ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗୌତମବୁଦ୍ଧ ସଂସ୍କୃତି ଭଵନ ପରିସରରେ ଯଜ୍ଞପ୍ରଭା ସହରାଞ୍ଚଳ ମହାସଂଘ ପକ୍ଷରୁ ପ୍ରଥମ ଥର ପାଇଁ ରଜରାଣୀ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ପୌରପାଳିକାର ପୌରାଧକ୍ଷା ରଞ୍ଜୁଲତା ହୋତା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ସହରର ୨୫ଟି ଏଏଲଫ ର ୧୦ଜଣ ଲେଖାଏଁ ପ୍ରତିଯୋଗୀ ମାନେ ଉପସ୍ଥିତ ରହି ଦୋଳି, ପୁଚି, ମ୍ୟୁଜିକ ଚେୟାର, ସଙ୍ଗୀତ, ନୃତ୍ୟ, କୁଇଜ ଆଦି ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଆଧୁନିକତାର ପ୍ରଭାବ ରେ ରଜ ପର୍ବର ଆକର୍ଷଣ କମି ଆସୁଥିବା ବେଳେ ଏହି କୃଷିଭିତିକ ପର୍ବକୁ ବଞ୍ଚାଇ ରଖିବା ପାଇଁ ଯଜ୍ଞପ୍ରଭା ମହାସଂଘର ଏହି ଉଦ୍ୟମ କୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୌରପାଳିକାର ସମସ୍ତ କାଉନସିଲର ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରିଥିଲେ।