ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଭୟଙ୍କର ଦୁର୍ଘଟଣା। ଚୂର୍ ମାର୍ ହୋଇଗଲା 112 PCR ଗାଡି।ଲୋକଙ୍କୁ ସୁରକ୍ଷିତ ଦେଉଥିବା ପୋଲିସର 112 PCR ଏପରି ଦୁର୍ଘଟଣା ଘଟିଛି l ସମ୍ପୂର୍ଣ୍ଣ ରୂପେ ଗାଡ଼ିଟି ନଷ୍ଟ ହୋଇଯାଇଛି।ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସର PCR ଗାଡ଼ି OD 05 BE 4920 ନମ୍ବର ବିଶିଷ୍ଟ ଗାଡ଼ି ଲୋକଙ୍କ ସୁରକ୍ଷା ନିମନ୍ତେ ନିୟୋଜିତ ହୋଇଥିବା ବେଳେ ଗତ ରାତିରେ କୌଣସି ସୂତ୍ରରୁ ବାଉଁଶୁଣୀ ଠାରେ ଦୁର୍ଘଟଣା ଘଟିଥିବା ଖବର ପାଇ ଗାଡ଼ିଟି ଯାଇଥିଲା ।
ବାଉଁଶୁଣୀ ରୁ କାର୍ଯ୍ୟ ସାରି ମନମୁଣ୍ଡା ପଟକୁ ଆସୁଥିବା ବେଳେ ଜାତୀୟ ରାଜପଥ ୫୭ ର ତୃପ୍ତି ହୋଟେଲ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକ୍ OD 21 F 8026 କୁ ଧକ୍କା ଦେବା ଫଳରେ ସମ୍ପୂର୍ଣ୍ଣ ରୂପେ ପୋଲିସ ଗାଡ଼ିଟି ଚୁରମାର ହୋଇଥିବା ଜଣା ପଡ଼ିଛି।ଦୁର୍ଘଟଣା ସ୍ଥଳକୁ ଦେଖିଲେ ଗାଡ଼ିଟି କେତେ ଦ୍ରୁତ ଗତି ରେ ଥିଲା ତାହା କହି ହେବ ।କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତାହା ତଦନ୍ତ ପରେ ଜଣାପଡ଼ିବ।ଗାଡ଼ିରେ ବସିଥିବା ୪ ଜଣଙ୍କ ମଧ୍ୟରୁ ଏସ ଆଇ ମାମିଲତା ସାମଲ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୩ ଜଣ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାପଡିଛି।