ଜିଲ୍ଲା ପାଠଗାର ଠାରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

50 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସହର ସ୍ଥିତ ଜିଲ୍ଲା ପାଠଗାର ଠାରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନ୍ନକ୍ଷେତ୍ର ଦିବସ 2023 ଉପଲକ୍ଷେ ସମବାର 10 ଘଣ୍ଟା ସମୟରେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ,ବକୃତା,କବିତା ଆବୃତି, ସାଧାରଣ ଜ୍ଞାନ ଓ ଇଂରାଜିରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ଉଦୟ ନାଥ ମାଝୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟ ମଣିପୁର, କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧ, ଗୌରୀଶଙ୍କର ପବ୍ଲିକସ୍କୁଲ,ସେଣ୍ଟ ଜାଭିଅର ପବ୍ଲିକସ୍କୁଲ ,ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ , ବୀରସିଂପୁର ୟୁପି ସ୍କୁଲ, ମାଲିସହି ୟୁପି ସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ ,ବୁଟୁପାଲି , ମର୍ଯାକୁଦ,ମଳିକୁଦ,ଏବଂ ସରକାରୀ ଉପ୍ରା ବିଦ୍ୟାଳୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା 24ଜଣ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି । ଏଥିରେ ଜୁନିୟର ଓ ସିନିଅର ସ୍ତରର ପ୍ରତିଯିଗୀତାର ପ୍ରଥମ ହୋଇଥିବା ଆଠ ଜଣଙ୍କୁ ଆସନ୍ତା 9ଜୁଲାଇ ଓ 16ଜୁଲାଇ ରେ ରାଜ୍ୟ ସ୍ତରର ପ୍ରତିଯିଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଭୁବନେଶ୍ୱରଙ୍କୁ ପଠାଯିବ ।ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତକାନ୍ତି ବଳିଆରସିଂ ।ଓଡିଶା ଆଦର୍ଶ ବିଦ୍ୟାଳୟ ମଣିପୁର ର ତନିଶା ଦେହୁରୀ ( ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡ଼ିଆ ଅନୁବାଦ) ସେହି ବିଦ୍ୟାଳୟ ର ଆକାଂକ୍ଷା ଅନୁପ୍ରୀତ।
କେନ୍ଦ୍ରୀୟ ବିଦ୍ୟାଳୟର କବିତା ଆବୃତିରେ ଶୁଭ୍ର। ସମୀକ୍ଷା ମିଶ୍ର, , ଗୋୖରୀ ଶଙ୍କର ପବ୍ଲିକ ସ୍କୁଲର ଶ୍ରୀଜିତ ପାଣିଗ୍ରାହୀ (ଓଡ଼ିଆ ବକୃତାରେ ପ୍ରଥମ )
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ୱସ୍ତିସ୍ନେହା ଶାସିନୀ , ସେହି ବିଦ୍ୟାଳୟ ର ପ୍ରୀତିପ୍ରଜ୍ଞା ହୋତା କବିତା ଆବୃତିରେ ପ୍ରଥମ , ସେଣ୍ଡ ଜଭିଆର ପବ୍ଲିକ ସ୍କୁଲର ମନ୍ମୟ ମେହେର ସାଧାରଣ ଜ୍ଞାନ ଇଂରାଜୀ ରୁ ଓଡ଼ିଆ ଅନୁବାଦ ପ୍ରଥମ ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଲିଆବଗିଚା ଜିଜ୍ଞାସା ବେହେରା (ପ୍ରବନ୍ଧରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯିତା ରେ ଭାଗ ନେବା ପାଇଁ ମୋନନୀତ ହୋଇଛନ୍ତି ।

Related Post

ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର

Posted by - January 29, 2023 0
ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରାନରସିଂ ପୁର ପ୍ରlଣିଧନ ସହାୟତା କେନ୍ଦ୍ର ପ୍ରାଙ୍ଗଣରେ ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ…

ଖଡ଼ଙ୍ଗ ମହୋତ୍ସବର ଚତୁର୍ଥ ସନ୍ଧ୍ୟା,ମନ ମୋହିଲା ଘୁମୁରା ନୃତ୍ୟ, ରୁକୁ ସୁନା ମେଲୋଡିରେ ଦର୍ଶକ ବିମୁଗ୍ଧ

Posted by - January 14, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳରେ ଅନୁଷ୍ଠିତ ଖଡ଼ଙ୍ଗ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଖୁଣ୍ଟିଗୋରା ସରପଞ୍ଚ ସୁନିତା ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାମାଳ…

ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବୀ ପତ୍ର

Posted by - November 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ । ମଂଗଳପୁର ପୁର ଥାନା ଦୁଦୁରାଂଟା…

ସପ୍ତାହକ ମଧ୍ୟରେ ଇଏସଆଇ ହସପିଟାଲ ପାଇଁ ଜମି ଯୋଗାଇ ଦେବାକୁ ରାଜସ୍ୱମନ୍ତ୍ରୀଙ୍କ ନିର୍ଦ୍ଦେଶ

Posted by - January 10, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) କଳିଙ୍ଗନଗରରେ ପସ୍ତାବିତ ଇଏସଆଇ ହସପିଟାଲ ନିର୍ମାଣ ପାଇଁ ଆବଶକ ହେଉଥିବା ଜମି ସପ୍ତାହକ ମଧ୍ୟରେ ଯୋଗାଇ ଦେବାକୁ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି…

ଭଞ୍ଜନଗର ଉପଜିଲ୍ଲାପାଳଙ୍କ ବିଦ୍ୟାଳୟ ପରିଦର୍ଶନ

Posted by - November 16, 2021 0
ବେଲଗୁଣ୍ଠା: ( ସୁଶାନ୍ତ କୁମାର ବେହେରା )ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ…