ମୁନିଗୁଡା:(ରମାକାନ୍ତ ପୋଡାଲ) ରାୟଗଡା ଜିଲ୍ଲାର ମୁନିଗୁଡା ଶୌଣ୍ଡିକ ସମାଜ ସଦସ୍ଯ ମାନଙ୍କୁ ନେଇ ଆଜି ମାଉସୀ ମା ମନ୍ଦିର ଅନ୍ନପ୍ରସାଦ ବଣ୍ଟନ କରାଯାଇଛି।ଏହି ଅବସରରରେ ମୁନିଗୁଡା ଅଞ୍ଚଳର ସମସ୍ତ ବକ୍ତ ବୂନ୍ଧ ମାନେ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ ।
ଶୌଣ୍ଡିକ ସମାଜର ନଗର ସଭାପତି କେଶବ ସାହୁକାର,ଶୌଣ୍ଡିକ ସମାଜର ବ୍ଲକ ସଭାପତି ରାମଚନ୍ଦ୍ର ବେହେରା, ସମ୍ପାଦକ ବାବୁଳା ନେମାଲପୁରୀ,ରବି କାଦାମ୍ବାବଲ,ପ୍ରମୋଦ ସାହୁକର,ଫୁଲ ସାହୁକାର,ଜଗା ନେମାଲିପୁରୀ,କିଶୋର କାଦାମ୍ବାବାଲ , ସୁବାଷ ସାହୁକାର,ପୂର୍ବତନ ସମ୍ପାଦକ ଉଦୟ ଲାବଲା, ଶୌଣ୍ଡିକ ସମାଜର ସମସ୍ତ ଙ୍କ ସହୋଯୋଗ ରେ ଆୟାଜିତ ହୋଇ ମାଉସୀ ମନ୍ଦିର ଠାରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା।ଆଜି ଷଷ୍ଠ ଦିନରେ ମା ମାଉସୀ ମନ୍ଦିର ଠାରେ ବହୁ ଭକ୍ତ ଜନ ଗହଳି ଦେଖିବାକୁ ମିଳିଥିଲା। ରଥ ଯାତ୍ରାର କମଟି ର ସଦସ୍ଯ ମାନଙ୍କ ଉପସ୍ଥିତରେ ଓ ସହଯୋଗରେ ପ୍ରସାଦ ସେବନ କରାଯାଇଛି।