Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳନ

101 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜିଲ୍ଲା ପ୍ରଶାସନ ର ସାମାଜିକ ସୁରକ୍ଷ୍ୟା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ବିଭାଗ ତରଫରୁ ଆନ୍ତର୍ଜାତିକ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସକାଳେ ଏନ. ସି. ସି. କେଡ଼େଟ ଓ ବିଭିନ୍ନ ସ୍ଵେଚ୍ଛାସେଵୀ ସଂଗଠନ ଦ୍ଵାରା ପୁରୁଣା ଟାଉନ ହଲ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ପ୍ରସ୍ତୁତ ସଚେତନତା ରଥ ଓ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭାଗୃହ ରେ ଦିବସ ଉପଲକ୍ଷେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଶା ଦ୍ରବ୍ୟ ର ଅପବ୍ୟବହାର ଓ ଅନୈତିକ ଚାଲାଣ ବ୍ୟକ୍ତି ତଥା ସମାଜରେ ଏହାର କୁପ୍ରଭାବ ଉପରେ ବକ୍ତବ୍ୟ ପ୍ରଦାନ କରି ନିଶା ଏକ ସାମାଜିକ ବ୍ୟାଧି ବୋଲି କହିଥିଲେ l ଏହାକୁ ସମାଜ ର ପ୍ରତ୍ୟକ ସ୍ତରରେ ପ୍ରତିରୋଧ କରିବାକୁ ପ୍ରଯତ୍ନ ହେବା ସହ ବିଶେଷ ଭାବେ ଯୁବ ଗୋଷ୍ଠୀ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି l

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ସ୍ୱାଗତ ଅଭିଭାଷଣ ସହ ଦିବସ ପାଳନ ର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ସଭା ରେ ସମ୍ମାନିତ ଅତିଥିଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀ , ଏସ ଡି ପି ଓ ସୋନପୁର ଶ୍ରୀମତୀ ପୁଷ୍ପାଞ୍ଜଳି ନିଙ୍ଗୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ସନତ କୁମାର ନାୟକ,ପ୍ରମୁଖ ଯୋଗଦାନ କରି ନିଶା ଦ୍ରବ୍ୟ ଅପବ୍ୟବହାର ଓ ବେଆଇନ ଚାଲାଣ ର କାରଣ, ନିରାକରଣ ତଥା ସମଗ୍ର ଜନ ଜୀବନରେ ଏହାର କୁ ପ୍ରଭାବ ଉପରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ l

ସଭାରେ ସାଧନ କର୍ମୀ ଭାବେ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସୋନପୁର ର ଭାଇ ମନୋଜ ଦାଶ,ଏବଂ ସାମାଜିକ କର୍ମୀ ରାଜୀବ ଲୋଚନ ନାୟକ ନିଶା ନିବାରଣ ଉପରେ ସଚେତନତା ବକ୍ତବ୍ୟ ପ୍ରଦାନ କରି ନିଶା ଅପବ୍ୟବହାର ଓ ଅନୈତିକ ଚାଲାଣ ର ଭୟାବହତା ପରିଣାମ ଉପରେ ସୂଚୀତ କରିଥିଲେ l ନିଶା ର ଅପବ୍ୟବହାର ପରୋକ୍ଷ ହେଉ ଅବା ପ୍ରତ୍ୟକ୍ଷ ଭାବେ ହେଉ ସମାଜରେ ଅନୈତିକ କାର୍ଯ୍ୟ କଳାପ କୁ ଉତ୍ସାହିତ କରୁଥିବା କହିବା ସହ ଆମର ଦୃଢ଼ ମାନସିକତା ନିଶା ରୂପକ ରାକ୍ଷସ କୁ ପ୍ରତିହତ କରିପାରିବ ବୋଲି ଦୃଢୋକ୍ତି କରିଛନ୍ତି l

ନିଶା ସେବନ ଓ ଅପବ୍ୟବହାର ମଣିଷ କୁ କିପରି ସହଜରେ ଅମଣିଷ କରି ଦେଉଛି ତାର ସଦ୍ୟତମ ଉଦାହରଣ ଭାବେ ନିଶା ନିବାରଣ କେନ୍ଦ୍ର, ମାଟୁପାଲି, ଓ ତରଭା ର ୪ ଜଣ ଲାଭାର୍ଥୀ, ଯେଉଁମାନେ କି ନିଶା ଛାଡି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇଛନ୍ତି ସେମାନେ ସେମାନଙ୍କ ଜୀବନର ଅଭିଜ୍ଞତାକୁ ସଭାରେ କହିଥିଲେ l ନିଶା ସେବନ ଠୁ ଦୁରେଇ ଗଲାପରେ ସେମାନେ କିପରି ଏକ ଅମଣିଷ ରୁ ମଣିଷ ହୋଇପାରିଛନ୍ତି ତାହା ବର୍ଣ୍ଣନା କରିଛନ୍ତି l ଏହି ଅବସରରେ ସେମାନଙ୍କୁ ପ୍ରଶାସନ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।

Related Post

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି,ଜନପ୍ରତିନିଧି ଓ ଶୀର୍ଷ ଅଧିକାରୀଙ୍କ ଦରମା କଟିବ

Posted by - March 31, 2020 304
ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ପାଇଁ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜନପ୍ରତିନିଧି ଓ ଶୀର୍ଷ ଅଧିକାରୀଙ୍କ ଦରମାକୁ ନେଇ ଏହି ନିଷ୍ପତ୍ତି…

ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମନ୍ତ୍ରୀ ଟୁକୁନି ସାହୁ

Posted by - April 17, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଜି ହେଉଛି ଆଧୁନିକ ଓଡ଼ିଶାର ନିର୍ମାତା, ଲୋକପ୍ରିୟ ଜନନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହି ଅବସରରେ ଟିଟିଲାଗଡ଼ ବିଜୁ ପଟ୍ଟନାୟକ…

ସାମ୍ବାଦିକ ସୁରକ୍ଷା ନେଇ କଳାହାଣ୍ଡି ସାମ୍ବାଦିକ ସମୁହ ପକ୍ଷରୁ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

Posted by - August 3, 2022 0
ଭବାନୀପାଟଣା ୩/୮: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବର୍ତ୍ତମାନର ସମୟରେ ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଦିନ ପ୍ରତିଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ…

UPSC ପରୀକ୍ଷାରେ ସମ୍ବଲପୁର ଆଙ୍କିତ ବର୍ମା ୧୮୪ ନମ୍ବର

Posted by - September 27, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ଯ ହେଲେ ସମ୍ବଲପୁରର ସୁନା ପୁଅ । ଅଶୋକ ବର୍ମା ଓ ବିନିତା ବର୍ମାଙ୍କ ପୁଅ ଅଙ୍କିତ କୁମାର ବର୍ମା…