯୋଗ କରିଛନ୍ତି l

Related Post

ରାଜ୍ୟପାଳଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Posted by - September 13, 2022 0
ରାୟଗଡା:(ରାମାକାନ୍ତ ପୋଡାଳ) ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଦୁଇ ଦିନିଆ ରାୟଗଡ଼ା ଜିଲ୍ଲାରେ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ଗତକାଲି ରାତିରେ ରାୟଗଡ଼ା ଠାରେ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି,ଜନପ୍ରତିନିଧି ଓ ଶୀର୍ଷ ଅଧିକାରୀଙ୍କ ଦରମା କଟିବ

Posted by - March 31, 2020 304
ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ପାଇଁ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜନପ୍ରତିନିଧି ଓ ଶୀର୍ଷ ଅଧିକାରୀଙ୍କ ଦରମାକୁ ନେଇ ଏହି ନିଷ୍ପତ୍ତି…

ରାଜ୍ୟରେ ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ବିଜୁ ମହିଳା,ଯୁବ ଓ ଛାତ୍ର ଜନତା ଦଳର ଆନ୍ଦୋଳନ

Posted by - November 22, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଆଜି ସାରା ରାଜ୍ୟରେ ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ବିଜୁ ମହିଳା,ଯୁବ ଓ ଛାତ୍ର ଜନତା ଦଳ…

Posted by - April 18, 2019 152
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରଙ୍ଗାଢିପା ୨୧୩ ନଂ ବୁଥ୍‌ରେ ଭୋଟ୍ ବନ୍ଦ କରାଯାଇଛି। ସକାଳେ ଆରମ୍ଭରୁ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା।ପରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ…

ଜଳାଶୟ ନ ପୋତିବା ପାଇଁ ଗ୍ରାମବାସୀ ଙ୍କ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

Posted by - March 17, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲା ଦେଇ- ଯାଉଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ନିର୍ମାଣ କୁ ନେଇ ଗ୍ରାମବାସୀ ଙ୍କ ଅସନ୍ତୋଷ ର ଦାନା ବନ୍ଧୁଥିବା ଜଣାପଡିଛି…