ମନ୍ତ୍ରୀ ପ୍ରଦିପ ଅମାତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ

84 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ମଙ୍ଗଳବାର ଅପରାହ୍ନରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ଅବସରରେ ମର୍ଜାକୁଦଠାରେ ଜିଲାପରିଷଦ ଭବନର ଭିତିପ୍ରସ୍ତର ସ୍ଥାପନ କରାଯାଇଥିବାବେଳେ ବିଜୁ ପଟ୍ଟନାୟକ ଆଦର୍ଶ କୃଷକ ବଜାର ମଧ୍ୟରେ ଏକ ଡାଲି ପ୍ରକ୍ରିୟାକରଣ କେନ୍ଦ୍ରର ଉଦଘାଟନ, ଜିଲା ମୁଖ୍ୟଚିକିତ୍ସାଳୟ ନିକଟରେ ସଖୀ ୱାନଷ୍ଟପ ସେଣ୍ଟର ର ଉଦଘାଟନ କରିଥିଲେ ।

ପରେ ପରେ ଇରିଗେସନ କଲୋନୀ ୱାର୍ଡ ନମ୍ବର ୧ ର ଗାଈଗୋଠ ପଡିଆଠାରେ ବିଜୁ ଆଦର୍ଶ କଲୋନୀ ସ୍ଥିତ ବୁଦ୍ଧଦେବ ସାହି (ନୂତନ ବସତି ବାସସ୍ଥାନ) ର ଉଦଘାଟନ କରିବା ସହିତ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର,ବିଦ୍ୟୁତ,ପାନୀୟଜଳ ଓ ରାସ୍ତା ଆଦି ସୁବିଧା ଯୋଗାଇ ଦିଆଯାଇଥିବାରୁ ବସ୍ତିବାସିନ୍ଦାମାନେ ନିଜେ ରହୁଥିବା ପରିବେଶର ପରିଷ୍କାର ପରିଛନ୍ନତା ରଖିବାକୁ ପରାମର୍ଶ ଦେଇଥିଲେ ।

ଏହି ଉଦଘାଟନୀ ଓ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର, ଜିଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଉପଧ୍ୟକ୍ଷା ସୁଭାଷିନୀ ସେଠୀ ଓ ସମସ୍ତ କାଉନସିଲର, ଅଧିକ୍ଷଣ ଯନ୍ତ୍ରୀ ପୁର୍ତ୍ତ ବିଭାଗ ପ୍ରଭାତ କୁମାର ଦାସ,ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ,ସିଡିପିଓ ମିନତୀ ଦେଓ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Related Post

ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ

Posted by - July 3, 2022 0
ଭବାନୀପାଟଣା:୨/୭:(ସୂରଜ ପ୍ରକାଶ ଜୈନ) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିରର ରଥ ପରମ୍ପରା ଅନୁଯାୟୀ ସନ୍ଧ୍ୟା ସୁଦ୍ଧା ମାଣିକେଶ୍ୱରୀ ମନ୍ଦିର ନିକଟରେ ପହଂଚିଥଲେ। ରାତି…

ରେଙ୍ଗାଲି ରେ ବିଜେଡିର କର୍ମୀ ସମ୍ବିଳନୀ

Posted by - June 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖିଣ୍ଡା ଗ୍ରାମପଞ୍ଚାୟତ ଠାରେ ଆଜି ବିଜୁ ଜନତାଦଳ ର ଏକ ବିରାଟ କର୍ମୀ ସମ୍ବିଳନୀ ଅନୁଷ୍ଠିତ…

ଗଞ୍ଜେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଚାଳକ ଫେରାର

Posted by - May 8, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର ତେଲନଦୀ ସେତୁର ସଂଯୋଗ ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ…

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

Posted by - December 4, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନ ରଥକୁ ବଙ୍ଗୋମୁଣ୍ଡା ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା…

ବୈତରଣୀ ନଦୀର ଜଳସ୍ତର ବୃଦ୍ଧି

Posted by - August 20, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବଂଗୋପସାଗରରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାଜପୁର ଜିଲାରେ ପ୍ରବାହିତ ହେଉଥିବା…