ମନ୍ଦିର ଉପରେ ଗଛ, ନବ ନିର୍ମାଣ ମନ୍ଦିର ବିଗ୍ରହ ସ୍ଥାପନ ହୋଇ ପାରୁ ନାହିଁ
ଧର୍ମଗଡ଼: ୬/୭(ହେମନ୍ତ କୁମାର ମାଝୀ)ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘ ଦିନ ହେଲା ଅବହେଳିତ ଅବସ୍ଥାରେ ରହିଛି। ଧର୍ମଗଡ଼ ସହର ର ସର୍ବ ପୁରାତନ ବ୍ରଜ ମୋହନ ପଞ୍ଚଦେଵ ମନ୍ଦିର। ମନ୍ଦିର ଉପରେ ଗଛ ବାହାରି ମନ୍ଦିର ସୌନ୍ଦର୍ଯ୍ୟ ଦିନ କୁ ଦିନ ମନ୍ଦିର ଅବସ୍ଥା କ୍ଷତ ହେବାରେ ଲାଗିଛି ଯାହା ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ରାଜ୍ୟରେ ଥିବା ଅନେକ ମନ୍ଦିର ନବ କଳେବର ତଥା ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ମାତ୍ର ଧର୍ମଗତ ର ଏ ପୁରାତନ ମନ୍ଦିର ସରକାର ଙ୍କ ଆଢ଼ୁଆଳରେ ରହିଯାଇଛି।୬୦ ରୁ ୭୦ ଦଶକ ମଧ୍ୟରେ ତତ୍କାଳୀନ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ବ୍ରଜ ମୋହନ ପଞ୍ଚଦେଵ ମନ୍ଦିର ନିର୍ମାଣ କରାଇଥିଲେ। ତେବେ ଗଣେଷ ନାରାୟଣ ରୁଦ୍ର ଅମ୍ବିକା ଓ ଭାସ୍କର ପଞ୍ଚଦେଵ ଙ୍କ ନାମରେ ନିର୍ମିତ ଏହି ମନ୍ଦିର ପ୍ରଥମେ ରାଧା କୃଷ୍ଣ ମନ୍ଦିର ନିର୍ମାଣ ହୋଇଥିଲା।ରାଜ ପରିବାର ଏହାକୁ ସତୁରୀ ଦଶକ ରେ ନିର୍ମାଣ କରିଥିଲେ। ପରେ ଏଠାରେ ଗଣେଶ ଓ ଶିବ ମନ୍ଦିର ନିର୍ମାଣ କରାଯାଇ ପୂଜା ହେଉଛି।
ପଞ୍ଚ ଦେଵ ମନ୍ଦିର କୁ ସଂପୂର୍ଣ୍ଣ କରିବା ପାଇଁ ଅମ୍ବିକା (ଦୂର୍ଗା) ଓ ଭାସ୍କର (ସୂର୍ଯ୍ୟ) ମନ୍ଦିର ୨୦୧୫_୧୬ ବର୍ଷ ରେ ନିର୍ମାଣ କରାଯାଇ ସଂପୂର୍ଣ୍ଣ ହୋଇଥିଲା ମନ୍ଦିର ନିର୍ମାଣ ଏତେ ବର୍ଷ ପରେ ମଧ୍ୟ ଠାକୁର ଙ୍କ ବିଗ୍ରହ ସ୍ଥାପନ କରାଯାଇ ନାହିଁ ଏଣେ ନବ ନିର୍ମାଣ ମନ୍ଦିର ରଙ୍ଗ ଛାଡି ବା ସହ ବିଭିନ୍ନ ଅଂଶ ଭାଙ୍ଗି ବା ରେ ଆରମ୍ଭ ହେଲାଣି ଏହା କୁ ଦେଖି ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ ବ୍ରଜମୋହନ ପଞ୍ଚ ଦେଵ ମନ୍ଦିର ର ମାଲିକାନାରେ ପ୍ରାୟ ୨୦ ରୁ ୨୫ ଏକର ଉର୍ବର ଚାଷ ଜମି ରହିଛି। ଏଠାରେ ଦୋଫସଲୀ ଚାଷ ହୋଇ ଲକ୍ଷା ଧୀକ ଟଙ୍କା ଆୟ ହୁଏ। ସେହିପରି ମନ୍ଦିର ମାଳିକାନରେ ଥିବା ଘର ମଧ୍ୟ ବାର୍ଷିକ ଟଙ୍କା ହୁଏ। ଏତେ ଅର୍ଥ ସ୍ଵତ୍ତେ କେବେ ମନ୍ଦିର ର ବିଗ୍ରହ ସ୍ଥାପନ ହୋଇ ପୂଜା ପାଇବେ ସେଦିନ କୁ ଭକ୍ତ ଅପେକ୍ଷା ରେ ।