ବୌଦ୍ଧ:୧୮/୦୬(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ସମବାୟ ବ୍ୟାଙ୍କ ଠାରେ ରବିବାର ଦିନ ସଭାପତି କ୍ଷୀରୋଦ ମିଶ୍ର ଙ୍କ ନେତୃତ୍ୱ ଓଡିଶା ରାଜ୍ୟ ସେଣ୍ଟ୍ରାଲ ସମବାୟ ସମିତି କର୍ମଚାରୀ ୟୁନିଅନ ର କାର୍ଯ୍ୟକରୀ କମିଟି ର ଏକ ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ସଭା ରେ ଜିଲ୍ଲା ସମ୍ପାଦକ ସୌମ୍ୟାଜିତ ନାୟକ ସମ୍ବଲପୁର ୟୁନି ଅନ ର ସଭାପତି ଅବିନାଶ ପତି ଓ ବଲାଙ୍ଗୀର ୟୁନି ଅନ ର ସମ୍ପାଦକ ଜ୍ୟୋତିରଞ୍ଜନ ପଟେଲ ମଧ୍ୟ ଉପସ୍ଥିତ ଥିଲେ ।ଉକ୍ତ ସଭାରେ ବୌଦ୍ଧ ୟୁନିଟ ର କର୍ମକର୍ତା ମାନେ ଦାବି ରଖିଥିଲେ ଓ ଏହାର ଅବଧି ବିଚାର ପାଇଁ ୧୫ ଦିନ ସମୟ ମାଗିଥିଲେ ।
କିନ୍ତୁ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ର ସମ୍ପାଦକ ଏହି ପ୍ରସ୍ତାବ ରେ ରାଜି ହୋଇନଥିଲେ ।ଆଗାମୀ ଜୁନ୨୨ ତାରିଖ ରୁ କଳା ବ୍ୟାଚ ପିନ୍ଧି ପ୍ରତିବାଦ ଜଣାଇବା ପାଇଁ ରାଜ୍ୟ ନେତୃତ୍ୱ ବୃନ୍ଦ ସଭା ରେ ସ୍ଥିର କରିଥିଲେ ।ଯଦି ଆଗାମୀ ଦିନରେ ସମାଧାନ ଗୁଡିକ ର ସମାଧାନ ନ ହୁଏ ତା ହେଲେ ସଙ୍ଘ ଚରମ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ବୌଦ୍ଧ ବ୍ୟାଙ୍କ ର ଆନ୍ଦୋଳନ କୁ ସାରା ରାଜ୍ୟ ର ସମବାୟ ବ୍ୟାଙ୍କ ଗ୍ରହଣ କରି ସବୁ ବ୍ୟବସ୍ଥା ଠପ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଶେଷରେ EC ର ସଭ୍ୟ ସତ୍ୟନନ୍ଦ ବେହେରା(VP)ସୁବ୍ରତ ବସ୍ତିଆ(ଅତିରିକର ସାଧାରଣ ସମ୍ପାଦକ )ଆଶିଷ କୁମାର ସାହୁ,ରଘୁନାଥ ଶ୍ରୀଚନ୍ଦନ, ସରୋଜ କୁମାର ରଣା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମନ୍ତବ୍ୟ ଦେଇ ଥିଲେ l