ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆଜି ବିଜେପି ବୌଦ୍ଧ ଜିଲ୍ଲା ର ୯ନମ୍ୱର୍ ମଣ୍ଡଳ ହରଭାଙ୍ଗା ର ” ମହା ଜନ ସମ୍ପର୍କ ଅଭିଯାନ ସମ୍ମିଳନୀ” ଅନୁଷ୍ଟିତ ହୋଇଥିଲା
ଏହି ସମ୍ମିଳନୀ ରେ ମଣ୍ଡଳ ସଭାପତି ଶ୍ରୀ ତପନ କୁମାର ଡ।ଙ୍ଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲାଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଯୋଗଦାନ୍ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀଜୀ ଙ୍କ ନ ବର୍ଷ ଶାସନ ପୂର୍ତ୍ତି ଉପଲକ୍ଷେ ମଣ୍ଡଳ ସ୍ତରରେ ଜନ ସମ୍ପର୍କ ଅଭିଯାନ ର ଲକ୍ଷ ଓ ଆଭିମୁଖ୍ୟ ଉପରେ ଆଧାରିତ ଆଲୋଚନା କରି କହିଥିଲେ ଯେ ବିଗତ ,୯ ବର୍ଷ ଧରି ଶାସନ କାଳରେ ଭାରତ ର ବିଶେଷ କରି ଓଡ଼ିଶାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସେବା,ସୁଶାସନ, ଗରିବୀ କଲ୍ୟାଣ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରି ତଥ୍ୟ ଉପସ୍ଥାପନ କରି ଓଡ଼ିଶାରେ ୧୮ ଲକ୍ଷ ରୁ ଉର୍ଦ୍ଧ ଗରିବ ଲୋକଙ୍କୁ ମାଗଣାରେ ପ୍ରଧାମନ୍ତ୍ରୀ ଆବାସ ଯୋଜନା ଯୋଗାଣ, ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ , ୭୬ ଲକ୍ଷ ପରିବାରକୁ ମାଗଣା ଶୌଚାଳୟ , ଉଜୋଲା ଯୋଜନା ରେ ୫୪ ଲକ୍ଷ ପରିବାରକୁ ମାଗଣା ରୋଷେଇ ଗ୍ୟାସ, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ପରିବାର କୁ ମାଗଣା ବିଦୁତ ସଂଯୋଗ , ଜଳ ଜୀବନ ମିଶନ ରେ ୫୩ ଲକ୍ଷ ପରିବାର କୁ ଟ୍ୟାପ ଯୋଗେ ପିଇବା ପାଣି ଏପରି ବହୁ ଯୋଜନା ଉପରେ ଆଧାରିତ ଆଲୋଚନା କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ଶ୍ରୀ ରବି ପ୍ରଧାନ , ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ i ସାହୁ, ଶ୍ରୀ ସୂର୍ଯୟନାରାୟଣ ମହାପାତ୍ର ମୋଦୀ ଜି ଙ୍କ ଲୋକ ହିତକର ଯୋଜନା ର ସୁଫଳ କୁ ସବୁ ସ୍ତରରେ ସୁବ୍ୟବସ୍ଥିତ ଭାବରେ ପହଞ୍ଚାଇବା ପାଇଁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ର କର୍ମକର୍ତ୍ତା ସର୍ବସ୍ରୀ ଶେଷ ଛାନ୍ଦ, ସୁଦାମ ମେନ୍ଦିଲି, ଆଶୁତୋଷ ପ୍ରଧାନ,କୈବଲ୍ୟ ପ୍ରଧାନ,ରଞ୍ଜନ ଖେତି,ଭାରତ ପ୍ରଧାନ,କେଶବ ସେଠୀ,କଷ୍ଟେଶ୍ୱର୍ ପଳିଆ,ଗଣେଶ ବେହେରା ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।