Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସଂଖ୍ୟା ଯାହାର ଯେତେ, ଭାଗ ମିଳୁ ତାକୁ ସେତେ

95 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଆଜି ଧର୍ମଗଡ଼ ଚାରିଛକ ଠାରେ OBC-ST-SC ସଂଖ୍ୟା ଲଘୁ ମିଳିତ ମହାସଂଘ ର ପଥପ୍ରାନ୍ତ ସଚେତନ ସଭା ହୋଇଯାଇଛି. ମହାସଂଘ ର ଆବାହକ ଡ଼ମ୍ବରୁଧର ଲହଜଲ ଙ୍କ ସଭାପତିତ୍ୱ ରେ ହୋଇଥିବା ଏହି ସଭାରେ ଉଚ୍ଚ ଶିକ୍ଷା, ବୃତ୍ତିଗତ ଶିକ୍ଷା ଓ ସମସ୍ତ ପ୍ରକାର ନିଯୁକ୍ତି ରେ ଏ ଦେଶର OBC-ST-SC- minority ଙ୍କ ତାଙ୍କ ଜନସଂଖ୍ୟା ଅନୁପାତରେ ସ୍ଥାନ ସଂରକ୍ଷଣଦେବା, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ଜିଲ୍ଲା ଭିତ୍ତିକ କରିବା, +2 ଓ +2, CT ନାମଲେଖା ପାଇଁ ଯଥାକ୍ରମେ ବ୍ଲକ ଓ ଜିଲ୍ଲା କଭିତ୍ତିକ କରିବା, ORV Act କୁ କଡାକଡି ଲାଗୁ କରିବା, କଳାହାଣ୍ଡି ରେ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା, ପ୍ରତ୍ୟେକ ଜିଲ୍ଲାରୁ ଏହିତିନି ବର୍ଗର ୧୦୦  ଜଣ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ରେ IAS, OAS, OJS,ଡାକ୍ତରୀ ଆଦି ପରୀକ୍ଷା ପାଇଁ ମାଗଣା ରେ କୋଚିଂ ବ୍ୟବସ୍ଥା କରିବା, ଆଦି ବିଭିନ୍ନ ଦାବୀ ନେତାମାନେ କରିଥିଲେ।

ଯୁବ ନେତା ଡାକେଶ୍ୱର ଲହଜଲ ସଭା ପରିଚାଳନା କରିଥିବାବେଳେ ପଛୁଆ ବର୍ଗ ନେତା ପ୍ରମୋଦ ହଂସ,ସୁରେଶ ଭଇସାଲ,ପଣ୍ଡରାମାଳି ସମାଜର ଯୁବନେତା ସୋମ୍ୟରଞ୍ଜନ ନାଏକ,ରତନ ନାଏକ, ଶଙ୍କର ନାଏକ, ଲବରାମ ସରାଫ, ଚକ୍ରଧର ବେଣୁପାଣି, ସତ୍ୟବାନ ନାଏକ, ଆଇନଜୀବି ଦିଗାମ୍ବର ଦୁରିଆ, ପୃଥ୍ଵୀରାଜ ତାଣ୍ଡି, ତ୍ରିନାଥ ମସ୍ରା, ଗୁଣନିଧି ଶବର, ପ୍ରମୋଦ ସୁନାନୀ,ଜଗନ୍ନାଥ ଶଗଡିଆ, ଗଜାନନ ସୁନାନୀ, ସରୋଜ ସୁନାନୀ,ନିରାକାର ନାଗ ଆଦି ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ଦେଇଥିଲେ।

ସେମାନେ ଏ ସମ୍ବନ୍ଧରେ ଏକ ପ୍ରଚାର ପତ୍ର ବାଣ୍ଟିବା ସହିତ ବିଶେଷ କରି ଛାତ୍ର ଛାତ୍ରୀ, ବେକାର ଯୁବକ ଯୁବତୀ, ଅଭିଭାବକ ଓ ବୁଦ୍ଧିଜୀବୀ ମାନଙ୍କୁ ଏହି ଦାବୀ ସବୁ ଉପରେ ସଚେତନ ହୋଇ ଆଗକୁ ଏକ ବଡ଼ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ. ପୁନଶ୍ଚ ଉଭୟ ସରକାର କୁ ଆହ୍ୱାନ ଦେଇ ଦାବୀ ସବୁ କୁ ବିଚାର କୁ ନ ନେଲେ ଉଭୟ ସରକାର ବିରୋଧରେ ପ୍ରତ୍ୟେକ କଲେଜ, ବିଶ୍ଵବିଦ୍ୟାଳୟ, ହାଟ ବଜାର, ଛକ ତଥା ଗାଁ ମାନଙ୍କୁ ଯାଇ ଲୋକଙ୍କୁ ଏଭଳି ସଚେତନ କରି ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ବକ୍ତା ମାନେ ମତପ୍ରକହେ ଶ କରିଥିଲେ. ତେଵେ ଧିରେ ଧିରେ ଅଂଚଳ ରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Related Post

ପବ୍ଲିକ ପ୍ଲେସ ରେ ଗଂଜେଇ ଟାଣିବା ମହଙ୍ଗା ପଡିଲା

Posted by - November 30, 2021 0
ବୌଦ୍ଧ;(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କୁ ନିଶା ମୁକ୍ତ କରିବା ପାଇଁ ପ୍ରତିଦିନ ବୌଦ୍ଧଜିଲ୍ଲା ପ୍ରଶାସନ ଚାଲିଛି ଲଢେ଼ଇ!ଦୁଇଦିନ ତଳେ ବ୍ରିଜ ଛକ ରୁ କିଛି ମଦ୍ୟପ…

ମାଗଣା ବିଜୁଳି ପାଇଁ ଦସ୍ତଖତ ଅଭିଯାନ

Posted by - May 31, 2022 0
ବଙ୍ଗୋମୁଣ୍ଡା:୩୧/୫(ଅଭିମନ୍ୟୁ ବହିଦାର)-ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଆମ ଆଦମୀ ପାର୍ଟି ପକ୍ଷରୁ ମାସକୁ ମାଗଣା ୨୦୦ ୟୁନିଟ ବିଜୁଳି ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି ।କଣ୍ଟାବାଞ୍ଜି…

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 28, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍)ବୃକ୍ଷ ହିଁ ଜୀବନ ।ବୃକ୍ଷ ନଥିଲେ ଅମ୍ଳଜାନ ଅଭାବରୁ ପୃଥିବୀ ଧ୍ବଂସ ପାଇଜିବ ।କରୋନା ମହାମାରୀ ରେ ଅମ୍ଳଜାନ ର ସଂକଟ ଦେଖା ଦେଇଛି।ଏହାର ମୂଳ…

ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇ ଦିବସୀୟ ସମ୍ଭାଗ ସ୍ତରୀୟ ସେବକ ସେବିକା ସମ୍ମିଳନୀ ଉଦଯାପିତ

Posted by - October 30, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଶିକ୍ଷା ଯୋଗାଇବାରେ ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅନ୍ୟ ବିଦ୍ୟାଳୟ ଅପେକ୍ଷା ଭଲ ପ୍ରଦର୍ଶନ କରୁଛି। ଏଠାରେ କାର୍ଯ୍ୟରତ…