ଉତ୍କଳ ଆଲୁମିନା ପକ୍ଷରୁ ପାରିପାର୍ଶ୍ଵିକ ଗ୍ରାମାଞ୍ଚଳ ର ଶିଶୁମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ

91 0

ରାୟଗଡ:(ରମାକାନ୍ତ ପୋଡାଳ )ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସଂସ୍ଥା ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସହାୟକ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍‌) ପକ୍ଷରୁ ନିକଟରେ ପାରିପାଶ୍ୱର୍ିକ ଗ୍ରାମାଞ୍ଚଳ ପ୍ରତି ଏହାର ସମର୍ପଣ ଭାବକୁ ପ୍ରଦର୍ଶନ କରି ନୂଆପଡ଼ା କ୍ଲବ୍‌ହାଉସ୍‌ରେ ଏକ ଚମତ୍କାର ଦୁଇଦିନିଆ ଗ୍ରୀଷ୍ମ ଶିବିର ଆୟୋଜନ କରାଯାଇଥିଲା । ଏକ ସ୍ମରଣୀୟ ଓ କଳାତ୍ମକ ଅନୁଭବ ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରି ଆଖାପାଖ ଗ୍ରାମର ପିଲାମମାନଙ୍କ ଜୀବନରେ ଖୁସି ଆଣିଦେବା ଏବଂ ସମୃଦ୍ଧ କରିବା ଏହି ଶିବିରର ଲକ୍ଷ୍ୟ ଥିଲା ।

ଉଜ୍ଜ୍ୱଳ ଉତ୍କଳ ଲେଡିଜ୍ କ୍ଲବ୍‌ର ସଭାନେତ୍ରୀ ମିସ ହିନା ବେଗ ଓ ଉଜ୍ଜ୍ୱଳ ଉତ୍କଳ ଲେଡିଜ୍ କ୍ଲବ୍‌ର ବିଶିଷ୍ଟ ସଦସ୍ୟା ମିସ୍ ଜୁହି ଶ୍ରୀବାସ୍ତବ, ମିସ୍ ରଶ୍ମୀ ପଣ୍ଡା, ମିସ୍ ରଶ୍ମିତା ପଟ୍ଟନାୟକ ଓ ମିସ୍ ସ୍ମୃତିଶ୍ରୀ ଜେନାମଣିଙ୍କ ଉପସ୍ଥିତିରେ ଉତ୍କଳ ଆଲୁମିନା ନେତୃତ୍ୱରେ ୨୦୨୩ ମେ’ ୩୦ ଓ ୩୧ରେ ଏହି ଦୁଇ ଦିନିଆ ଶିବିରର ଶୁଭାରମ୍ଭ କରାଯାଇଥିଲା ।
ସିଏସ୍‌ଆର୍ (ପ୍ଲାଂଟ୍‌)ର ଜିଏମ୍ ମିସ୍ ନିହାରୀକା ସାହୁଙ୍କ ସମେତ ପ୍ଲାଂଟ୍ ସିଏସ୍‌ଆର୍ ଟିମ୍‌ର ଅନ୍ୟ ପ୍ରମୁଖ ଅଧିକାରୀ ଓ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି (ଜିଇଟି)ମାନେ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଉଜ୍ଜ୍ୱଳ ଉତ୍କଳ ଲେଡିଜ୍ କ୍ଲବ୍‌ଣ ସଦସ୍ୟାମାନେ ପ୍ରତ୍ୟକ୍ଷ ଭାବେ ପିଲାମାନଙ୍କ ସହିତ ଯୋଡ଼ି ହୋଇଥିଲେ ଏବଂଦକ୍ଷତାର ସହ ଲବ୍ଧ ଦକ୍ଷତା ଯଥା ଚିତ୍ରାଙ୍କନ, ଓରିଗାମି, ଫାଇନ୍ ଆର୍ଟସ୍‌, କାଗଜ କଳାକୃତି, ନୃତ୍ୟ ଓ ମାଟି ପାତ୍ରକୁ ବ୍ୟବହାର କରି ସେମାନଙ୍କୁ ଶିକ୍ଷାଦାନ କରିଥିଲେ । ସେମାନଙ୍କ ପ୍ରତିବଦ୍ଧତା ଓ ସମର୍ପଣ ଭାବ କାର୍ଯ୍ୟକ୍ରମକୁ ବେଶ ଜୀବନ୍ତ କରିପାରିଥିଲା ଯାହା ପିଲାମାନଙ୍କ କଳାତ୍ମକ ସନ୍ଧାନ ଓ ଆତ୍ମ ପ୍ରକାଶ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଥିଲା ।

ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଉତ୍କଳ ଆଲୁମିନାର ୟୁନିଟ୍ ମୁଖ୍ୟ ଓ ସଭାପତି ଶ୍ରୀ ମଝହାର ବେଗ୍ ଅତିଥି ଭାବେ ଯୋଗ ଦେଇଥିଲେ । । ହୃଦୟସ୍ପର୍ଶୀ ଢଙ୍ଗରେ ଶ୍ରୀ ବେଗ୍ ବିନମ୍ରତାର ସହ ଗୋଷ୍ଠୀ ବିକାଶ ଅଭିଯାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଉତ୍ସର୍ଗୀକୃତ ମନୋଭାବ ସହ ସେ କହିଛନ୍ତି ଯେ, “ଆମ ଗୋଷ୍ଠୀର ପିଲାମାନଙ୍କ ବ୍ୟାପକ ବିକାଶକୁ ସୁଦୃଢ଼ କରିବ ଲାଗି ଆମର ରହିଥିବା ଅତୁଟ ପ୍ରତିବଦ୍ଧତାର ପ୍ରତୀକ ହେଉଛି ଏହି ଗ୍ରୀଷ୍ମ ଶିବିର ।’’ ।’’“ଏଭଳି ଗ୍ରୀଷ୍ମ ଶିବିରକୁ ଦେଖି ବହୁତ ଖୁସି ଲାଗୁଛି ଯାହା ପ୍ରତିଭାକୁ ସମୃଦ୍ଧ ଓ ସନ୍ଧାନ କରିବା ଲାଗି ପିଲାମାନଙ୍କୁମଂଚ ପ୍ରଦାନ କରିଥିବା ବେଳେ ସେମାନଙ୍କ ସାମଗ୍ରିକ ବିକାଶ ଲାଗି ଯୋଗଦାନ ପ୍ରଦାନ କରିଛି । ଏଭଳି କାର୍ଯ୍ୟକ୍ରମ ଆମ ସମାଜର ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ନିଜ ଅଭିଭାଷଣରେ ହୀନା ବେଗ୍ କହିଛନ୍ତି

ଦଳଗତ କାର୍ଯ୍ୟ, ଅନ୍ତର୍ଭୁକ୍ତୀକରଣ ଏବଂ ଶିବିର ଅଂଶଗ୍ରହଣକାରୀମାନଙ୍କ ଭିତରେ ପରସ୍ପର ସମ୍ମାନ ଭଳି ମୂଲ୍ୟବୋଧର ପ୍ରସାର ଲାଗି ଶିବିରରେ ଲକ୍ଷ୍ୟ ରଖାଯାଇଥିଲା । ଶେଷରେ, ଉତ୍କଳ ଆଲୁମିନାର ଗ୍ରୀଷ୍ମ ଶିବିର ବିପୁଳ ସଫଳତା ହାସଲ କରିବା ସହ ଅଂଶଗ୍ରହଣକାରୀ ପିଲାମାନଙ୍କୁ ନିଜକୁ ପରିପ୍ରକାଶ କରିବା, ବ୍ୟକ୍ତିଗତ ବିକାଶ ଏବଂ ଆବଶ୍ୟକ ଜୀବନ କୌଶଳର ବିକାଶ ପାଇଁ ଏକ ମଂଚ ପ୍ରଦାନ କରି ସେମାନଙ୍କ ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିପାରିଛି ।

Related Post

ନୂଆଁଖାଇ ଭେଟଘାଟ ଓ ଆଦିବାସୀ ମେଳି ଅବସରରେ ଯୋଗଦେଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ଓ ପଦ୍ମଶ୍ରୀ ହଳଧର

Posted by - September 18, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ବେନ୍ଦେର ଗ୍ରାମପଞ୍ଚାୟତ ରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ଶାଖା ତରଫରୁ ନୁଆଁଖାଇ ଭେଟଘାଟ ଓ…

ମୁନିଗୁଡା ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଉଛେଦ କାମ ଆରମ୍ଭ

Posted by - June 17, 2022 0
ମୁନିଗୁଡା:(ରମାକାନ୍ତ ପାଡାଲ୍)ମୁନିଗୁଡା ବସ ଷ୍ଟାଣ୍ଡ ର ବିକାଶ ଓ ନୂତନ ଷ୍ଟାଣ୍ଡ ନିର୍ମାଣ ପାଇଁ ସରକାର  ୬ ରୁ ୭ କୋଟି ଟଙ୍କା ମଞ୍ଜୁର କରି ନୂତନ…

ରାତି ଅଧିଆ ବେଆଇନ ମାଟି ଖୋଳି ଚାଲିଛି ବସ ଷ୍ଟାଣ୍ଡ କାମ

Posted by - August 28, 2023 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣା କଟକ ଠାରେ ନିର୍ମାଣ ଧୀନ ଥିବା ନୂତନ ବସ ଷ୍ଟାଣ୍ଡ କାର୍ଯ୍ୟ ରେ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ କୁ…

ଜୟପାଟଣା ଚିତ୍ରଗୁପ୍ତ କଲ୍ଯାଣ ସମିତି ପକ୍ଷରୁ ମହା ସମାରୋହର ସହ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁ ଙ୍କ ପୂଜନୋତ୍ସବ ଉଦଯାପିତ

Posted by - October 29, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସଚରାଚର ଜୀବ ଜଗତ ପାପ ପୁଣ୍ୟର ହିସାବ ରକ୍ଷକ ତଥା ଧର୍ମରାଜ ଙ୍କ ପରାମର୍ଶ ଦାତା…

ରାସ୍ତା କଡରେ ଛିଡା ହେଇଥିବା କାର୍ କୁ ପଛରୁ ପିଟିଲା ପିକପ୍, ଅଳ୍ପକେ ବର୍ତିଲେ ଚାଳକ

Posted by - July 13, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା ଗାନ୍ଧୀ ଗ୍ରାମ ନିକଟରେ ଆଜି ସକାଳେ ଗୋଟିଏ କାର୍ ସହ ପିକପ୍…