ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା ହେଲେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ସଭାପତି

242 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ସଙ୍ଗଠକ ତଥା ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ସଭାପତି ଭାବେ ମନୋନୀତ ହୋଇଛନ୍ତି ।ଏ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।ଆଜି ଶ୍ରୀ ପଣ୍ଡାଙ୍କୁ ମହାବିଦ୍ୟାଳୟ ତରଫରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଆଜି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ନୂତନ ସଭାପତି ଶ୍ରୀ ପଣ୍ଡାଙ୍କୁ କଲେଜ ତରଫରୁ ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇବା ସହିତ ସ୍ୱାଗତ କରାଯାଇଥିଲା । ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହିତ ବେଲଗୁଣ୍ଠା କଲେଜକୁ ନୂତନ ରୂପରେଖ ଦେଇ ଆଉ ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ମହାବିଦ୍ୟାଳୟ ରୁପେ ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନ କରିଥିଲେ ।

କଲେଜର ଉନ୍ନତି, ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ସର୍ଗୀକୃତ ଶିକ୍ଷାଦାନକୁ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଥିଲେ ଏବଂ ସଭାପତି ଦାୟିତ୍ୱ ନିର୍ବାହ କରିବା ପାଇଁ ସୁଯୋଗ ଦେଇଥିବାରୁ ଶ୍ରୀ ପଣ୍ଡା ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ, ଗଞ୍ଜାମ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ,ଅଶୋକ କୁମାର ପ୍ରଧାନ, ଡଃ ଗୁରୁମୁର୍ତି ନାୟକ, ରଞ୍ଜିତ କୁମାର ସାମଲ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅଧ୍ୟାପକ ସପନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ନୀଳଗିରି ଯୁବ କଂଗ୍ରେସର ରାଷ୍ଟ୍ରପତି ଙ୍କୁ ସ୍ମାରକ ପତ୍ର

Posted by - July 6, 2020 3
ନୀଳଗିରି:୦୬/୦୭:(ସୌମ୍ୟାସାଇ ବାରିକ୍)ସମଗ୍ର ଦେଶରେ ଅହେତୁକ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଁ ସାଧାରଣ ଜନଜୀବନ ଦୁର୍ବିଶହ ହୋଇ ପଡିଥିବା ଯୋଗୁଁ, ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦେଶ…

ରକ୍ଷାକାଳୀଙ୍କ ବାର୍ଷିକ ପୂଜା

Posted by - December 22, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସହରର ତେନ୍ତୁଳିମାଳସ୍ଥିତ ରକ୍ଷାକାଳୀ ମନ୍ଦୀରର ବାର୍ଷିକ ପୂଜା ଆରମ୍ଭ ହୋଇଯାଇଛି । ଏହି ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିବା ବେଳେ ଆଖ ପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହୋଇଥିଲା। ଦୀର୍ଘ୨…

ଝରୀଗାଁ ରେ ସଦ ଭାବନା ଦିବସ ପାଳିତ

Posted by - December 8, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ୬ ଡ଼ିସେମ୍ବର ସମ୍ବିଧାନ ସଦ୍ ଭାବନା ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଜିଲ୍ଲା ସମ୍ପାଦକ…

ସୀମା ଟପିଲା ଅବକାରୀ ବିଭାଗ ଜୁଲୁମ

Posted by - September 14, 2023 0
ହରଭଙ୍ଗା:୧୨/୦୯ ((ଚିତ୍ତରଞ୍ଜନ ସିଂହ)ସୀମା ଟପିଲା ଅବକାରୀ ବିଭାଗ ଜୁଲୁମ । ନିର୍ଜନ ସ୍ଥାନରେ ତନଖି ବେଳେ ଶିକ୍ଷଯାତ୍ରୀଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରି ଉଠାଇ ନେଲା…

ଅଭିଯୋଗର ତଦନ୍ତ ନହେବାରୁ ମଧୁପୁର ଗ୍ରାମବାସୀ ଘେରିଲେ ବ୍ଲକ କାର୍ଯ୍ୟାଳୟ

Posted by - July 21, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ),୨୦/୭;ଓଡ଼ିଶା ସରକାର ସମସ୍ତ ଉନ୍ନୟନ ପ୍ରକଳ୍ପରେ ସ୍ୱଚ୍ଛତା ପାଇଁ 5 ଟି ଲାଗୁକରିଥିବାବେଳେ ଏହା କେତେଦୂର ସଫଳ ତାହା ମଧୁପୁର ଗ୍ରାମ୍ୟ ରାସ୍ତା ନିର୍ମାଣରୁ ସ୍ପଷ୍ଟ…