ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ଗାଁ ରୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ । ଏହି ଗାଁ ର ହରିଜନ ପଡା କୁ ଦୁଇଜଣ ଯୁବକ ଆସି ହିନ୍ଦୁ ଧର୍ମ ରୁ ଖିଷ୍ଟ୍ରିଆନ ଧର୍ମ କୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ବେଳେ ଧରିଲେ ଗ୍ରାମବାସୀ ।
ସେମାନଙ୍କୁ ବିନିକା ପୋଲିସ କୁ ଜୀମା ଦେଇଛନ୍ତି ଗ୍ରାମବାସୀ । ବିନିକା ପୋଲିସ ଶିଲାଟି ଗାଁ ରେ ପହଞ୍ଚି ଦୁଇ ଯୁବକ ଙ୍କୁ ଅଟକ ରଖି ଅଧିକ ଅନୁସନ୍ଧାନ ଜାରୀ ରଖିଛି । ସେମାନଙ୍କ ଠାରୁ ଖିଷ୍ଟ୍ରିଆନ୍ ଧର୍ମର ବାଇବେଲ ବହି ଓ ଏକ ବାଦ୍ୟ ଯନ୍ତ୍ର ଉଦ୍ଧାର କରିଛି ପୋଲିସ ।