ସୁସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଆହୁତ ଏହି ବୈଠକ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା , ଜିଲ୍ଳା ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା, ଅତିରିକ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ ,ଏସ ଇ ପି ଡବ୍ଲୁ ଡି ଇଂ ଦାମୋଦର କୈବର୍ତ୍ତ , ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ଜାତୀୟ ରାଜପଥ ଅଧିକାରୀ ବିମଳ ମହାପାତ୍ର, ଜିଲ୍ଲା ଘରୋଇ ବସ ମାଲିକ ସଂଘ ପ୍ରତିନିଧି ପୁରୁଷୋତ୍ତମ ପାଣିଗ୍ରାହୀ , ରେଆର ପ୍ରତିନିଧି ଅଞ୍ଜଳି ନେଗୀ,ସାମ୍ବାଦିକ ସ୍ୱାଧୀନ ମେହେର, ମୃତ୍ୟୁଞ୍ଜୟ ଶତପଥୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜୁନିଅର ଏମ ଭି ଆଇ ଲୋକନାଥ ନାୟକ,ବିଭାଗୀୟ ଅଧିକାରୀ, କମିଟି ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କୁ ହ୍ରାସ କରିବା ଉପରେ ଆଲୋଚନା କରିଥିଲେ
ଏହି ପରିପ୍ରେକ୍ଷୀରେ ରାସ୍ତା ଗୁଡିକର ଭିତ୍ତି ଭୂମିକୁ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରି ଜିଲ୍ଲl ଅନ୍ତର୍ଗତ ରାଜ୍ୟ ରାଜପଥ ତଥା ଜାତୀୟ ରାଜପଥ ରେ ଥିବା ବୁଲାଣୀ ଓ ଦୁର୍ଘଟଣା ପ୍ରବଣ ସ୍ଥାନ, ରାସ୍ତା ସଂଲଗ୍ନ ସ୍କୁଲ, ଚି଼ହ୍ନଟ ଦୁର୍ଘଟଣା ପ୍ରବଣ ରାସ୍ତା, ବ୍ଲାକ ସ୍ପଟ ପ୍ରଭୁତି ସମ୍ବେଦନଶୀଳ ସ୍ଥାନ, ଅଞ୍ଚଳ ରେ ବିଶେଷ ସୂଚନା ଫଳକ ସହ ଆଲୋକୀକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ସହ ପିଚୁ ରାସ୍ତା ଉପରେ ଲୁହାଚକ ଟ୍ରାକ୍ଟର ଚାଳନା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ପୃକ୍ତ ଅଧିକାରୀ ଙ୍କୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି l
ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଯାନବାହାନ ଗୁଡିକ ମୋଟର ଯାନ ଆଇନ ମୁତାବକ ବ୍ୟବସ୍ଥିତ, ନାବାଳକ ଛାତ୍ର ଛାତ୍ରୀ ଙ୍କ ଗାଡିଚାଳନା ଉପରେ ଆବଶ୍ୟକ ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହୋଇଥିଲା l ନାବାଳକ ଛାତ୍ର ଛାତ୍ରୀ ଗାଡି ଚାଳନା କୁ ଅଭିଭାବକ ସହ ସ୍କୁଲ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି l