ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୋନପୁର ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଛାତ୍ରୀ ଅମ୍ରିତା ନନ୍ଦ ରାଜେନ୍ଦ୍ର ବିଶ୍ଵ ବିଦ୍ଯାଳୟ ରେ ସର୍ବୋଚ୍ଚ ସ୍ଥାନ ରେ ଭତ୍ତୀର୍ଣ୍ଣ । ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ବଲାଙ୍ଗୀର ଦ୍ଵାରା ଗତକାଲି ପ୍ରଥମ ବ୍ୟାଚ୍ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ସୋନପୁର ମହା ବିଦ୍ୟାଳୟ ର ଓଡିଆ ବିଭାଗ ସମ୍ମାନ ର ଛାତ୍ରୀ ଅମ୍ରିତା ନନ୍ଦ ଟପର ହୋଇ ସୁନାମ ଅର୍ଜନ କରିଛନ୍ତି ।
ସେ ବିନିକା ବ୍ଳକ ଶଙ୍କରା ଗାଁର ଅଟନ୍ତି । ଏହା ତାଙ୍କର କଠିନ ପରିଶ୍ରମ ସହ ନିଜ ପିତା ପ୍ରତାପ ନନ୍ଦ ମାତା ନିଳେନ୍ଦ୍ରୀ ନନ୍ଦ ଓ ଅଜା ବିଶିଷ୍ଟ ଶିକ୍ଷାବିତ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଙ୍କ ପ୍ରେରଣା ତଥା ଅଧ୍ୟାପକ ଅଧ୍ୟାପିକା ଙ୍କ ଦିଗଦର୍ଶନ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି । ଏଥି ବିଶେଷ ସଫଳତା ପାଇଁ ତାଙ୍କୁ ମହାବିଦାଳୟ ର ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ଓ ବିଭାଗୀୟ ମୁଖ୍ୟ ଡକ୍ଟର ସୌରଭ ରଞ୍ଜନ ଖମାରୀ ଅଭିନନ୍ଦନ ଜଣାଇଥିବା ବେଳେ ଏହି ସଫଳତା ତାଙ୍କର ସହପାଠୀ ଓ ଆଗାମୀ ଦିନର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।
କୁମାରୀ ନନ୍ଦ ବିଦ୍ୟାଳୟ ସ୍ତରରୁ ଜଣେ କୃତୀ ଛାତ୍ରୀ ରହିବା ସହ ଜଣେ ସୌଖୀନ୍ ନୃତ୍ୟ ଶିଳ୍ପୀ ମଧ୍ୟ । ଆଗାମୀ ଦିନରେ ଓଡିଆ ଭାଷା ସାହିତ୍ୟ ରେ ସ୍ନାତକୋତ୍ତର ଡିଗ୍ରୀ ସହ ଗବେଷଣା କରିବା ଓ ଅଧ୍ୟ୍ୟାପନା ପାଇଁ ଲକ୍ଷ୍ୟ ରଖିଥିବା କୁମାରୀ ନନ୍ଦ ପ୍ରକାଶ କରିଛନ୍ତି ।