ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଳକ ଗାରଡେଶ୍ୱର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଵସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅବିଭାବକ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଲତା ପଣ୍ଡାଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ପ୍ରଧାନ ଶିକ୍ଷକ ସୁଜିତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶରଥପୁର ମଣ୍ଡଳ ଶିକ୍ଷାଧିକାରୀ ଅର୍ଣ୍ଣଦା ପ୍ରସାଦ ରଣା, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ତପନ କୁମାର ଦ୍ବିବେଦୀ ପ୍ରମୁଖ ଯୋଗ ଦେଇ ପ୍ରଧାନଶିକ୍ଷୟତ୍ରୀଙ୍କ ବିଦ୍ୟାଳୟ ପ୍ରତି ଥିବା ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଶ୍ରୀମତି ପଣ୍ଡା ଦୀର୍ଘ ୨୦ ବର୍ଷ ଧରି ଗାରଡେସ୍ୱର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ତାଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟରେ ବହୁ ଶିକ୍ଷାବିତ ସୃଷ୍ଟି ହେବା ସହ ବିଦ୍ୟାଳୟ ପରିବେଶ ମଧ୍ୟ ବେଶ ସୌନ୍ଦର୍ଯ୍ୟପୂର୍ଣ୍ଣ ହୋଇଥିବାରୁ ସ୍ଥାନୀୟ ଗ୍ରାମବାସୀ ଏବଂ ଅବିଭାବକ ମାନେ ମଧ୍ୟ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ମାନେ ପୁଷ୍କଗୁଛ, ଉପଢୌକନ,ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଯିବି ଉପସ୍ଥିତ ଥିଲେ ।