Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବିଶାଖାପାଟଣାଠାରେ ମହାସମାରୋହରେ ରଥଯାତ୍ରା ଆୟୋଜନ

119 0

ବିଶାଖାପାଟଣା:୨୧/୦୬ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଗତକାଲି ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଥିବା ପରିଲକ୍ଷିତ କରାଯାଇଥିଲା। ଏଠାରେ ସକାଳୁ ମୁଖ୍ୟ ମନ୍ଦିରରେ ଠାକୁରମାନଙ୍କର ଯଥାରୀତି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ସାଢେ଼ ୩ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବା ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ସାହିରୋଷଣୀ କରାଯାଇ ମନ୍ଦିର ସମ୍ମୁଖସ୍ଥ ବଡ଼ଦାଣ୍ଡରେ ଦଣ୍ଡାୟମାନ ସୁନ୍ଦର ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା।

ଏହି ଅବସରରେ ୱାଲ୍‍ଟିୟର ରେଳବାଇ ଡିଭିଜନ୍‍ର ଡି.ଆର୍‍.ଏମ୍‍ ଅନୁପ କୁମାର ଶତପଥୀ, ଏ.ଡି.ଆର୍‍.ଏମ୍‍ ମନୋଜ କୁମାର ସାହୁ, ପୂର୍ବତନ ମୁଖ୍ୟ ଆୟକର କମିଶନର ପ୍ରସନ୍ନ କୁମାର ଦାଶ ଓ ଆୟକର କମିଶନର ରାଜୀବ ସିଂହ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ପହଣ୍ଡି କାର୍ଯ୍ୟରେ ସହଯୋଗ କରିଥିଲେ। ଏଠାରେ ଜୟପୁରର ରାଜମାତା ମୟଙ୍କ ଦେବୀ ଉପସ୍ଥିତ ରହି ମହାପ୍ରଭୁଙ୍କର ସାନ୍ନିଧ୍ୟ ଲାଭ କରିଥିଲେ। ଉପସ୍ଥିତ ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ଖୁବ୍‍ ମର୍ମସ୍ପର୍ଶୀ ଥିଲା। ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବିଶିଷ୍ଟ ସମାଜସେବୀ ଜୀତେନ୍ଦ୍ର କୁମାର ନାୟକ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ସନ୍ଧ୍ୟା ୫ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ଏଠାରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ଚାରି ହଜାର ଦର୍ଶକଙ୍କର ସମାଗମ ଘଟିଥିବା ଦେଖାଯାଇଥିଲା।

ଭକ୍ତମାନେ ରଥଟିକୁ ଟାଣି ଟାଣି ୫ କିଲୋମିଟର ଦୂରବର୍ତ୍ତୀ ‘ଲସନ୍ସ ବେ’ କଲୋନୀ ଠାରେ ଥିବା ମାଉସିମା’ ମନ୍ଦିରକୁ ନେଇଥିଲେ । ରାସ୍ତାର ଦୁଇ ପାର୍ଶ୍ଵରେ ମହଜୁଦ ଦର୍ଶକ ମାନେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦିବ୍ୟ ଦର୍ଶନ ଲାଭ କରି କୃତକୃତ୍ୟ ମାନେ କରୁଥିବା ଏବଂ ଭକ୍ତି ଭାବ ଦ୍ଵାରା ଅଭିଭୂତ ହେଉଥିବାର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ଚଳିତ ବର୍ଷ ରଥ ଶୋଭାଯାତ୍ରାର ସ୍ବତନ୍ତ୍ର ଆକର୍ଷଣ ବ୍ରହ୍ମପୁରରୁ ଆସିଥିବା ଯୋଡ଼ି ଶଙ୍ଖ ବାଜାଳି ତଥା ଓଡ଼ିଶାରୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଥିବା ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ଅନନ୍ୟ କଳା ଚାତୁର୍ଯ୍ୟ ଓ ସୃଜନଶୀଳ ପାରଦର୍ଶିତାର ଭବ୍ୟ ପ୍ରଦର୍ଶନ ଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ଜୀଉମାନଙ୍କୁ ରଥରୁ ପୁଣି ପହଣ୍ଡି କରି ନିଆଯାଇ ଗୁଣ୍ଡିଚା ମନ୍ଦିରସ୍ଥିତ ସିଂହାସନରେ ବିରାଜମାନ କରାଯାଇଥିଲା। ଆସନ୍ତା ୨୮ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ଜଣାଯାଇଛି।

