ବୌଦ୍ଧ :(ଚିତ୍ତ ରଂଜନ ସିଂ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମଙ୍ଗଳ ବାର ଦିନ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ପରିଷଦ ବୈଠକ ବ୍ଲକ ର ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ପଞ୍ଚାୟତ ରାଜ ଓ ଲୋକ ସୂଚନା ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ, ସାଂସଦ ପ୍ରତିନିଧି ବିଶ୍ୱଜିତ ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ -ସରୋଜ କୁମାର ପ୍ରଧାନ, 7ନଂ ଜୋନ ଜିଲ୍ଲା ପରିଷଦ -ବିଶ୍ୱଜିତ ମିଶ୍ର,8ନଂ ଜୋନ ଜିଲ୍ଲା ପରିଷଦ -ତାରାମଣି ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ
ପରେ ଚତୁର୍ଥ ସାଧାରଣ ପରିଷଦ ବୈଠକ ଅଧକ୍ଷା ସ୍ନେହ ଲତା ପ୍ରଧାନ ଙ୍କ ସହମତି କ୍ରମେ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଉକ୍ତ ସଭାକାର୍ଯ୍ୟକୁ ଆଗକୁ ନେଇଥିବା ବେଳେ ପ୍ରଥମେ ବ୍ଲକ ର ଶିକ୍ଷା ବ୍ୟବସ୍ତା ଉପରେ ଆଲୋଚଲା ହେବ ସହ ମୁଖ୍ୟତଃ ଦୀର୍ଘ ଦିନ ହେବ ବ୍ଲକ ରେ BEO ପଦବୀ ଖାଳିପଡିଥିବାରୁ ତୁରନ୍ତ ସ୍ଥାୟୀ BEO ପଦବୀ ପାଇଁ ଦାବି ଉଠିଥିବା ବେଳେ 5t ସ୍କୁଲ ଗୁଡିକରେ ଶିକ୍ଷକ ପଦ ପୂରଣ ପାଇଁ ଆଲୋଚନା ହୋଇଥିଲା!ସେହିପରି ବ୍ଲକ ର ବିଭିନ୍ନ ଡାକ୍ତର ଖାନରେ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଏବଂ କିଡ଼ନୀ ରୋଗୀଙ୍କ ପାଇଁ ଅସ୍ଥାୟୀ କ୍ୟାମ୍ପ ଗଠନ, ଅନ୍ୟପଟେ ପ୍ରାଣୀ ସମ୍ପଦ ବିଭାଗ କର୍ମଚାରୀ ଙ୍କ ବିଭିନ୍ନ ସମୟରେ ଖାମ ଖିଆଲି କାର୍ଯ୍ୟକଳାପ କୁ ନେଇ ବୈଠକ ରେ ଅସନ୍ତୋଷ ପ୍ରକାଶ ପାଇଥିଲା!ଖାଉଟି ସାଧାରଣ ବଣ୍ଟନ ଉପରେ ଆଲୋଚନା ହେବl ସହିତ ମହିଳା ଶିଶୁ କଲ୍ୟାଣ ବିଭାଗ ର ବନ୍ଧାପଥର, ସରସରା, ବିରାମଚନ୍ଦ୍ର ପୁର, ତିଲେଶ୍ୱର ଆଦି ଅଙ୍ଗନୱାଡି କେନ୍ଦ୍ରର ବିଭିନ୍ନ ସମସ୍ୟା ଓ ଅଧ ପନ୍ତରା କାର୍ଯ୍ୟର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦିଆଯାଇଥିଲା!
ଜଳ ଯୋଗାଣ ଉପରେ ଏଲ. ଏଣ୍ଡ. ଟି ନାମକ ଏକ ଠିକା ସଂସ୍ଥା ବ୍ଲକ ର ପାଣୀଘରl ଠାରେ ମେଘl ପାନୀୟ ଜଳ ଯୋଗାଣ ହାତକୁ ନେଇଥିବା ବେଳେ ତାହା ମନ୍ତର ଗତିରେ କାର୍ଯ୍ୟ ହେଉଥିବା ନେଇ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ସମ୍ପୃକ୍ତ ପ୍ରୋଜେକଟ ମ୍ୟାନେଜର ଙ୍କୁ ନିର୍ଦେଶ ଦିଆଯାଇଥିଲା!ସେହିଭଳି ମନୋରେଗା, ଆବାସ ଯୋଜନା, ଓଡିଶା ଜୀବିକା ମିଶନ, RD, NH, PWD ବିଭାଗ,ବିଦ୍ୟୁତ ବିଭାଗ, କୃଷି ଓ ଉଦ୍ୟାନ ବିଭାଗ, ଏବଂ ବନ ବିଭାଗ , କ୍ଷୁଦ୍ର ଜଳସେଚନ ବିଭାଗ ର ବିଭିନ୍ନ ସମସ୍ୟା ଓ ସମାଧାନ କ୍ଷେତ୍ର ରେ କାର୍ଯ୍ୟ କରିବା ପାଇଁ ତାଗିତ କରାଯାଇଥିଲା l ଉକ୍ତ ସଭା କାର୍ଯ୍ୟକୁ ହରଭଙ୍ଗା ବ୍ଲକ ବିଡ଼ିଓ ସ୍ୱପ୍ନିତା ନାୟକ ପରିଚାଳନା କରିଥିବା ବେଳେ ଏହି ବୈଠକ ରେ ବ୍ଲକର ସରପଞ୍ଚ, ସମିତି, ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଶେଷରେ ଜିପିଓ ଯତୀନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l