ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଟାଟା ପାୱାର କମ୍ପାନୀର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜିଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏହି ଅବସରରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା l ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର ଙ୍କ ନେତୃତ୍ୱରେ ବରିଷ୍ଠ କର୍ମକର୍ତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ ସାମିଲ ହୋଇଥିଲେ ।
ରାଜ୍ୟ ସରକାରଙ୍କ ପ୍ରତ୍ୟେକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କମ୍ପାନୀ ଟାଟା ପାୱାର ଅରାଜକତା ସମସ୍ତ ସୀମା ଉଲଂଘନ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ସରକାରଙ୍କର ନିୟନ୍ତ୍ରଣ ବାହାରେ ଟାଟା ପାୱାର ରହିଥିବା ବେଳେ ସାଧାରଣ ଉପଭୋକ୍ତା ନାହି ନଥିବା କଷ୍ଟ ଭୋଗୁଛନ୍ତି । ବିଜୁଳି ଶୁଳ୍କ ର ଅହେତୁକ ମୂଲ୍ୟ ବୃଦ୍ଧି କୁ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା l
ରାଜ୍ୟ ସମ୍ପାଦକ ପଦ୍ମାକର ଗୁରୁ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁଧୀର କର୍ଣ୍ଣ, ମୁଖପାତ୍ର ଶାନ୍ତନୁ ମହାପାତ୍ର , ଉପସଭାପତି ସମରେଶ ମିଶ୍ର , ପିସିସି ସଦସ୍ୟ ଗଣେଶ ଅଗ୍ରୱାଲ, ଉଦୟନାଥ ଶର୍ମା, ଅର୍ଜୁନ ମହାନନ୍ଦ , ଶିବ ବେହେରାଙ୍କ ସମତେ ଦଳୀୟ କର୍ମକର୍ତା ଓ କର୍ମୀ ମାନେ ସାମିଲ ହୋଇଥିଲେ l