ଚଳିତବର୍ଷ ଘୋଷଯାତ୍ରାର ଆୟୋଜନରେ ସ୍ଥାନୀୟ ମାରୱାଡ଼ି ଯୁବ ମଞ୍ଚ ଓ ପଞ୍ଜାବ ସଂଘ ସକ୍ରୀୟ ସହଯୋଗ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ। ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ମନ୍ଦିର ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ନାୟକ, ସାଧାରଣ ସମ୍ପାଦକ ବିମଳ କୁମାର ମହନ୍ତ, ଉପ-ସଭାପତି ଡଃ କରୁଣାକର ପାଢ଼ୀ ତଥା ସଦସ୍ୟ ବିଜୟ ମହାପାତ୍ର ଓ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Related Post

ଓଡ଼ିଆ ଝିଅ ନିତ୍ୟାଙ୍କର ନୃତ୍ୟରେ ଝୁମିଲେ ଦିଲ୍ଲୀବାସୀ

Posted by - August 7, 2022 0
ନୂଆଦିଲ୍ଲୀ:୦୬.୦୮ ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ନିତ୍ୟା ଖଣ୍ଡେଲୱାଲଙ୍କର ମନଲୋଭା ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନରେ ଦିଲ୍ଲୀର ଦର୍ଶକମାନେ ମନ୍ତ୍ରମୁଗ୍ଧ ହେବା ସହିତ ତାଙ୍କର ଘୁଙ୍ଗୁରର ତାଳେ ତାଳେ…

ୟାସିନ ମଲ୍ଲିକଙ୍କ ଜେକେଏଲ୍ଏଫ୍‌କୁ ବ୍ୟାନ୍ କଲେ ସରକାର

Posted by - March 23, 2019 53
ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କ ବିରୁଦ୍ଧରେ ଆଭିମୁଖ୍ୟକୁ ଆହୁରି କଠୋର କଲେ କେନ୍ଦ୍ର ସରକାର। ବିଚ୍ଛିନ୍ନତାବାଦୀ ସଂଗଠନ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ବା…

ସେନାର ଏନକାଉଣ୍ଟର ରେ ୨ ଆତଙ୍କବାଦୀ ନିହତ : ବ୍ୟାଙ୍କ୍ ମ୍ୟାନେଜର ବିଜୟଙ୍କ ହତ୍ୟାରେ ସାମିଲ ଆତଙ୍କବାଦୀ ମହମ୍ମଦ ଲୋନ ନିହତ

Posted by - June 15, 2022 0
ନୂଆଦିଲ୍ଲୀ/ଭୁବନେଶ୍ଵର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କାଶ୍ମୀର ଘାଟି ସ୍ଥିତ ସୋପିଆନ୍ ରେ ଭାରତିୟ ସେନାର ଏନକାଉଣ୍ଟରରେ ରେ ଲସ୍କର୍ – ଇ- ତୋଏବା…

ନୂଆଦିଲ୍ଲୀ ରେ “ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର କଲ୍ୟାଣ ସଂସଦୀୟ କମିଟି” ର ଉଚ୍ଚ ସ୍ତରୀୟ ବୈଠକ

Posted by - June 22, 2023 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ):ସଂସଦ ଭବନ ପରିସର ସ୍ଥିତ କମିଟି କକ୍ଷ ରେ “ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସଂସଦୀୟ କମିଟି” ର ଉଚ୍ଚ ସ୍ତରୀୟ…

ସାଧାରଣତନ୍ତ୍ର ଦିବସ ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ନିଜ ଭାଷଣ ଠିକ୍‌ରେ ପଢ଼ିପାରିଲେ ନାହିଁ

Posted by - January 28, 2019 94
ମଧ୍ୟପ୍ରଦେଶ  :ଗ୍ୱାଲିଅରର ଏସ୍ଏଏଫ୍ ଗ୍ରାଉଣ୍ଡରେ ଆୟୋଜିତ ସମାରୋହରେ ମନ୍ତ୍ରୀ ଇମର୍ତ୍ତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଇମର୍ତ୍ତୀ ଦେବୀ ପତାକା ଉତ୍ତୋଳନ ପରେ ଅଭିଭାଷଣ ଦେବାର ଥିଲା।…