କଳାହାଣ୍ଡି:(ନରେନ୍ଦ୍ର ନେଗୀ)ବୁଧବାର ସକାଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଏକ ବଡ ଟ୍ରେନ ଦୁର୍ଘଟଣା ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ଟଳି ଯାଇଛି । ସୂଚନାନୁଯାୟୀ ଆଲୁମିନିଅମ ବୋଝଇ କରି ଦ।ମନଯୋଡିରୁ ଅନୁଗୁଳ ଅଭିମୁଖେ ଯାଉଥିବା ଏକ ମାଲବାହି ଟ୍ରେନ ଆଜି ସକାଳେ କେସିଙ୍ଗା ରେଳ ଷ୍ଟେସନ ନିକଟରେ ବଗି ମଝିରୁ ସଂଯୋଗ ବିଛିନ୍ନ ହେବାରୁ ଇଂଜିନରୁ ଦୁଇଟି ବଗି ଅଲଗା ହୋଇଯାଇଥିଲା ।
ପ୍ରାୟ୩୦ ମିଟର ଯିବାପରେ ଲୋକୋ ପାଇଲଟ ଜାଣିପାରି ଟ୍ରେନକୁ ଅଟକାଇଥିଲେ । ଯାହାଫଳରେ ଏକ ବଡ ଦୁର୍ଘଟଣା ଅଳ୍ପକେ ଟଳି ଯାଇଥିଲା । ବଗି କିଭଳି ଛିଣ୍ଡି ଯାଇ ଇଂଜିନଠାରୁ ଅଲଗା ହେଲା ତାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଟିଟିଲାଗଡ଼ ରୁ ଆସି ତଦନ୍ତ ଆରମ୍ଭ କରିଛନ୍ତି । ଏଯାଏ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।