Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଟିଟିଲାଗଡ଼ରେ ମହା ଆଡ଼ମ୍ବରରେ ପାଳନ ହେଲା ଘୋଷଯାତ୍ରା

142 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଜଗତର ନାଥ ପ୍ରଭୁ ଜଗନ୍ନାଥ, ମା ସୁଭଦ୍ରା, ବଡ଼ ଭାଇ ବଳଭଦ୍ରଙ୍କୁ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ଓ ଶ୍ରୀ ଶ୍ରୀ ଧବଳେଶ୍ବର ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ମନ୍ଦିରରୁ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ଆଣିଥିଲେ ସେବାୟତ। ତିନି ଠାକୁର ବିରାଜ ମାନ ହେବା ପରେ ଆରମ୍ଭ ହୋଇଥିଲା ରଥଟଣା। ରଥ ଟାଣିବା ପାଇଁ ଭକ୍ତ ମାନଙ୍କ ଖୁସି କହିଲେ ନ ସରେ,ରଥଯାତ୍ରା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

ଶୃଙ୍ଖଳିତ ଭାବେ ଏହି ଘୋଷ ଯାତ୍ରା ସମ୍ପନ୍ନ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ସହ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ ନିଜେ ପହଣ୍ଡି ବିଜେ ଠାରୁ ରଥ ଟଣା ସମ୍ପୂର୍ଣ ଯାଏଁ ରଥ ଉପରେ ଉପସ୍ଥିତ ଥିଲେ। ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ବଣ୍ଟନ କରାଯାଇଥିଲା।

ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଗଜା ଓ ଦହି ଛାଞ୍ଚ, ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ତରଫରୁ ଅର୍ଣ୍ଣ ଭୋଗ ଓ ତରକାରୀ, ଦର୍ଜି ପରିବାର ପକ୍ଷରୁ କିଛି ଲୋକଙ୍କ ସ୍ମୃତିରେ ଛୁଆ ମାନଙ୍କ ପାଇଁ ବିସ୍କୁଟ ଓ କୁର କୁରେ, ଶେଷ ସାହୁଙ୍କ ଦ୍ବାରା ପାନୀୟ ଜଳ ବଣ୍ଟନ କରାଯାଇଥିଲା।

ଘୋଷ ଯାତ୍ରା ପରିଚାଳନା କମିଟିର ସଦସ୍ୟ ଏବଂ ସେବାୟତଙ୍କ ଦ୍ବାରା ସମସ୍ତ ବ୍ୟବସ୍ଥା କରାଯାଇଥିଲା।ସେହିପରି ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ତହସିଲଦାର ଡ ଲଳିତ ବାଗ, ଲୋକ ସମ୍ପର୍କ ସୁଚନା ଅଧିକାରୀ ଶ୍ରୀ ରାଜେନ୍ଦ୍ର ମାଝି, ଥାନାଧିକାରୀ ମନୋଜ ପ୍ରଧାନ ଏବଂ ବହୁତ ପୋଲିସ ବଳ ଉପସ୍ଥିତ ଥିଲେ। ଜଗନ୍ନାଥ ମନ୍ଦିର ଠାରୁ ରଥ ଟଣା ହୋଇ ପୁରୁଣା ବ୍ୟାଙ୍କ ଛକ ଯାଏଁ ରଥ ଗଡ଼ି ଥିଲା, ସେଠାରେ ରଥ ରହିବା ପରେ ବହୁତ ଭକ୍ତ ସେଠାକୁ ଯାଇ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

Related Post

ଗାଁରେ ରାତି କାଟିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

Posted by - November 20, 2019 691
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଭୁଇଁପୁର ପଂଚାୟତ କତରାପୁର ଗାଁରେ ରାତ୍ରିଯାପନ କରିଛନ୍ତି । ଗତକାଲି…

ବିପଦ ସଂକେତ ଉପରେ ବୈତରଣୀ,ଆଖୁଆପଦା ନିକଟରେ ଜଳସ୍ତର ବଢିବାରେ ଲାଗିଛି

Posted by - August 21, 2022 0
ଯାଜପୁର:ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ବୈତରଣୀ ଶନିବାର ଅପରାହ୍‌ଣରୁ ହଠାତ ଫୁଲି ଉଠିଛି। କେନ୍ଦୁଝରର ଆନନ୍ଦପୁରଠାରେ ଜଳସ୍ତର ଦ୍ରୁତ ଗତିରେ ବଢ଼ୁଛି। ଆଜି ସନ୍ଧ୍ୟା ୯ଟାରେ ଜଳସ୍ତର…

ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ଅତାବିରାରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା

Posted by - July 23, 2022 0
ସମ୍ବଲପୁର/ବରଗଡ/ଅତାବିରା (ତା:୨୨/୭)ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ “ରାଷ୍ଟ୍ରପତି” ଭାବରେ ଆମ ଓଡ଼ିଶା ମାଟିର ଗର୍ବ ଓ ଗୌରବ ଓଡ଼ିଆ…

ଭୁବନେଶ୍ବର ସୁରକ୍ଷିତ – ସ୍ବାସ୍ଥ୍ୟ ସଚିବ

Posted by - April 19, 2020 0
ଭୁବନେଶ୍ୱର,୧୮।୪(ବ୍ୟୁରୋ):ସରକାରଙ୍କ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଏବେ ରାଜଧାନୀ ଭୁବନେଶ୍ବରକୁ ସୁରକ୍ଷିତ କରିଛି ବୋଲି କହିଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କ୍ବିକ୍‌…

ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ଏକ ସାମ୍ବାଦିକ ସମ୍ବିଳନୀ

Posted by - March 3, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ଏକ ସାମ୍ବାଦିକ ସମ୍ବିଳନୀ ଡି ଆର ଡି ଏ ସଭା ଗୃହ…