ଭୁବନେଶ୍ବର/କଂଟାବାଞ୍ଜି/ ବଲାଙ୍ଗୀର 🙁 ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଗୁଂଚିଜୋର୍ ଗାଁରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଫରେଷ୍ଟର ନୃତ୍ୟମଣି ମହାନନ୍ଦଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତୁରେକେଲା ବ୍ଲକ ବିଡ଼ିଓ ଦେବାଶିଷ ସାମଲ,ସମ୍ମାନିତ ଅତିଥି ଭାବେ ତୁରେକେଲା ବ୍ଲକ ଚାଉଳସୁଖା ସମିତି ସଭ୍ୟ ପୂର୍ବତନ ସୈନିକ ଗିରି ରାଜ ସିଂ ମାଝୀ, ରେଞ୍ଜର ଶ୍ରାଧାଦେବ ବଡମାଳି, ବିରଞ୍ଜି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ଉପସ୍ଥିତ ଥିବା ଅତିଥିଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଆଗକୁ ମଧ୍ୟ ଏଭଲି ବନ ମହୋତ୍ସବ କାର୍ଯ୍ୟକ୍ରମ ଜାରି ରହିବା ଏବଂ ବୃକ୍ଷ ରୋପଣ କରାଯିବ ବୋଲି ଫରେଷ୍ଟର ଶ୍ରୀ ମହାନନ୍ଦ କହିଥିଲେ ।