ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଗ୍ରେଡ଼ ପେ ୪୨୦୦ ଟଙ୍କା ଦାବି କରି ସମୂହ ଛୁଟିରେ ରହି ଆନ୍ଦୋଳନ ଜାରି ରଖିଛନ୍ତି ରାଜ୍ୟ ସ୍ତରୀୟ ମିଳିତ ଅମଲା ମଞ୍ଚ । ରାଜ୍ୟ ସଂଘର ନିର୍ଦେଶକ୍ରମେ ଗତ ୧ତାରିଖ ରୁ ସାରା ରାଜ୍ୟରେ ଅମଲା ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।
ଫଳରେ ଯାଜପୁର ଜିଲ୍ଲାରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ନିର୍ଦ୍ଧାରଣ ସହିତ ବେସିକ ଦରମା ୧୯୦୦ ରୁ ୪୨୦୦ କରିବା ପାଇଁ ଦାବି କରି ଏହି ଆନ୍ଦୋଳନ କୁ ଓଲ୍ହାଇଛନ୍ତି।
ଅମଲା ମାନେ ଜିଲାପାଳ ଅଫିସ ପରିସରରେ ବସି ରହି ପ୍ରତିବାଦ ଜାରି ରଖିଛନ୍ତି। ବାରମ୍ବାର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଉଥିଲେ ହେଁ ପୁରଣ ହେଉନଥିବା ରୁ ଅସନ୍ତୋଷ ଦେଖାଦେଇଛି। ତେଣୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।