Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଯାଜପୁର ଜିଲ୍ଲାରେ ଅଭିନବ ପ୍ରତିବାଦ

487 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଜାତୀୟ ରାଜପଥ ମରାମତି ଦାବିରେ ଅଭିନବ ଉପାୟରେ ପ୍ରତିବାଦ। ହେଲମେଟ୍ ନାଇ ରାସ୍ତା ଉପରେ ଶୋଇ ରାସ୍ତା ମରାମତି ଦାବି କଲେ ସ୍ଥାନୀୟ ଯୁବକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ୫୩ ନଂ ଜାତୀୟ ରାଜପଥର ବଙ୍ଗଳା ଛକ ନିକଟରେ। ସୂଚନା ମୁତାବକ ଚଣ୍ଡିଖୋଲ ରୁ କଳିଙ୍ଗନଗର, ସୁକିନ୍ଦା ଖଣି ଅଞ୍ଚଳ ଓ ତାଳଚେର କୁ ସଂଯୋଗ କରୁଥିବା ଏହି ୫୩ ନଂ ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ମରାମତି ଅଭାବରୁ ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି। ଫଳରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି।

ତେବେ ଏହି ରାସ୍ତାର ମରାମତି ଦାବିରେ ପୂର୍ବରୁ ବହୁବାର ଆନ୍ଦୋଳନ କରାଯାଇଛି। ହେଲେ କୌଣସି ସୁଫଳ ମିଳି ନାହିଁ। ତେଣୁ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଭଳି ଅଭିନବ ପ୍ରତିବାଦ କରିଥିଲେ। ବହୁ ସମୟ ଧରି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପରେ ପୋଲିସ ଆସି ବୁଝାସୁଝା କରିବାରୁ ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ।

Facebook Notice for EU! You need to login to view and post FB Comments!

Related Post

ଯାଜପୁର ଜିଲା ରେ ପୂଣ୍ୟାତ୍ମା ଉକ୍ରଳମଣୀ ଗୋପବନ୍ଧୁ ଦାସ ଙ୍କ ଶ୍ରାଦେ୍ଧାତ୍ସବ

Posted by - July 10, 2019 0
ଯାଜପୁର ଜିଲା ରେ ପୂଣ୍ୟାତ୍ମା ଉକ୍ରଳମଣୀ ଗୋପବନ୍ଧୁ ଦାସ ଙ୍କ ଶ୍ରାଦେ୍ଧାତ୍ସବ ସରକାରୀ ବାଳିକା ବିଦ୍ୟାଳୟ ଓ ବୈଷ୍ଣବ ଦତ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…

ବୌଦ୍ଧ ମହାନଦୀ ବ୍ରିଜ଼ ଉପରେ ଦୁର୍ଘଟଣା, ଜଣେ ମୃତ ଓ ଜଣେ ନିଖୋଜ

Posted by - October 3, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ବୌଦ୍ଧ -କିଆକଟା ମହାନଦୀ ବ୍ରିଜ଼ ଉପରେ ଆଜି ସନ୍ଧ୍ୟା ସମୟରେ ଏକ ମର୍ମନ୍ଦୁତ ସଡ଼କ ଦୁର୍ଘଟଣା ଘଟିଛି!ଦୁର୍ଘଟଣାରେ ଜଣେ ମୃତ ଓ ଜଣେ…

କାୟାକଳ୍ପ ଟିମ୍ ର ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ

Posted by - January 18, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ଟିମ୍ ଗସ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶ ଏବଂ ପରିଚାଳନା ସମ୍ପର୍କିତ ଯାଞ୍ଚ୍…

ଜିଲ୍ଲାପାଳ ଙ୍କ ଐତିହାସିକ ଅସୁରଗଡ଼ ଏବଂ ନିର୍ମାଣାଧୀନ ବୁଦ୍ଧ ପାର୍କ ପରିଦର୍ଶନ

Posted by - May 23, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାପାଳ ମନମୁଣ୍ଡା ସ୍ଥିତ ଅଧପନ୍ତରିଆ ଭାବେ ନିର୍ମାଣ ହୋଇ ପଡି ରହିଥିବା ଐତିହାସିକ ଅସୁରଗଡ଼ ଇକୋ ଟୁରିଯିମ ପ୍ରକଳ୍ପ ଏବଂ ନୂତନ ଭାବେ…

ସାନ ଭାଇର ଟାଙ୍ଗିଆ ଚୋଟରେ ବଡଭାଇ ର ମୃତ୍ୟୁ

Posted by - May 15, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପଣ୍ଡି ଗାଁ ରେ ଘଟିଯାଇଛି ଏକ ଅଭାବନୀୟ ଅଘଟଣ।ସାନ ଭାଇର ଟାଙ୍ଗିଆ…

There are 1 comments

Leave a comment

Your email address will not be published.