ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

41 0

ହରଭଙ୍ଗା: ୦୧/୦୭ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଶନିବାର ଦିନ ଯୁବ ରେଡ଼କ୍ରସ ତରଫରୁ ଭୈରବୀ ମହାବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମ ରେ ପୁରୁଣାକଟକ ଫରେଷ୍ଟର ଗୋବର୍ଦ୍ଧନ ମେହେର କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଵା ବେଳେ ମହାବିଦ୍ୟାଳୟ ର ଅଧକ୍ଷ ରମେଶ ଚନ୍ଦ୍ର ତରେଣିଆ ଛାତ୍ର ଛାତ୍ରୀ ମାନଙ୍କୁ ମଣିଷ ଜୀବନରେ ବୃକ୍ଷ ର ଉପକାରୀତା ବିଷୟରେ ଅବଗତ କରାଇ ଥିଲେ।ଏହି ଅବସରରେ ବିଦ୍ୟାଳୟ ପରିସରରେ ଜାମୁ, ଲିମ୍ବ, ଆମ୍ବ, ଅଁଳା ଇତ୍ୟାଦି ବିଭିନ୍ନ ପ୍ରକାରର ୩୦  ଗୋଟି ଚାରା ରୋପଣ କରାଯାଇଥିଲା।

ଏହି ବନମହୋତ୍ସବ କାର୍ଯ୍ୟକ୍ରମ ରେ ପୁରୁଣା କଟକ ବନ ବିଭାଗ ଡିଭିଜନ ର ସମସ୍ତ କର୍ମଚାରୀ, ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ, ଏବଂ ଯୁବ ରେଡ଼କ୍ରସ ର ସ୍ବେଛାସେବୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ମହାବିଦ୍ୟାଳର ଅଧ୍ୟାପକ ଶ୍ରୀଯୁକ୍ତ ତlରେଣିଆ ଓ ଜିଲ୍ଳା ଯୁବ ରେଡ଼କ୍ରସ ର ସଂଯୋଜକ ସୁରେଶ୍ୱର ଯୋଶୀ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ

Related Post

ହରଭଙ୍ଗା ବ୍ଳକରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Posted by - June 7, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲା ହରଭଙ୍ଗା ବ୍ଳକରେ ସୋମବାର ଦିନ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ…

ଏମିତି ବି ଆସେ ମୃତ୍ୟୁ, ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବାକୁ ଯାଇ ୧୦୮ ଆମ୍ବୁଲାନ୍ସକୁ ଫୋନ କରୁଥିବା ବେଳେ ମାଡ଼ିଗଲା ଟ୍ରକ, ୨ମୃତ

Posted by - December 13, 2019 0
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ)ପୁଣି ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ଡେଥ ଜୋନ୍ ପାଲଟିଲା ଏହି ଜାତୀୟ ରାଜପଥ। ରାଜପଥର ବାଘୁଆ ଛକ ନିକଟରେ…

ବୌଦ୍ଧ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

Posted by - February 12, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ବ୍ଲକ ମୂର୍ଶୁଣ୍ଢି ପଂଚାୟତ ଖେଳ ପଡିଆ ପରିସରରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆୟୋଜନ ରେ ଜାତୀୟ ପ୍ରାଣିଧନ ମିଶନ ଆନୁକୁଲ୍ୟରେ ବୌଦ୍ଧ…

ବିଶ୍ଵ ମ୍ୟାଲେରିଆ ଦିବସରେ ଜନସଚେତନ କାର୍ଯ୍ୟକ୍ରମ

Posted by - April 26, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ବିଶ୍ଵ ମ୍ୟାଲେରିଆ ଦିବସ ଅବସରରେ ସାନମସିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଅଗ୍ନିପୁର ପଂଚାୟତ ରେ ଥିବା ଦଶପୁର HWC ଅଞ୍ଚଳରେ ଏକ ଜନସଚେତନ…