ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସରକାରୀ ବାସଭବନ ରୁ ଉଦ୍ଧାର ହେଲା ଏକ ଗୋଖର ନାଗ । ଏହାର ଆନୁମାନିକ ଲମ୍ବ ୫ ରୁ ୬ ଫୁଟ ହେବ । ଏହି ସାପକୁ ଉଦ୍ଧାର କରିଛନ୍ତି ଦାସିଆ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପି . କେ ଦାସିଆ ।
ଏହି ସାପଟି ଜିଲ୍ଲାପାଳ ଙ୍କ ବାସଭବନ ର ଏକ ଗାତ ଭିତରେ ଥିଲା । ଏହାକୁ ଦେଖି ବାସଭବନ ର କର୍ମଚାରୀ ମାନେ ଖବର ଦେବା ପରେ ଧରାଯାଇଛି । ଏହାକୁ ସୁରକ୍ଷିତ ଭାବରେ ସ୍ଥାନୀୟ ଜଙ୍ଗଲ ରେ ଛାଡି ଦିଆଯିବ ବୋଲି ସୂଚନା ଦେଇଛନ୍ତି ପି . କେ ଦାସିଆ ।