ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡ଼ା ଜିଲ୍ଲା ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ରେ ଆଜି ବିଜେଡର ଏକ ବୃହତ୍ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଚାଟିକଣା ପଞ୍ଚାୟତ ର ହାଡଶିଙ୍କୁଳା ଗ୍ରାମ ଏକ କଠୋର କଂଗ୍ରେସ ସମର୍ଥିତ ଗ୍ରାମ ଭାବେ ପରିଚିତ।ସମୟକ୍ରମେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ିର ବିକାଶ ରେ ବିଶ୍ବାସ ରଖି ଗ୍ରାମ ର ୪୦୦ ଗ୍ରାମବାସୀ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଜେଡି ଜିଲ୍ଲା ସଭାପତି ସୁଧାର ଦାସ ଙ୍କ ଉପସ୍ଥିତି ରେ ବିଜେଡିରେ ଯୋଗଦାନ କରିଛନ୍ତି।ଏହି ମିଶ୍ରଣ ଯୋଗୁଁ ବିଷମକଟକ ନିର୍ବାଚନ ମଣ୍ଡଳୀ ତଥା ରାୟଗଡ଼ା ଜିଲ୍ଲାରେ ବିଜେଡି ଆହୁରି ଶକ୍ତିଶାଳୀ ହେବ ବୋଲି ଆଲୋଚନା ହେଉଛି।
