ହରଭଙ୍ଗା :୬/୭ (ଚିତ୍ତରଞ୍ଜନ ସିଂହ)ଅନିଶ୍ଚିତ ମୌସୁମୀ ବର୍ଷା!ଚାଷୀକୁ ଘାରିଲାଣି ଚାଷ ଚିନ୍ତା!ମରୁଡି ଆଶଙ୍କା ନେଇ ସବୁଆଡେ ଚାଲିଛି ଚର୍ଚ୍ଚା!ପ୍ରଥମ ମୌସୁମୀ ବର୍ଷା ଚାଷୀ କୂଳକୁ ଆନନ୍ଦ ଆଣିଦେଇଥିଲା ବେଳେ ବର୍ଷା ଛାଡି ପରେ ଏବେ ବୌଦ୍ଧ ଜିଲ୍ଲାରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି!ତ୍ରାହି ତ୍ରାହି ଡାକୁଛନ୍ତି ଜିଲ୍ଲାବାସୀ।
ଅନ୍ୟ ପଟେ ଆଷାଢ଼ ଯାଇ ଶ୍ରାବଣ ଆରମ୍ଭ ହେଲା ମୁଷଳ ଧାରାରେ ବର୍ଷା ହେବା ସହ,ଧରା ଶ୍ରାବଣରେ ନଇ, ନାଳ, ପୋଖରୀ, ଗାଡ଼ିଆ ଜଳ ମଗ୍ନ ହୋଇ ବନ୍ୟାର ରୂପ ନେବା ସହିତ ଚାଷୀ ମାଟି ମା ସହିତ ଏକାକାର ହୋଇ ତାର ତଳି ଲଗା, ତଳି ବିହୁଡା ସହିତ ଚଷା ଗୀତ, ବେଙ୍ଗ ବେଙ୍ଗୁଲିର ରଡି ସମସ୍ତ ଙ୍କୁ ମନ୍ତ୍ର ମୁଗ୍ଧ କରିବା ସମୟରେ ଚାରିଆଡେ ବର୍ଷା ଅଭାବ ଗ୍ରୀଷ୍ମ ପ୍ରଭାବ ରେ ମାଟି ଫାଟି ଆଁ କରି ବସିଛି!ଚାଷୀ ଏପଟେ ପ୍ରତି ସମବାୟ ସମିତି ରେ ନାମ ରେଜିଷ୍ଟେସନ କରି ତଳି ପାଇଁ ବିହନ ଆଣି ଘରେ ରଖିଛି।
ଅନ୍ୟ ପଟେ ଜିଲ୍ଲା ର ମରୁଡି ପ୍ରପୀଡ଼ିତ ହରଭଙ୍ଗା ବ୍ଲକ ରେ ଚାଷୀ ଜମିରେ ହଲ କରା ଆରମ୍ଭ କରିନି!ବର୍ଷା ଅଭାବ ରୁ ଜିଲ୍ଲା ର ଅଭାବୀ ବର୍ଷା ଚାଷୀକୁ ଚିନ୍ତାରେ ପକାଇଛି!କିଛି ଚାଷୀ ପହିଲି ବର୍ଷା ରେ ତଳି ପକାଇ ଥିଲେ କିନ୍ତୁ ଛାଡି ଯୋଗୁଁ ତଳି ଗଜାରୁ ହିଁ ଗ୍ରୀଷ୍ମ ଉତ୍ତାପ ରେ ପୋଡି ଯାଇଥିବା ଜଣା ପଡିଛି!ବର୍ତମାନ ଜିଲ୍ଲାରେ ହରଭଙ୍ଗା ବ୍ଲକ ର ଚାଷ ଜମି ର ୧୦୦ ପ୍ରତିଶତ ଚାଷ ଜମିରେ ଗୋରୁ ଗାଈ ଚରୁଛନ୍ତି!ଯଦି ଶ୍ରାବଣ ମାସରେ ବର୍ଷା ର ଅଭାବ ତାହେଲେ ଚାଷୀ ହଲ କରି ତଳି ପକାଇବ କେବେ କି ତଳି ଲଗାଇବ କେବେ?ତା ସହିତ ଉନ୍ନତ ମାନର ବିହନ ସମୟlନୁ ପାତରେ ଚାଷ କାର୍ଯ୍ୟ ଅଧିକ ଚିନ୍ତା ଘlରୁଛି ଚାଷୀକୁ!ଯେଉଁଠି ଦେଖିବେ ଚାଷୀ ଏକାଠି ବସି ଅନିଶ୍ଚିତ ବର୍ଷା, ମରୁଡି ଆଶଙ୍କା ଓ ଚାଷ ଚିନ୍ତାର ଚର୍ଚ୍ଚା ଵା ଆଲୋଚନା ଦେଖିବାକୁ ମିଳୁଛି!